ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାମ। ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣଙ୍କ ନାଁ ରହିପାରେ। ଏହା କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଏଭଳି ସୂଚନା ଦେଇଛନ୍ତି ବିଜୟ ପାଲ ସିଂ।
ସେ ଆହୁରି କହିଛନ୍ତି, ଆଜି ଓ ଆସନ୍ତାକାଲି କ୍ଲଷ୍ଟର ଦାୟିତ୍ୱରେ ଥିବା ନେତାଙ୍କ ସହ ବୈଠକ ହେବ। ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ଆଲୋଚନା ହେବ।
Also Read
ରାଜ୍ୟରେ ମିଳିତ ସରକାର ହେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ସେ କହିଛନ୍ତି, କେନ୍ଦ୍ର ସେହି ନିଷ୍ପତ୍ତି ନେବ। କେନ୍ଦ୍ର ଯାହା କରିବ ତାହା ଆମେ ସ୍ୱୀକାର କରିବୁ। ଆମେ ଉଭୟ ବିଧାନସଭା ଓ ଲୋକସଭା ସବୁ ଆସନରେ ଲଢ଼ିବୁ ଏବଂ ଉଭୟରେ ଭଲ ପ୍ରଦର୍ଶନ କରିବୁ। ଆମେ ଲଢେଇ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା
ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Politics
ରାଜା ଚକ୍ର ଗିରଫ: କ୍ରାଇମବ୍ରାଞ୍ଚ ଦେଲା କଳାଚିଠାର ତାଲିକା, ବଢ଼ିଲା ବିଜେଡିର ପ୍ରଭାବଶାଳୀଙ୍କ ଅଡ଼ୁଆ
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
Politics
ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ
ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Politics
ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ବଦନାମ: ବିଧାନସଭାରେ ଗୃହ ବିଭାଗର ଦାୟିତ୍ୱହୀନ ଉତ୍ତରକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି?

Politics
ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଝଡ଼
ଗତକାଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଜୟନାରାୟଣ ଆଜି କୌଣସି ପ୍ରତିକ୍ରିୟା ରଖି ନଥିଲା ବେଳେ, ତାଙ୍କ ମନ୍ତବ୍ୟ କିନ୍ତୁ ସରକାର ଓ ବିଜେପି ପାଇଁ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।