୮୩ରେ ବିଜୟର ମୁଳଦୂଆ ପକାଇଥିଲେ, ଦିନିକିଆରେ କେବେବି ଶୂନରେ ଆଉଟ୍ ହୋଇନାହାନ୍ତି

ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଆଶାଠାରୁ ବିପରୀତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ, ଇଂଲଣ୍ଡ ତଥା ୱେଷ୍ଟଇଣ୍ଡିଜ୍ ଭଳି ଶକ୍ତିଶାଳୀ ଟିମକୁ ଧୂଳି ଚଟାଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା। ସେହି ବିଶ୍ୱକପରେ ଭାରତୀୟ ଟିମରେ ଏମିତି ଜଣେ ଖେଳାଳି ସାମିଲ୍ ଥିଲେ, ଯାହାଙ୍କର ସଫଳତାର ଚର୍ଚ୍ଚା ସେଭଳି କରାଯାଏ ନାହିଁ। ମଧ୍ୟକ୍ରମର ଏହି ଜଣାଶୁଣା ବ୍ୟାଟ୍ସମ୍ୟାନଙ୍କ ଦମରେ ଭାରତ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଥିଲା। ସେହି ବ୍ୟାଟ୍ସମ୍ୟାନ୍ ଜଣକ ହେଉଛନ୍ତି ଯଶପାଲ୍ […]

yashpal-sharma

yashpal-sharma

Ranjit Kumar Jena
  • Published: Tuesday, 13 July 2021
  • Updated: 13 July 2021, 05:27 PM IST

Sports

Latest News

ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଆଶାଠାରୁ ବିପରୀତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ, ଇଂଲଣ୍ଡ ତଥା ୱେଷ୍ଟଇଣ୍ଡିଜ୍ ଭଳି ଶକ୍ତିଶାଳୀ ଟିମକୁ ଧୂଳି ଚଟାଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା। ସେହି ବିଶ୍ୱକପରେ ଭାରତୀୟ ଟିମରେ ଏମିତି ଜଣେ ଖେଳାଳି ସାମିଲ୍ ଥିଲେ, ଯାହାଙ୍କର ସଫଳତାର ଚର୍ଚ୍ଚା ସେଭଳି କରାଯାଏ ନାହିଁ। ମଧ୍ୟକ୍ରମର ଏହି ଜଣାଶୁଣା ବ୍ୟାଟ୍ସମ୍ୟାନଙ୍କ ଦମରେ ଭାରତ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଥିଲା। ସେହି ବ୍ୟାଟ୍ସମ୍ୟାନ୍ ଜଣକ ହେଉଛନ୍ତି ଯଶପାଲ୍ ଶର୍ମା, ଯାହାଙ୍କର ଆଜି ଦେହାନ୍ତ ଘଟିଛି। ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କର ମଙ୍ଗଳବାର ହାର୍ଟ ଆଟାକ୍ ଯୋଗୁ ଦେହାନ୍ତ ହୋଇଛି।

୧୯୮୩ ବିଶ୍ୱକପ ଅଭିଯାନରେ ଭାରତ ତା’ର ପ୍ରଥମ ମ୍ୟାଚରେ ଲଗାତର ଦୁଇଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜକୁ ଭେଟିଥିଲା। ପୂର୍ବ ଦୁଇଟି ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ଟିମକୁ ୱିଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା। ଭାରତ ୭୬ ରନରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ମଇଦାନକୁ ଆସିଥିଲେ ଯଶପାଲ୍ ଶର୍ମା। ଯଶପାଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ମଇଦାନରେ ଯଶପାଲ୍ ଶର୍ମା ୧୨୦ ବଲର ସାମ୍ନା କରି ଭାରତୀୟ ଇନିଂସ୍ ସମ୍ଭାଳିଥିଲେ। ସେ ନାଁ କେବଳ ଷ୍ଟ୍ରୋକ୍ ମାରିଥିଲେ ବରଂ କ୍ରିଜରେ ତାଳମେଳ ସହ ସିଙ୍ଗଲ୍ ରନ୍ ମଧ୍ୟ ନେଇଥିଲେ।

1983 World Cup team member Yashpal Sharma passes away | Cricket News |  Onmanorama

 

ସେ ୮୯ ରନର (୯ ଚୌକା) ଇନିଂସ୍ ଖେଳିଥିଲେ, ଯାହା ବଳରେ ଭାରତ ୬୦ ଓଭରରେ ୮ ୱିକେଟ୍ ହରାଇ ୨୬୦ ରନର ମଜଭୁତ୍ ସ୍କୋର୍ କରିଥିଲା। ଯଶପାଲଙ୍କ ସେହି ଇନିଂସ୍ ବଳରେ ଭାରତ ଗ୍ରୁପ୍-ବି’ରେ ତା’ର ପ୍ରଥମ ମ୍ୟାଚରେ ବଡ଼ ବିପର୍ଯ୍ୟୟ ଘଟାଇ ବିଶ୍ୱ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜକୁ ୩୪ ରନରେ ହରାଇଥିଲା। ଏହି ବିଜୟ ସହ ଭାରତ ବିଶ୍ୱ ଚାମ୍ପିୟନ୍ ପାଇଁ ମୂଳଦୁଆ ପକାଇଥିଲା।

ଯଶପାଲ୍ ଶର୍ମା ସେହି ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୦ ବଲରେ ୪୦ ରନ୍ କରିଥିଲେ, ଯେଉଁଥିରେ ମାତ୍ର ଗୋଟିଏ ଚୌକା ଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସେହି ମ୍ୟାଚରେ ଭାରତ ପକ୍ଷରୁ ଯଶପାଲ୍ ହିଁ ସର୍ବାଧିକ ସ୍କୋର୍ କରିଥିଲେ। ଏପରିକି ପୂରା ମ୍ୟାଚରେ ମଧ୍ୟ ଯଶପାଲଙ୍କ ସ୍କୋର ସର୍ବାଧିକ ଥିଲା, କାରଣ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ୍ ମଧ୍ୟ ଏତେ ରନ୍ କରିପାରିନଥିଲେ। ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୭ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ମଦନ ଲାଲ୍ ଓ ରୋଜର୍ ବିନ୍ନିଙ୍କ ଘାତକ ବୋଲିଂ ବଳରେ ଭାରତ କଙ୍ଗାରୁ ଟିମକୁ ୧୨୯ ରନରେ ଅଲଆଉଟ୍ କରିଦେଇଥିଲା।

Yashpal Sharma: Guts, glory and less feted innings of 1983 World Cup that  BBC didn't cover | Cricket News - Times of India

କେବଳ ଏତିକି ନୁହେଁ, ଯଶପାଲ୍ ବିଶ୍ୱକପ୍ ସେମିଫାଇନାଲରେ ମଧ୍ୟ ଇଂଲଣ୍ଡ ବିପକ୍ଷ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ସର୍ବାଧିକ ୬୧ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୨ ଛକା ଓ ୩ ଚୌକା ସାମିଲ୍ ଥିଲା। ସେମିଫାଇନାଲରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୧୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୫୪.୪ ଓଭରରେ ୪ ୱିକେଟ୍ ହରାଇ ୨୧୭ ରନ୍ କରି ବିଜୟୀ ହୋଇଥିଲା। ଏହା ପରେ ଯାହା ହେଲା, ତାହା ଇତିହାସର ପୃଷ୍ଠାରେ ସାମିଲ ହୋଇଗଲା।

Yashpal Sharma passes away at 66; Indian cricket fraternity condoles his  demise

ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜର ଲଗାତର ତୃତୀୟ ବିଶ୍ୱକପ୍ ଜିତିବାର ସ୍ୱପ୍ନ ଧୂଳିସାତ୍ କରିଦେଇଥିଲା। ଭାରତ ପ୍ରଥମଥର ବିଶ୍ୱକପ୍ କବଜା କରିଥିଲା। ୧୯୮୩ ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର କପିଲ ଦେବ କରିଥିଲେ। ସେ ୮ ମ୍ୟାଚରୁ ୩୦୩ ରନ୍ କରିଥିବା ବେଳେ ଯଶପାଲ୍ ୨୪୦ ରନ୍ ସହ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଯଶପାଲ୍ ୧୯୭୮ରୁ ୧୯୮୫ ମଧ୍ୟରେ ୪୨ ଦିନିକିଆରେ ଭାରତର ପ୍ରତିନିଧିତ୍ୱ କରି ୨୮.୪୮ ହାରରେ ୮୮୩ ରନ୍ କରିଛନ୍ତି। ଦିନିକିଆରେ ସେ ୪ଟି ଅର୍ଦ୍ଧଶତକ ମାରିଛନ୍ତି। କିନ୍ତୁ ରୋଚକ କଥା ହେଉଛି, ଦିନିକିଆରେ ସେ କେବେବି ଶୂନରେ ଆଉଟ୍ ହୋଇନାହାନ୍ତି।

Yashpal Sharma, 1983 World Cup-winning India cricket team member, passes  away | Sambad English

ଯଶପାଲ୍ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ୩୭ ଟେଷ୍ଟ ମ୍ୟାଚ୍ ଖେଳି ୩୩.୪୫ ହାରରେ ୧୬୦୬ ରନ୍ କରିଛନ୍ତି, ଯେଉଁଥିରେ ୨ ଶତକ ଓ ୯ ଅର୍ଦ୍ଧଶତକ ରହିଛି। ଟେଷ୍ଟ ମ୍ୟାଚରେ ୧୪୦ ରନ୍ ତାଙ୍କର ସର୍ବାଧିକ ସ୍କୋର, ଯାହା ବହୁତ ଖାସ୍ ଥିଲା। ୧୯୮୨ରେ ଇଂଲଣ୍ଡ ବିପକ୍ଷ ମାଡ୍ରାସ ଟେଷ୍ଟର ଗୁଣ୍ଡାପ୍ପା ବିଶ୍ୱନାଥଙ୍କ ସହ ସେ ରେକର୍ଡ ୩୧୬ ରନର ପାର୍ଟନରଶିପ୍ କରିଥିଲେ। ବିଶ୍ୱନାଥ (୨୨୨) ଓ ଯଶପାଲ୍ (୧୪୦) ଟେଷ୍ଟର ଦ୍ୱିତୀୟ ଦିବସରେ କୌଣସି ୱିକେଟ୍ ପତନ ହେବାକୁ ଦେଇନଥିଲେ। ଦୁଇ ଦେଶ ମଧ୍ୟରେ ୨୯ ବର୍ଷ ପର୍ଯ୍ୟନ୍ତ କୌଣସି ୱିକେଟ୍ ପାଇଁ ଏହା ସର୍ବାଧିକ ରନର ଭାଗିଦାରୀ ଥିଲା। ୨୦୧୧ରେ ଓଭାଲ୍ ଟେଷ୍ଟରେ ଇଆନ୍ ବେଲ୍ ଓ କେଭିନ୍ ପିଟରସନ୍ ୩୫୦ ରନର ପାର୍ଟନରଶିପ୍ କରି ଏହି ରେକର୍ଡ ଭାଙ୍ଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos