ନୂଆବର୍ଷ ଭେଟି: ସରକାରୀ ଚାକିରିଆଙ୍କୁ ବି ମିଳିବ ନବୀନ କାର୍ଡ

ରାଜ୍ୟର ସରକାରୀ କର୍ମଚାରୀ, ପେନସନଭୋଗୀ, ଅନ୍ୟାନ୍ୟ ସହାୟତାଯୋଗ୍ୟ ବର୍ଗ ଓ ସହରାଂଚଳରେ ବାସ କରୁଥିବା ପରିବାରଗୁଡ଼ିକୁ  ବିଏସକେୱାଇ-ନବୀନ କାର୍ଡ ମିଳିବ।

Naveen Card

ନବୀନ କାର୍ଡ

Ordigital Desk
  • Published: Monday, 01 January 2024
  • Updated: 02 January 2024, 08:53 AM IST

Sports

Latest News

ନୂଆବର୍ଷରେ ରାଜ୍ୟବାସୀଙ୍କୁ ଆଉ ଏକ ଖୁସିଖବର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସରକାରୀ କର୍ମଚାରୀ, ପେନସନଭୋଗୀ, ଅନ୍ୟାନ୍ୟ ସହାୟତାଯୋଗ୍ୟ ବର୍ଗ ଓ ସହରାଂଚଳରେ ବାସ କରୁଥିବା ପରିବାରଗୁଡ଼ିକୁ  ବିଏସକେୱାଇ-ନବୀନ କାର୍ଡ ମିଳିବ । ପରବର୍ତ୍ତୀ ପର୍ଯ୍ୟାୟ ସମ୍ପ୍ରସାରଣରେ ବାଦ୍ ପଡ଼ିଥିବା ଏହି ବର୍ଗଙ୍କୁ ସାମିଲ କରାଯିବ । ଏଥିପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇସାରିଛନ୍ତି । ଏହାସହିତ ଗତ ୩ଦିନ ତଳେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁରୂପ ଗ୍ରାମାଂଚଳରେ ବାଦ୍ ପଡ଼ିଥିବା ପରିବାରଗୁଡ଼ିକୁ(ସରକାରୀ ଚାକିରିଆ,ପେନସନଭୋଗୀ ଓ ଆୟକରଦାତାଙ୍କୁ ଛାଡ଼ି) ବିଏସକେୱାଇ-ନବୀନ କାର୍ଡର ସୁବିଧା ନିମନ୍ତେ ଚଳିତମାସ ୬ରୁ ୧୬ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ କୁହାଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ପାଇଁ ଚଳିତମାସ ୬ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ । ଏହି ଅନଲାଇନ୍ ଆବେଦନର ଶେଷ ତାରିଖ ୧୬ତାରିଖ ରହିଛି । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ୱେବପୋର୍ଟାଲ ବିକଶିତ କରିଛନ୍ତି। ଆଉ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ପ୍ରତ୍ୟେକ ଜିଲ୍ଲାକୁ ଅର୍ଥ ବରାଦ କରିଛନ୍ତି । ଗତ ସପ୍ତାହରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ବାଦ୍ ପଡ଼ିଥିବା ଗ୍ରାମାଂଚଳ ପରିବାର ନିମନ୍ତେ ବିଏସକେୱାଇ-ନବୀନ କାର୍ଡର ଘୋଷଣା କରିଥିଲେ। ସରକାରୀ ଚାକିରିଆ, ସରକାରୀ ପେନସନଧାରୀ ଓ ଆୟକରଦାତାଙ୍କୁ ବାଦ୍ ଗ୍ରାମାଂଚଳରେ ଥିବା ଅନ୍ୟ ସମସ୍ତ ପରିବାର ଏହି ନବୀନ କାର୍ଡ ପାଇ ଆବେଦନ କରିପାରିବେ ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ନୂଆବର୍ଷର ପ୍ରଥମ ଦିନରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଏସକେୱାଇ-ନବୀନ କାର୍ଡରେ ପଞ୍ଜିକରଣ ହେବା ନିମନ୍ତେ ସାଧାରଣ ଲୋକଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ବିଏସକେୱାଇ ଯୋଜନାର ସମ୍ପ୍ରସାରଣ ହୋଇଛି । ଯାହାକି ଗ୍ରାମାଂଚଳରେ ବିଏସକେୱାଇ ଯୋଜନାରୁ ବାଦ୍ ପଡ଼ିଥିବା ପରିବାରକୁ ସାମିଲ ନିମନ୍ତେ ଉଦ୍ଦିଷ୍ଟ । ଗ୍ରାମାଂଚଳରେ ଥିବା ସରକାରୀ କର୍ମଚାରୀ, ସରକାରୀ ପେନସନଭୋଗୀ ଓ ଆୟକରଦାତାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ପରିବାର ଏହି ନବୀନ କାର୍ଡ ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ଯୋଗ୍ୟ ପରିବାର ବିଏସକେୱାଇ-ନବୀନ କାର୍ଡ ନିମନ୍ତେ ଅନଲାଇନ୍ ମୋଡରେ ଆବେଦନ କରିପାରିବେ । ଏଥିପାଇଁ ବିଏସକେୱାଇନବୀନଡଟ୍‌ଓଡ଼ିଶାଜିଓଭିଡଟଇନ୍ ନାମରେ ଏକ ୱେବପୋର୍ଟାଲ କାର୍ଯ୍ୟକ୍ଷମ ହେବ । ଏହି ପୋର୍ଟାଲରେ ଜାନୁୟାରୀ ୬ରୁ ୧୬ତାରିଖ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ କରିବାକୁ ପଡ଼ିବ ।

Also Read

ତେଣୁ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ଜିଲ୍ଲାର ସୋସିଆଲ ମିଡିଆ ଓ ୱେବସାଇଟରେ ଏନେଇ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମଁ ଦିଆଯାଇଛି । ଏହାସହିତ ମିଶନଶକ୍ତି, ପଂଚାୟତିରାଜ, ମହିଳା ଓ ଶିଶୁ ବିକାଶ ସ୍କୁଲ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜିଲ୍ଲା ଓ ସବଡିଭିଜନସ୍ତରର ଅଧିକାରୀମାନଙ୍କ ମାଧ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ସମସ୍ତ ପଂଚାୟତରେ କରିବାକୁ କୁହାଯାଇଛି । ଏହି ସଚେତନତା ନିମନ୍ତେ ପ୍ରତି ଜିଲ୍ଲାକୁ ୧ଲକ୍ଷ ଟଙ୍କା ମଧ୍ୟ ଯୋଗାଇ ଦିଆଯାଇଛି ।

ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ନବୀନ କାର୍ଡ ପାଇଁ ଉପଯୁକ୍ତ ସର୍ତ୍ତାବଳୀ ପୂରଣ କରୁଥିବା ଯୋଗ୍ୟ ପରିବାର ୨ଟି ଉପାୟରେ ଆବେଦନ କରିପାରିବେ । ନିଜେ ବ୍ୟକ୍ତିଗତ ଭାବେ ପଞ୍ଜିକରଣ ଏବଂ ‘ମୋ ସେବା’ କେନ୍ଦ୍ର ମାଧ୍ୟମରେ ପଞ୍ଜିକରଣ କରିହେବ । ପୂର୍ବରୁ ଯେଉଁମାନଙ୍କର ବିଏସକେୱାଇ କାର୍ଡ ଅଛି ସେମାନେ ଏଥିପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । ନବୀନ କାର୍ଡ ପାଇଁ ପରିବାରର ମୁଖ୍ୟଙ୍କ ନାଁରେ ପଞ୍ଜିକରଣର ଆବଶ୍ୟକତା ରହିଛି । ଗୋଟିଏ ପରିବାରର ୧୮ବର୍ଷ ବୟସରୁ ଊର୍ଦ୍ଧ୍ୱ ଯେକୌଣସି ସଦସ୍ୟ ଏହି ନବୀକ କାର୍ଡ ପାଇଁ ପରିବାର ପକ୍ଷରୁ ଆବେଦନ କରିପାରିବେ । ଦରଖାସ୍ତକାରୀଙ୍କ ଆଧାରଭିତ୍ତିକ ଇ-କୋୱାଇସି ବାଧ୍ୟତାମୂଳକ । ୧୮ବର୍ଷ ବୟସରୁ ସବୁ ସଦସ୍ୟଙ୍କ ଭୋଟ ପରିଚୟ ପତ୍ର ମଧ୍ୟ ବାଧ୍ୟତାମୂଳକ । ଯୋଗାଯୋଗ ନିମନ୍ତେ ପରିବାରର ମୁଖ୍ୟଙ୍କ ସକ୍ରିୟ ମୋବାଇଲ ନମ୍ବର, ସଦ୍ୟତମ ଫଟୋ, ୫ବର୍ଷରୁ କମ୍ ପିଲା ସମେତ ସମସ୍ତଙ୍କ ଆଧାର କାର୍ଡ ଓ ୫ବର୍ଷରୁ କମ୍ ବୟସର ପିଲା ଥିଲେ ଜୁନ୍ ୩୦ତାରିଖ ସୁଦ୍ଧା ଆଧାର ନମ୍ବର ଦାଖଲ ପାଇଁ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ ।
ଏହି ବିଏସକେୱାଇ-ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରାବଧାନ  କରାଯାଇଛି । ବିଏସକେୱାଇ ନବୀନ କାର୍ଡ ମାଧ୍ୟମରେ ଏହି ସୁବିଧା ୨୦୨୪ ମେ’ ୧ତାରିଖରୁ ମିଳିବ ।
ବିଏସକେୱାଇ ଯୋଜନାକୁ ପର୍ଯ୍ୟାୟକ୍ରମେ ସମ୍ପ୍ରସାରଣ କରାଯାଉଛି ବୋଲି ଶ୍ରୀମତୀ ପଣ୍ଡିତ କହିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରୀ କର୍ମଚାରୀ,ପେନସନଭୋଗୀ, ସହରାଂଚଳରେ ବାଦ୍ ପଡ଼ିଥିବା ପରିବାର ଓ ଅନ୍ୟ ଯୋଗ୍ୟ  ବର୍ଗର ଲୋକଙ୍କୁ ଏହି ନବୀନ କାର୍ଡ ଯୋଗାଇ ଦେବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇସାରିଥିବା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story