‘ପଖାଳ ଦିବସ’ ପାଇଁ ରାଜଧାନୀରେ ଆମିଷ,ନିରାମିଷ ଥାଳିର ସମ୍ଭାର

ଭୁବନେଶ୍ୱର(ଶ୍ରୀକାନ୍ତ ସାହୁ): ପଖାଳ, ଓଡ଼ିଆ ଜାତିର ପ୍ରାଣ। ଓଡ଼ିଶା ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏକ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ। ଖାଲି ଓଡ଼ିଶା କାହିଁକି ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ଝାରଖଣ୍ଡ ଓ ବିହାରରେ ମଧ୍ୟ ଏହି ଖାଦ୍ୟ ବେଶ‌ ଲୋକପ୍ରିୟ। ଏହାକୁ ବଙ୍ଗଳାରେ ‘ପାନ୍ଥଭାତ’, ଛତିଶଗଡ଼ରେ ‘ବୋରଭାତ’, ଝାରଖଣ୍ଡରେ ‘ପାନିଭାତ’ ଓ ଆସାମ ଏବଂ ବିହାରରେ ଏହାକୁ ‘ପୋଇତାଭାତ‌’‍ କୁହାଯାଇ ଥାଏ। ଏହି ‘ପଖାଳ’ ମଧ୍ୟ ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଠାରେ ଲାଗି ହୋଇଥାଏ। […]

pakhal2--t

pakhal2--t

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 10:39 AM IST

Sports

Latest News

ଭୁବନେଶ୍ୱର(ଶ୍ରୀକାନ୍ତ ସାହୁ): ପଖାଳ, ଓଡ଼ିଆ ଜାତିର ପ୍ରାଣ। ଓଡ଼ିଶା ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏକ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ। ଖାଲି ଓଡ଼ିଶା କାହିଁକି ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ଝାରଖଣ୍ଡ ଓ ବିହାରରେ ମଧ୍ୟ ଏହି ଖାଦ୍ୟ ବେଶ‌ ଲୋକପ୍ରିୟ। ଏହାକୁ ବଙ୍ଗଳାରେ ‘ପାନ୍ଥଭାତ’, ଛତିଶଗଡ଼ରେ ‘ବୋରଭାତ’, ଝାରଖଣ୍ଡରେ ‘ପାନିଭାତ’ ଓ ଆସାମ ଏବଂ ବିହାରରେ ଏହାକୁ ‘ପୋଇତାଭାତ‌’‍ କୁହାଯାଇ ଥାଏ। ଏହି ‘ପଖାଳ’ ମଧ୍ୟ ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଠାରେ ଲାଗି ହୋଇଥାଏ। ଏହାକୁ ନେଇ ଏକ ସ୍ୱତନ୍ତ୍ର ନୀତି ରହିଛି।

ପଖାଳ କହିଲେ ଗାଁର ସଂସ୍କୃତି, ଗାଁର ପରିବେଶ ଓ ଗାଁର କଥା ମନେ ପଡ଼ିଯାଏ। ଏଥିପାଇଁ ମାର୍ଚ୍ଚ ୨୦ରେ ବିଶ୍ୱବ୍ୟାପୀ ବିଶ୍ୱ ପଖାଳ ଦିବସ ପାଳିତ ହେଉଛି। ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି।  ଏଥିପାଇଁ ଓଡ଼ିଆ ବେଶ‌ ଉତ୍ସାହିତ। ପଖାଳ କଥା କହିଲେ ଓଡ଼ିଆଙ୍କ ପାଟିରୁ ଲାଳ ବାହାରି ଆସେ। ସବୁ ବର୍ଗର ଲୋକ ଏହି ଖାଦ୍ୟ ସହ ଅଳ୍ପେ ବହୁତେ ପରିଚିତ।pakal-diwas

ପଖାଳ ଦିବସ ସହ ଖରାଦିନର ଆଗମନ ହେଉଥିବାରୁ ଏହାର ଚାହିଦା ଏବେ ରାଜଧାନୀରେ କାହିଁରେ କ’ଣ? ଏହାକୁ ନେଇ ରାଜଧାନୀର ଛୋଟବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଭିଡ଼ ପରିଲକ୍ଷିତ ହେଲାଣି। ବିଭିନ୍ନ ହୋଟେଲ‌ ଓ ରେଷ୍ଟୁରାଣ୍ଟ ପକ୍ଷରୁ ‘ଜିରା ପଖାଳ’, ‘ଦହି ପଖାଳ’, ‘ଗରମ ବା ଚାଇଁ ପଖାଳ’ ଓ ‘ବାସି ପଖାଳ’ ପ୍ରସ୍ତୁତ କରାଯାଉଛି। ତା’ସହିତ ସାଧାରେ ରହିଛି ଶାଗଭଜା, ବଡ଼ି ଶାଗ, ବଡ଼ି ଚୁରା, ଆଳୁଚଟଣୀ, ପିଠୋଉ ଦିଆ କଖାରୁ ଫୁଲ ପିଠା, ଆମ୍ୱ ଚଟଣି, ଛତୁଭଜା, ବେସର, ସଜନା ଛୁଇଁ ବେସର ଓ ଦେଶୀ ପିଆଜ ଭଳି ଆଇଟମ୍। ଏହାର ଦର ସାଧାରଣ ହୋଟେଲ୍‌ଗୁଡିକରେ ୬୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ରହିଛି। ଏହା ସହ ଆମିଷରେ ଚିକେନ୍ (ବିଭିନ୍ନ ଡିସ ଯଥା ଚିକେନ ଫ୍ରାଏ, କଶା, କରି, ଆଳୁ ମିକ୍ସଡ ଇତ୍ୟାଦି), ମଟନ‌ କରି ଓ ମଟନ‌‍ କଶା, ଚୁନାମାଛ, ମହୁରାଳି ଫ୍ରାଏ ଓ ଗୋଟା ଚୁନା ମାଛ, ପୋହଳା, ଅଣ୍ଡା ଚପ୍‌ ଓ ଅଣ୍ଡା ଆମ୍‌ଲେଟ୍‍ ଇତ୍ୟାଦି। ଏଗୁଡିକ ଅତିରିକ୍ତ ଡିସ୍। ଏହାକୁ ପଖାଳ ଡିସ୍ ସହ ନେଲେ ଏହାର ଅଲଗା ଚାର୍ଜ ରହିଛି ବୋଲି କହିଛନ୍ତି ଭୁବନେଶ୍ୱର ଏକାମ୍ର ହାଟରେ ‘ପେଟପୂଜା’ର ମ୍ୟାନେଜର।

ଭୁବନେଶ୍ୱର ଏକାମ୍ର ହାଟରେ ଥିବା ‘ଦେଶୀଖାଦ୍ୟ’ର ମ୍ୟାନେଜର କହିଛନ୍ତି,“ଚଳିତ ବର୍ଷ ଆମ ରେଷ୍ଟୁରାଣ୍ଟ ପକ୍ଷରୁ ଦହି ପଖାଳ, ସାଧାପଖାଳ, ଚାଇଁ ପଖାଳ ଓ ଛୁଙ୍କ ପଖାଳ ଦିଆଯାଉଛି। ଏହା ସହ ସାଧାରେ ସ୍ୱତନ୍ତ୍ର ଭାବେ ସାଲାଡ‌‍, ଆଳୁ ଚଟଣି, ଶାଗ ଭଜା, ନିମ୍ୱ କଢ଼ ଭଜା, ଆମ୍ୱ ଛେଚା ଇତ୍ୟାଦି ଦିଆଯାଉଛି। ଏହାସହ ଆମିଷରେ ଚିକେନ‌‍, ମଟନ‌‍, ଚିଙ୍ଗୁଡି ଓ ଚୁନାମାଛର ସ୍ୱତନ୍ତ୍ର ଡିସ‍ ଦିଆଯାଉଛି। ଏହାର ଦର ୬୦ ଟଙ୍କାରୁ ଆରମ୍ଭ ହୋଇ ୧୨୦ ଟଙ୍କା ଯାଏଁ ରହିଛି। ମୁଖ୍ୟତଃ ଅପରାହ୍ଣ ୧ ଟାରୁ ୩ ଟା ଯାଏଁ ଭିଡ଼ ପରିଲକ୍ଷିତ ହେଉଛି। ଏହି ଭିଡ଼ ମାଘ ସପ୍ତମୀରୁ ଆରମ୍ଭ ହୋଇ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ରହିଥାଏ।’’pakhal-diwas-2

ସେହିପରି ଖଣ୍ଡଗିରିରେ ଥିବା ‘ରାଜଭୋଗ’ ଓ ‘ସିୟାରାମ‌‍’ ମଧ୍ୟ ପଖାଳକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ଏହି ଦୁଇ ହୋଟେଲ‌‍ରେ ଆମିଷ ଓ ନିରାମିଷ ଉପରେ ଫୋକସ୍ କରାଯାଇ ଗ୍ରାହକଙ୍କୁ ପଖାଳ ଡିସ୍ ପରଷା ଯାଉଛି।

ଚଳିତ ଖରା ଦିନରେ ମେ ଫେୟାର ହୋଟେଲ୍‌ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଆମିଷ ଓ ନିରାମିଷ ଗରଖାଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଡିସ୍ ପ୍ରସ୍ତୁତ କରିଛି। ପଖାଳ ମଧ୍ୟରେ ଦହିପଖାଳ, ଛୁଙ୍କ ପଖାଳ ଓ ମସଲା ପଖାଳ। ଏହି ତିନି ପ୍ରକାର ପଖାଳ ମଧ୍ୟରୁ ମସଲା ପଖାଳର ବେଶୀ ଚାହିଦା ରହିଛି। ସାଧା ଥାଳିର ଦାମ‌ ୪୫୦ରୁ ଆରମ୍ଭ ହୋଇ ୫୨୫ ଟଙ୍କା ଯାଏଁ ରହିଥିବା ବେଳେ ଆମିଷ ଥାଳର ଦର ୬୦୦ରୁ ୬୨୫ ଟଙ୍କା ମଧ୍ୟରେ ରହିଛି।

ସେହିପରି ‘ଡାଲମା’ରେ ମଧ୍ୟ ପଖାଳ ଦିବସକୁ ନେଇ ସ୍ୱତନ୍ତ୍ର ଡିସ୍ ପ୍ରସ୍ତୁତ କରାଯାଇଛି। ଏଠାରେ ମୁଖ୍ୟତଃ ଦହି ପଖାଳ ଓ ସାଧା ପଖାଳ ଉପରେ ଗୁରୁତ୍ୱ ଦିଆଯିବା ସହ ଆମିଷକୁ ଫୋକସ୍ କରାଯାଇଛି। ରୋହି ମାଛ ଫ୍ରାଏ ଓ ଚିଙ୍ଗୁଡି ତରକାରି ଗ୍ରାହକଙ୍କ ପ୍ରଥମ ପସନ୍ଦ ବୋଲି ମ୍ୟାନେଜର କହିଛନ୍ତି। ସାଦାରେ ଆଳୁ ଭର୍ତ୍ତା, ସାଲାଡ‌‍, ବଢିଚୁରା, ଶାଗଭଜା ଓ  ଖଟା ପ୍ରଦାନ କରାଯାଉଛି। ଏହାର ଦର ୧୬୦ରୁ ୧୭୦ ମଧ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story