ଲୋକସେବା ଭବନ ଆସିଲେ, କ୍ୟାବିନେଟ୍ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ, ବର୍ଷିଲେ ବିରୋଧୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Lokaseva Bhavan PhotoOR

ଲୋକସେବା ଭବନ

Ordigital Desk
  • Published: Friday, 21 July 2023
  • Updated: 21 July 2023, 10:08 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନକୁ ଆସିଥିଲେ ମଧ୍ୟ କ୍ୟାବିନେଟ୍ ବୈଠକରେ ଯୋଗ ନଦେଇ ଫେରିଯିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶର ଏକମାତ୍ର ଭର୍ଚୁଆଲ ମୁଖ୍ୟମନ୍ତ୍ରୀ ଓ ସେ ଏଭଳି କରି ନିଜର ଅପାରଗତା ପ୍ରଦର୍ଶନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ କେହି ଜଣେ ନବୀନ ନିବାସରୁ ନିଷ୍ପତ୍ତି ଓ ନିର୍ଦ୍ଦେଶ ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଏ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ୬ଟା ପର୍ଯ୍ୟନ୍ତ ଲୋକସେବା ଭବନର କନଭେନସନ ସେଂଟରରେ ସଶରୀରରେ ଉପସ୍ଥିତ ରହି ୧୨୯ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବାଂଟିଥିଲେ ମଧ୍ୟ ସେହି ଲୋକସେବା ଭବନରେ ଥିବା ନିଜ କାର୍ଯ୍ୟାଳୟ(ମୁଖ୍ୟମନ୍ତ୍ରୀ ଅଫିସ)କୁ ଯାଇନଥିଲେ । ବରଂ ନବୀନ ନିବାସ ଫେରି ଯାଇଥିଲେ ଓ ସେଠାରୁ ସାଢ଼େ ୬ଟାରେ ଭର୍ଚୁଆଲ ମୋଡରେ କ୍ୟାବିନେଟ୍ ବୈଠକରେ ସାମିଲ ହୋଇଥିଲେ । ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ,“ମୁଖ୍ୟମନ୍ତ୍ରୀ ଆଜି ନିଯୁକ୍ତିପତ୍ର ବାଂଟିବାକୁ ଲୋକସେବା ଭବନକୁ ଯାଇଥିଲେ । ସେଠାରୁ ସେ ଚାହିଁଥିଲେ କ୍ୟାବିନେଟ୍ ବୈଠକକୁ ବି ଯାଇପାରିଥାନ୍ତେ, କିନ୍ତୁ ଯାଆନ୍ତି ନାହିଁ ।  ନିଯୁକ୍ତି ପତ୍ର ହାତରେ ବାଂଟିବାବେଳେ ତାଙ୍କୁ କିଛି କହିବାକୁ ପଡ଼ୁନି । ଆଉ ସେ ଘରୁ ଯେଉଁ ଭର୍ଚୁଆଲ ମୋଡରେ ବୈଠକ କରୁଛନ୍ତି, ସେଥିରେ ସେ ନିରବ ହୋଇ ବସି ରହିଥାନ୍ତି । ଆଉ ଫାଇଭ-ଟି ସଚିବ ତାଙ୍କୁ ସେଠି ଯାହା କୁହନ୍ତି ସେ ସେହି ହିସାବରେ  ନିର୍ଦ୍ଦେଶ ଦେଇଥାନ୍ତି । ଯଦି କ୍ୟାବିନେଟ୍ ବୈଠକକୁ ମୁଖ୍ୟମନ୍ତ୍ରୀ ନିଜେ ଫିଜିକିଆଲି ଯିବେ, ତା’ହେଲେ ଏକଥା ଧରାପଡ଼ିଯିବ । ମୁଖ୍ୟମନ୍ତ୍ରୀ କିଛି କରନ୍ତି ନାହିଁ ବୋଲି ପ୍ରମାଣିତ ହୋଇଯିବ । ତେଣୁ ନିଜ ଦୋଷଦୁର୍ବଳତାକୁ ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଏଭଳି ଭର୍ଚୁଆଲ ମୋଡରେ ବୈଠକ କରୁଛନ୍ତି ବୋଲି ଶ୍ରୀ ସାଲୁଜା କହିଛନ୍ତି ।”

Also Read

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ଭାଷାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ମୁଖ୍ୟମନ୍ତ୍ରୀ ଏବେ ଭର୍ଚୁଆଲ ମୁଖ୍ୟମନ୍ତ୍ରୀରେ ପରିଣତ ହୋଇସାରିଛନ୍ତି । ସେ ବାସ୍ତବରେ ମୁଖ୍ୟମନ୍ତ୍ରୀ କି ନାହିଁ, ଶାସନ ଡୋର ତାଙ୍କ ହାତରେ ଅଛି କି ନାହିଁ, ଗଭର୍ଣ୍ଣାନ୍ସ ସିଏ ନିୟନ୍ତ୍ରଣ କରୁଛନ୍ତି କି ନାହିଁ ତାହା ବି ସ୍ପଷ୍ଟ ନୁହେଁ । ଏଠି ସେ ନିଜର ପ୍ରତିଛାୟାକୁ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୀମିତ ରଖିବାକୁ ଚାହୁଁଛନ୍ତି, ତାହାଠୁ ବଡ଼ ଦୁର୍ଭାଗ୍ୟଜନକ ଗଭର୍ଣ୍ଣାନ୍ସର ପରିସ୍ଥିତି କୌଣସି ରାଜ୍ୟରେ କେବେ ଭାରତବର୍ଷର ରାଜନୀତିକ ଇତିହାସରେ ହୋଇନଥିଲା । ଜଣେ ମୁଖ୍ୟମନ୍ତ୍ରୀ ନିଜକୁ ଅଯୋଗ୍ୟ ବୋଲି ପ୍ରମାଣିତ କରୁଛନ୍ତି, କିନ୍ତୁ ଶାସନ ଗାଦିକୁ ମାଡ଼ି ବସିଛନ୍ତି । ଏଭଳି ସ୍ଥିତିରେ ଆଉ ଯଦି କେହି ଥାଆନ୍ତା,ତା’ହେଲେ ଓଡ଼ିଶା ପ୍ରଦେଶର ବିକାଶ ପାଇଁ ସେ ନିଜ ପଦବୀରୁ ଇସ୍ତଫା ଦେଇସାରନ୍ତାଣି । କ୍ୟାବିନେଟ୍ ବୈଠକରେ ରହିବିନି, ବିଧାନସଭାରେ ରହବିନି । ଲୋକଙ୍କୁ ଭେଟିବି ନାହିଁ । ଏଭଳି ଶାସନ ଚାଲେନି । ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ଏସବୁ କାର୍ଯ୍ୟ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଶାସନ ଗାଦିରୁ ଓହରିଯିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ଏହା ଉପରେ ଅତ୍ୟନ୍ତ ଗୁରୁତ୍ୱର ସହ ଚିନ୍ତା କରନ୍ତୁ ବୋଲି ସେ କହିଛନ୍ତି ।”

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୦ ମାର୍ଚ୍ଚ ୧୩ତାରିଖ ପରଠୁ କ୍ୟାବିନେଟ୍ ବୈଠକ ପାଇଁ ଲୋକସେବା ଭବନର ତୃତୀୟ ମହଲାର ସମ୍ମିଳନୀ କକ୍ଷ କିମ୍ବା ମୁଖ୍ୟମନ୍ତ୍ରୀ ଅଫିସର ସମ୍ମିଳନୀ କକ୍ଷକୁ ଆସିନାହାନ୍ତି । ଆଉ ସମସ୍ତ କ୍ୟାବିନେଟ୍ ବୈଠକରେ ଭର୍ଚୁଆଲ ଉପସ୍ଥିତ ରହୁଛନ୍ତି । କରୋନା କଟକଣା ହଟିଯିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି କ୍ୟାବିନେଟ୍ ବୈଠକରେ ଭର୍ଚୁଆଲ ମୋଡରେ ଉପସ୍ଥିତ ହେଉଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story