ପୂର୍ବରୁ ଭାରତ କେଉଁସବୁ ନାଁରେ ପରିଚିତ ଥିଲା, ପଢ଼ନ୍ତୁ କ’ଣ କହେ ଇତିହାସ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ବିଶ୍ୱର ପ୍ରାଚୀନ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ଅନ୍ୟତମ। ଭାରତ ହେଉଛି ବିଶ୍ୱର ଅନ୍ୟ ଏକ ବିରଳ ଦେଶ, ଯାହାର ଇଂରାଜୀ ନାମକରଣ ମଧ୍ୟ ଭିନ୍ନ। ଇଂରାଜୀରେ ଏହାର ନାଁ ‘ଇଣ୍ଡିଆ’। ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ରଭାବେ ମଧ୍ୟ ପରିଚିତ। କୁହାଯାଏ ସିନ୍ଧୁ ସଭ୍ୟତାର ଉତ୍‌ଥାନ ପ୍ରାଚୀନ ଭାରତରୁ ହିଁ ହୋଇଥିଲା। ତେବେ ଆମ ଦେଶ ଭାରତ ପୂର୍ବରୁ ଅନ୍ୟ ବହୁ ନାଁରେ ପରିଚିତ ଥିଲା। ଅନେକ ନାମକରଣକୁ ଅତିକ୍ରମ କରି ଶେଷରେ ‘ଭାରତ’ ନାମକରଣ ହିଁ […]

v6-1

v6-1

Tapas Behera
  • Published: Sunday, 16 September 2018
  • Updated: 16 September 2018, 12:16 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ବିଶ୍ୱର ପ୍ରାଚୀନ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ଅନ୍ୟତମ। ଭାରତ ହେଉଛି ବିଶ୍ୱର ଅନ୍ୟ ଏକ ବିରଳ ଦେଶ, ଯାହାର ଇଂରାଜୀ ନାମକରଣ ମଧ୍ୟ ଭିନ୍ନ। ଇଂରାଜୀରେ ଏହାର ନାଁ ‘ଇଣ୍ଡିଆ’। ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ରଭାବେ ମଧ୍ୟ ପରିଚିତ। କୁହାଯାଏ ସିନ୍ଧୁ ସଭ୍ୟତାର ଉତ୍‌ଥାନ ପ୍ରାଚୀନ ଭାରତରୁ ହିଁ ହୋଇଥିଲା।

ତେବେ ଆମ ଦେଶ ଭାରତ ପୂର୍ବରୁ ଅନ୍ୟ ବହୁ ନାଁରେ ପରିଚିତ ଥିଲା। ଅନେକ ନାମକରଣକୁ ଅତିକ୍ରମ କରି ଶେଷରେ 'ଭାରତ' ନାମକରଣ ହିଁ ଗ୍ରହଣୀୟ ହୋଇଛି। ଏବେ ଆସନ୍ତୁ ଜାଣିବା, ପୂର୍ବରୁ ଭାରତର ଅନ୍କେୟ କେଉଁସବୁ ନାଁ ଥିଲା।

କୁହାଯାଏ ଭାରତର ପ୍ରଥମ ନାଁ ଜମ୍ବୁଦୀପ ଥିଲା। କାରଣ ଏଠାରେ ଜମ୍ବୁ ଗଛ ବହୁଳଭାବରେ ଥିଲା। ଭାରତର ଅନ୍ୟ ଏକ ନାଁ ମଧ୍ୟ ଆର୍ଯ୍ୟବ୍ରତ ଥିଲା। ଅର୍ଥାତ ଏହାକୁ ଆର୍ଯ୍ୟମାନଙ୍କର ଦେଶ ବୋଲି କୁହାଯାଉଥିଲା। ପୁରାଣରେ ଏହି ମାଟିକୁ ଭାରତ ବର୍ଷ ବୋଲି କୁହାଯାଇଛି। ସମୁଦ୍ରର ଉତ୍ତର ଏବଂ ହିମାଳୟର ଦକ୍ଷିଣରେ ଅବସ୍ଥିତି କାରଣରୁ ଏହାକୁ ଭାରତ ବୋଲି କୁହାଗଲା।

ସେହିପରି ବେଦରେ ଭରତ ମୁନିଙ୍କ ନାଁରୁ ହିଁ ଦେଶର ନାଁ ଭାରତ ହୋଇଥିବା କୁହାଯାଏ। ତେବେ ଅନ୍ୟ ଏକ କାହାଣୀକ୍ରମେ, ଦୁଷ୍ମନ୍ତ ନାମକ ଜଣେ ରାଜାଙ୍କ ପୁଅ ଭରତଙ୍କ ନାଁରୁ ଭାରତ ନାମ ଉଦ୍ଧୃତ ହୋଇଥିବା ଜଣାଯାଏ। ଇରାନୀମାନେ ସିନ୍ଧୁ ନଦୀକୁ ଦୃଷ୍ଟିରେ ରଖି ଭାରତକୁ ହିନ୍ଦ୍‌ ବୋଲି କହୁଥିଲେ।

ଗ୍ରୀକ୍‌ରେ ସିନ୍ଧୁ ନଦୀକୁ ଇଣ୍ଡସ୍‌ ବୋଲି ବର୍ଣ୍ଣନା କରାଯାଇଛି। ଆଉ ଏହି ଇଣ୍ଡସ୍‌ ନଦୀ କାରଣରୁ ଇଣ୍ଡସ୍ ଭ୍ୟାଲି ବା ଏହି ଦେଶର ନାଁ ‘ଇଣ୍ଡିଆ’ ହୋଇଛି। ଆରବର ଲୋକେ ଆମ ଦେଶକୁ ‘ଅଲ୍‌ ହିନ୍ଦ୍‌’ ବୋଲି କହୁଥିଲେ। ଯେତେବେଳେ ଏହି ଦେଶକୁ ମୁସଲମାନମାନେ ଆସିଲେ, ସେବେଠାରୁ ଏହି ଦେଶକୁ ହିନ୍ଦୁସ୍ଥାନ ବୋଲି କୁହାଗଲା।

ଚୀନର ଅଧିବାସୀମାନେ ଆମ ଦେଶକୁ ‘ଇଣ୍ଟୋ’ ବୋଲି କହୁଥିଲେ। ସେହିପରି ପୂର୍ବରୁ ଆମ ଦେଶକୁ 'ସୁନାର ଚିଡ଼ିଆ' ବୋଲି କୁହାଯାଉଥିଲା। କାରଣ ସେ ସମୟରେ, ଭାରତ ଧନ ସମ୍ପତ୍ତିରେ ଭରପୂର ଥିଲା ଏବଂ ସମଗ୍ର ବିଶ୍ୱରେ ଏକ ସମୃଦ୍ଧ ରାଷ୍ଟ୍ରଭାବେ ପରିଗଣିତ ହେଉଥିଲା । ପରବର୍ତ୍ତୀ ସମୟରେ ବିଦେଶୀ ଶାସକ ଏବଂ ଲୁଟେରାମାନେ ଭାରତରୁ ଏହି ଧନ ସମ୍ପଦ ଲୁଟ୍ କରିଥିବା ଇତିହାସ କୁହେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos