ଆଳି: ପାଣି ପାଇଁ ଡହଳ ବିକଳ ହେଉଛନ୍ତି ବାଟିପଡା ପଞ୍ଚାୟତର ୧୨ ନମ୍ୱର ୱାର୍ଡବାସୀ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବାଟିପଡା ପଞ୍ଚାୟତର ୧୨ ନମ୍ୱର ୱାର୍ଡର ଲୋକଙ୍କ ମଧ୍ୟରେ ପାନୀୟ ଜଳ ଅଭାବକୁ  ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ୱାର୍ଡରେ ପ୍ରାୟ ୬୦୦ଲୋକ ବସବାସ କରନ୍ତି। ସେମାନଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ହେଲେ ଏହି ଦୁଇଟି ନଳକୂପରୁ ଆବଶ୍ୟକ ଅନୁଯାୟୀ ପାଣି ବାହାରୁ ନାହିଁ। ଏହି ୱାର୍ଡରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ୨୦୧୪- ୧୫ ଆର୍ଥିକ ବର୍ଷରେ ୪୨ ଲକ୍ଷ […]

water

water

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 09:56 AM IST

Sports

Latest News

waterଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବାଟିପଡା ପଞ୍ଚାୟତର ୧୨ ନମ୍ୱର ୱାର୍ଡର ଲୋକଙ୍କ ମଧ୍ୟରେ ପାନୀୟ ଜଳ ଅଭାବକୁ  ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ୱାର୍ଡରେ ପ୍ରାୟ ୬୦୦ଲୋକ ବସବାସ କରନ୍ତି। ସେମାନଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ହେଲେ ଏହି ଦୁଇଟି ନଳକୂପରୁ ଆବଶ୍ୟକ ଅନୁଯାୟୀ ପାଣି ବାହାରୁ ନାହିଁ।

ଏହି ୱାର୍ଡରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ୨୦୧୪- ୧୫ ଆର୍ଥିକ ବର୍ଷରେ ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଜଳ ପ୍ରକଳ୍ପର ଶୁଭ ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ ସରି ପାରୁ ନାହିଁ । ଫଳରେ ରାତି ପାହିଲେ ଗାଁ ଲୋକେ ପାଣି ପାଇଁ ଚିନ୍ତାରେ ପଡୁଛନ୍ତି।

ୱାର୍ଡବାସିନ୍ଦା ମିନତୀ ବେହେରା କହିଛନ୍ତି, “ ୪୦ରୁ ୫୦ ଘର ପାଇଁ ତିନୋଟି ନଳକୂପ ରହିଛି। ହେଲେ ଏହି ନଳକୂପରୁ ଆବଶ୍ୟକତା ଅନୁସାରେ ପାଣି ବାହାରୁ ନାହିଁ। ଆଜିକୁ ୩ ବର୍ଷ ହେବ ଜଳ ପ୍ରକଳ୍ପ କାମ ସରୁ ନାହିଁ। ଫଳରେ ଆମେ ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛୁ।”

ବାଟିପଡ଼ା ସରପଞ୍ଚ ଫେଲି ପାଣ୍ଡବ କହିଛନ୍ତି,“ ଯେଉଁ ସବୁ ନଳକୂପ ରହିଛି ତାର ଜଳ ସ୍ତର ତଳକୁ ଖସିବାରେ ଲାଗିଛି। ଶହେ ଥର ନଳକୂପ ଚାପିଲେ ଗୋଟିଏ ବାଲ୍‌ଟି ପାଣି ବାହାରିବା କଷ୍ଟକର ହୋଇପଡୁଛି। ଆଜିକୁ ୨ବର୍ଷ ତଳେ ସ୍ୱଜଳ ଧାରା  ଯୋଜନାରେ ଏକ ଜଳ ପ୍ରକଳ୍ପ  ତିଆରି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଏହି କାମ ସଂପୂର୍ଣ୍ଣ ହୋଇପାରୁ ନାହିଁ। କେବଳ ପମ୍ପ୍ ହାଉସ୍ ନିର୍ମାଣ କରି ପ୍ରଶାସନ ଚୁପ୍ ହୋଇ ବସିଛି। ପାଇପ୍ ଲାଇନ୍ ବିଛାଯିବା କାମ ଶୀଘ୍ର କରାଗଲେ ଲୋକେ ସୁବିଧାରେ ପାଣି ପାଇପାରିବେ।”

ବାଟିପଡ଼ା ପଞ୍ଚାୟତର ୧୨ ନମ୍ୱର ୱାର୍ଡବାସୀଙ୍କ ଜଳ ସମସ୍ୟା ନେଇ ଆମେ  ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏସ୍‌ଡିଓଙ୍କୁ ଜଣାଇଥିଲୁ। ଏସ୍‌ଡିଓ ଲଳିତ କୁମାର ମହାନ୍ତି କହିଛନ୍ତି, “ଏହି ୱାର୍ଡରେ ୪ଟି ନଳକୂପ ରହିଛି ସେଥିମଧ୍ୟରୁ ଗୋଟିଏ ନଳକୂପରେ କମ୍ ପାଣି ଆସୁଛି।  ଖୁବଶୀଘ୍ର ଏହି ନଳକୂପର ମରାମତି କରାଯିବ। ଯେଉଁ ଜଳ ପ୍ରକଳ୍ପ  କାମ ଅଧା ହୋଇ ପଡିଛି ଏହା ୧୫ ମାସିଆ ଟେଣ୍ଡର ଥିଲା। ଏବର୍ଷ ଅକ୍ଟୋବର କିମ୍ୱା ନଭେମ୍ୱର  ମଧ୍ୟରେ ଏହି ପ୍ରକଳ୍ପ କାମ ସାରିବାକୁ ଟାର୍ଗେଟ୍ ରଖାଯାଇଛି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story