ନାମ ପରିବର୍ତ୍ତନ ଏକ ଗୁଜବ: କେନ୍ଦ୍ର ମନ୍ତ୍ରୀ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି, ଦେଶର ପରିବର୍ତ୍ତନ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦୀର୍ଘ ୯ ବର୍ଷର ଅପେକ୍ଷା ପରେ ଦେଶବାସୀ କେବଳ ଏକ ନାମରେ ପରିବର୍ତ୍ତନ ପାଇଲେ।

India v/s Bharat

‘ଇଣ୍ଡିଆ’ ବନାମ ‘ଭାରତ’ ।

Niharika Rout
  • Published: Wednesday, 06 September 2023
  • Updated: 06 September 2023, 12:12 PM IST

Sports

Latest News

ଜି-୨୦ର ଅତିଥିଙ୍କ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ନୈଶଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯିବା ପରେ ଆରମ୍ଭ ହୋଇଛି ବିବାଦ। ବିଜେପି ସୁଚିନ୍ତିତ ଭାବେ ‘ଇଣ୍ଡିଆ’ ନାମକୁ ଲୋପ କରି ‘ଭାରତ’ ଲାଗୁ କରିବାକୁ ଯୋଜନା ଚଳାଇଥିବା ବିରୋଧୀ ଅଭିଯୋଗ ଆଣିଥିବା ବେଳେ ଏହାକୁ ଖଣ୍ଡନ କରିଛି ବିଜେପି।

ଖୁବ୍‌ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଣ୍ଡୋନେସିଆ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଏକ ବୁକ୍‌ଲେଟ୍‌ରେ ମୋଦିଙ୍କୁ ପ୍ରାଇମ ମିନିଷ୍ଟର ଅଫ୍‌ ଭାରତ ବୋଲି ସମ୍ବୋଧିତ କରାଯାଇଛି।

ମାତ୍ର ବିଜେପି ଦଳ ଦେଶ ନାମ ପରିବର୍ତ୍ତନ କରିବାକୁ କଳେବଳେ କୌଶଳେ ଯୋଜନା କରି ଚାଲିଥିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେବାକୁ ଯାଇ ସେ କହିଛନ୍ତି, ଏହା କେବଳ ଗୁଜବ, ଆଉ କିଛି ନୁହେଁ। ଯିଏ ବି ‘ଭାରତ’ ଶବ୍ଦର ପ୍ରୟୋଗକୁ ଗ୍ରହଣ କରିପାରୁନି, ଏହାକୁ ପ୍ରତିବାଦ କରୁଛି, ଏଥିରୁ ତା’ର ଦେଶପ୍ରେମ ସ୍ପଷ୍ଟ ପ୍ରତୀୟମାନ ହେଉଛି।

ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏପରି ନେତା ବିଦେଶ ଗଲେ ଭାରତକୁ ଟାର୍ଗେଟ କରୁଛନ୍ତି। ଭାରତରେ ରହିଲେ ଏହାର ନାମର ପ୍ରୟୋଗ ଉପରେ ଆପତ୍ତି ଉଠାଉଛନ୍ତି।

Also Read

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ରିପବ୍ଲିକ ଅଫ୍‌ ଭାରତ- ଆମ ସଭ୍ୟତା ଅମୃତ କାଳ ଦିଗରେ ବଢ଼ିବା ସହ ଦିନକୁ ଦିନ ଅଧିକ ସଶକ୍ତ ହେଉଛି। ଏହା ଆମ ପାଇଁ ଖୁବ୍‌ ଖୁସି ଓ ଗର୍ବର ବିଷୟ।

କଂଗ୍ରେସ ନେତା ଜୟରାମ ରମେଶଙ୍କ ଟ୍ୱିଟର ଜବାବ ଦେଇ ସେ କହିଛନ୍ତି, ଏପରି ଲାଗୁଛି କଂଗ୍ରେସ ପାର୍ଟିର ‘ଭାରତ’ ଶବ୍ଦ ପ୍ରତି ଘୃଣାଭାବ ରହିଛି। ତେଣୁ ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିବା ସେ କହିଛନ୍ତି। କଂଗ୍ରେସ ଯେହେତୁ ‘ଇଣ୍ଡିଆ’ର ଅଂଶୀଦାର, ତେଣୁ ସେ ଭାରତ ଶବ୍ଦକୁ ହଜମ କରି ପାରୁନି।

 ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସମଗ୍ର ପୃଥିବୀ ଆମ ଦେଶକୁ ‘ଇଣ୍ଡିଆ’ ନାମରେ ଜାଣିଛି। ଏହାପରେ ବୋଧେ ସେମାନେ ରବୀନ୍ଦ୍ରନାଥ ଟାଗୋରଙ୍କ ନାମ ପରିବର୍ତ୍ତନ କରିଦେବେ। ମାତ୍ର ଏପରି ନାମ ପରିବର୍ତ୍ତନ ଦ୍ୱାରା କ’ଣ ହାସଲ ହେଉଛି ମୁଁ ବୁଝି ପାରୁନି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି, ଦେଶର ପରିବର୍ତ୍ତନ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦୀର୍ଘ ୯ ବର୍ଷର ଅପେକ୍ଷା ପରେ ଦେଶବାସୀ କେବଳ ଏକ ନାମରେ ପରିବର୍ତ୍ତନ ପାଇଲେ। ଏଥିସହ ସେ କହିଛନ୍ତି, ବିଜେପି ଏବେ ‘ଇଣ୍ଡିଆ’ ନାଁ ଶୁଣିଲେ ବିଳିବିଳାଉଛି। କାରଣ ‘ଇଣ୍ଡିଆ’ ମେଣ୍ଟରେ ଥିବା ବିରୋଧୀଙ୍କ ଶକ୍ତି ସେ ଆକଳନ କରି ସାରିଲାଣି, ସେଥିପାଇଁ ତାହାକୁ ସେ ହଜମ କରି ପାରୁ ନାହାନ୍ତି।

ଦେଶର ନାମ ପରିବର୍ତ୍ତନ କରିବାର ଅଧିକାର କାହା ପାଖରେ ନାହିଁ ବୋଲି ମହାରାଷ୍ଟ୍ରରେ ଆୟୋଜିତ ଏକ ଜନସଭାରେ କହିଛନ୍ତି ଏନସିପି ମୁଖିଆ ଶଣଦ ପାୱାର। କେନ୍ଦ୍ରରେ କ୍ଷମତାରେ ଥିବା ଦଳ କାହିଁକି ଏକ ନାମ ପଛରେ ପାଗଳ ପରି ପଡ଼ିଛି ତାହା ବୁଝୁ ପଡ଼ୁନି ବୋଲି ସେ କହିଛନ୍ତି।

‘ଇଣ୍ଡିଆ’ ଶବ୍ଦର ବିଲୋପ ଅସମ୍ଭବ। କାରଣ ଏହି ଶବ୍ଦ ଚାରିଆଡ଼େ ରହିଛି। ଦେଶର ସମ୍ବିଧାନଠୁ ଆରମ୍ଭ କରି ପାସପୋର୍ଟ, ଆଧାରକାର୍ଡ ପର୍ଯ୍ୟନ୍ତ ସବୁଠି ‘ଇଣ୍ଡିଆ’ ଶବ୍ଦର ପ୍ରୟୋଗ ହେଉଛି। ଏହି ନାମ ପରିବର୍ତ୍ତନର ମୁଖ୍ୟ କାରଣ ପ୍ରଧାନମନ୍ତ୍ରୀ ‘ଇଣ୍ଡିଆ’ ମେଣ୍ଟକୁ ଭୟ କରୁଛନ୍ତି। ଏବେ ପ୍ରଧାନମନ୍ତ୍ରୀଙ୍କର ‘ଇଣ୍ଡିଆ’ ଶବ୍ଦ ସହ ତାଳମେଳ ଠିକ୍‌ ପଡ଼ୁ ନ ଥିବା ବେଳେ ଭବିଷ୍ୟତରେ ‘ଭାରତ’ ଶବ୍ଦ ପ୍ରତି ବି ସେମାନେ ଏହି ବ୍ୟବହାର ଆପଣାଇବେ। କାରଣ ଆମ ମେଣ୍ଟର ସ୍ଲୋଗାନ ରହିଛି ‘ଜୁଡେଗା ଭାରତ, ଜିତେଗା ଇଣ୍ଡିଆ’।

ଏହି ପ୍ରସଙ୍ଗରେ ପାଟି ଫିଟାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଭାରତ’ ଶବ୍ଦର ବ୍ୟବହାର ବହୁ ଆଗରୁ ହେବାର ଥିଲା। ‘ଭାରତ’ ଆମର ପରିଚୟ, ଆମେ ଏହା ପାଇଁ ଗର୍ବିତ ଅନୁଭବ କରିବା କଥା। ଏହା ବହୁ ପୂର୍ବରୁ ହେବାର ଥିଲା। ଆମ ଦେଶର ରାଷ୍ଟ୍ରପତି ବି ‘ଭାରତ’ ଶବ୍ଦକୁ ପ୍ରାଥମିକତା ଦେଇଛନ୍ତି। ସମଗ୍ର ଦେଶବାସୀ ଏଥିପାଇଁ ଖୁବ୍‌ ଖୁସି ଓ ଗର୍ବିତ ଅନୁଭବ କରିବେ। କାରଣ ଏହା ଉପନିବେଶୀୟ ଚିନ୍ତାଧାରା ବିରୋଧରେ ଏକ ବଡ଼ ପଦକ୍ଷେପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story