ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ଦାବିରେ ବିଜେଡିର ଶୋଭାଯାତ୍ରା

ସମ୍ବଲପୁର: ସମ୍ୱଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ଦାବି ପୁଣି ଥରେ ଜୋର ଧରିଛି। ଏହି ଦାବି ନେଇ ଆଜି ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲା ସଭାପତି ତଥା ବିଧାୟକ ରୋହିତ ପୂଜାରୀ ଓ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ବାଲିବନ୍ଧା ଠାରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା। ଏହା ସହିତ ଏହି ଦାବି ସମ୍ବଳିତ ୫ ହଜାର ପୋଷ୍ଟକାର୍ଡ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଯାଇଥିଲା। ଏହି ଚିଠିଗୁଡ଼ିକୁ ଡାକ ଯୋଗେ […]

sambalpur

sambalpur

Rakesh Mallick
  • Published: Monday, 11 May 2015
  • Updated: 11 May 2015, 09:56 AM IST

Sports

Latest News

ସମ୍ବଲପୁର: ସମ୍ୱଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ଦାବି ପୁଣି ଥରେ ଜୋର ଧରିଛି। ଏହି ଦାବି ନେଇ ଆଜି ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲା ସଭାପତି ତଥା ବିଧାୟକ ରୋହିତ ପୂଜାରୀ ଓ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ବାଲିବନ୍ଧା ଠାରୁ ଏହି ରାଲି ବାହାରି ସହର ପରିକ୍ରମା କରିଥିଲା। ଏହା ସହିତ ଏହି ଦାବି ସମ୍ବଳିତ ୫ ହଜାର ପୋଷ୍ଟକାର୍ଡ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଯାଇଥିଲା। ଏହି ଚିଠିଗୁଡ଼ିକୁ ଡାକ ଯୋଗେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା।

ବିଧାୟକ ରୋହିତ ପୂଜାରୀ କହିଛନ୍ତି ଯେ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦେକ୍ଷପ ନେଉ ନାହାନ୍ତି। ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ହେଁ ସେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସେହିଭଳି ବିଜେପିର ପଶ୍ଚିମ ଓଡ଼ିଶା ବିଧାୟକମାନେ ବି ଏହି ପ୍ରସଙ୍ଗରେ ଆଗ୍ରହ ଦେଖାଉ ନାହାନ୍ତି। ଦାବି ପୂରଣ ନ ହେଲା ଯାଏଁ ଏମିତି ଆନ୍ଦୋଳନ ବିଭିନ୍ନ ପର୍ଯ୍ୟାୟରେ ଚାଲିବ ବୋଲି ରୋହିତ ପୂଜାରୀ କହିଛନ୍ତି।

sbp-2

ଅନ୍ୟପକ୍ଷରେ ବିଜେଡିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ଦଳର ନେତା ସୁରେଶ ପୂଜାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଭୁବନେଶ୍ୱର ଠାରେ ଆଇଆଇଏମ ପ୍ରତିଷ୍ଠା ନେଇ କରିଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରି ନିଅନ୍ତୁ। ଆଉ କେବଳ ସମ୍ବଲପୁର ଠାରେ ଆଇଆଇଏମ ହେବ ବୋଲି କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ। ତା’ପରେ କେନ୍ଦ୍ର ସରକାର ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା କରିବା ନେଇ ପଦେକ୍ଷପ ନେବେ।

ବିଜେଡିର ଏହି ରାଲିକୁ ସମର୍ଥନ କରିଥିଲେ ’ପିପୁଲ୍ ଫୋରମ ଫର ଆଇଆଇଏମ ଇନ ସମ୍ୱଲପୁର’ର ସଦସ୍ୟମାନେ। ଏହି ସଙ୍ଗଠନ ଆଇଆଇଏମ ଦାବିରେ ଆନ୍ଦୋଳନ କରି ଆସୁଛି। ବିଭିନ୍ନ ଛାତ୍ର ସଂଗଠନଗୁଡ଼ିକ ମଧ୍ୟ ଆଜିର ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos