ବିଜେଡିରୁ ମୁହଁ ଫେରାଉଛନ୍ତି ନେତ୍ରୀ: ଦଶନ୍ଧି ପୁରୁଣା ନିର୍ବାଚନୀ ପ୍ରତିଶ୍ରୁତି ବି ରଖିନି, ଭୁସୁଡ଼ିଯିବ କି ମହିଳା ଭୋଟବ୍ୟାଙ୍କ

ଆଜି ବିଜେଡିର ୩ଜଣ ନେତ୍ରୀ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ସନ୍ଧ୍ୟାବତୀ ପ୍ରଧାନ ଓ ଲିଙ୍କନ୍ ସୁବୁଦ୍ଧି ଦଳ ବିରୁଦ୍ଧରେ ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ରଖିଛନ୍ତି।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 01 April 2024
  • Updated: 01 April 2024, 09:10 PM IST

Sports

Latest News

ଯେଉଁ ମହିଳା ଭୋଟବ୍ୟାଙ୍କକୁ ଆଧାର କରି ବିଜେଡି ଗୋଟିଏ ପରେ ଗୋଟିଏ ନିର୍ବାଚନୀ ବୈତରଣୀକୁ ସଫଳତାର ସହ ପାରି ହେଉଥିଲା, ଏବେ ସେହି  ମହିଳା ଭୋଟର ଦଳଠୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ଦଳର ନେତ୍ରୀମାନେ ନିଜକୁ ଅଣଦେଖାର ଅଭିଯୋଗ ଆଣି ଏବେ ଦଳ ଛାଡ଼ିବାରେ ଲାଗିଛନ୍ତି। ସେହିପରି ଦଳ ପାଇଁ ତୃଣମୂଳସ୍ତରରେ ଭୋଟ ସାଉଁଟୁଥିବା ମିଶନଶକ୍ତି ମହିଳା ଏସଏଚଜିଙ୍କ ମଧ୍ୟରେ ବି ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଗୋଟିଏପଟେ ଦଳୀୟ ନେତ୍ରୀମାନେ ଅବହେଳା ଓ ଅଲୋଡ଼ାର ଅଭିଯୋଗ ଆଣି ଦଳ ଛାଡ଼ୁଥିବାବେଳେ ଅନ୍ୟପଟେ ମହିଳା ଏସଏଚଜିଙ୍କ ମଧ୍ୟରେ ଅସନ୍ତୋଷ ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ଦେଖାଦେଇଛି। ଏସବୁ ମଧ୍ୟରେ ମହିଳାଙ୍କ ପାଇଁ ବିଜେଡି ବିଗତ ଦୁଇଟି ସାଧାରଣ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି (ଇସ୍ତାହାର)କୁ ମଧ୍ୟ ପୂରଣ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ବିଜେଡିର ୩ଜଣ ନେତ୍ରୀ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ସନ୍ଧ୍ୟାବତୀ ପ୍ରଧାନ ଓ ଲିଙ୍କନ୍ ସୁବୁଦ୍ଧି ଦଳ ବିରୁଦ୍ଧରେ ନିଜର ଅସନ୍ତୋଷ ଗଣମାଧ୍ୟମ ଆଗରେ ରଖିଛନ୍ତି। ଦଳରେ ମହିଳା ନେତ୍ରୀମାନେ କିଭଳି ଅଲୋଡ଼ା ହୋଇପଡ଼ିଛନ୍ତି ସେ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି। ସନ୍ଧ୍ୟାବତୀ ଓ ଲିଙ୍କନ ଆଜି ଦଳରୁ ଇସ୍ତଫା ଦେଇଥିବାବେଳେ ସିପ୍ରା ଖୁବଶୀଘ୍ର ବିଜେଡିକୁ ବାଏବାଏ କରିପାରନ୍ତି ବୋଲି ଜଣାପଡ଼ିଛି।

ପୂର୍ବତନ ବିଧାୟିକା ସିପ୍ରା ଅଭିଯୋଗ କରିଛନ୍ତି ଯେ, ବିଜୁବାବୁ ଓ ନବୀନବାବୁଙ୍କ ସମୟରେ ନବୀନ ନିବାସକୁ ଅବାଧ ପ୍ରବେଶ ଥିଲା। ବାଟରେ କିଏ କେବେ ମୋତେ ଅଟକାଇବାର ସ୍ଥିତି ନଥିଲା। କିନ୍ତୁ ଏବେ ପ୍ରଶାସନିକ ସୁରକ୍ଷା ଦୃଷ୍ଟିରୁ ଆମକୁ ବାରଣ କରାଯାଇଛି। ୨୦୧୯ରେ ନବୀନ ନିବାସ ଆସିଥିଲି। ଟିକେଟ୍ ମିଳିଲାନି କିନ୍ତୁ ପ୍ରାର୍ଥୀପତ୍ର ଦାଖଲ କରିଥିଲି। ଦଳ ପକ୍ଷରୁ ୨୦୨୪ରେ ପ୍ରାର୍ଥୀ ହେବାର ପ୍ରତିଶ୍ରୁତି ମିଳିଥିଲା। ଦଳ ଦେଇଥିବା କଥା ରଖିବ ବୋଲି ଆଶା କରୁଥିବା ସିପ୍ରା କହିଛନ୍ତି। ସେହିପରି ଦଳର ପୁରୁଣା ନେତ୍ରୀ ସନ୍ଧ୍ୟାବତୀ ନିଜର ଇସ୍ତଫାପତ୍ର ପଠାଇ କହିଛନ୍ତି ଯେ, ମହିଳା ଓ ନାରୀ ସଶକ୍ତିକରଣ କହୁଥିବା ବିଜେଡି ପୁରୀ ଜିଲ୍ଲାରେ କୌଣସି ମହିଳାଙ୍କୁ ସୁଯୋଗ ନଦେବା ତାଙ୍କୁ ନିରାଶ କରିଛି।

Also Read

୨୦ବର୍ଷ ହେଲା ଦଳରେ ଅଛନ୍ତି କିନ୍ତୁ ସୁପ୍ରିମୋଙ୍କୁ ଭେଟିବାକୁ ସୁଯୋଗ ନାହିଁ। କୋଟୋରୀ ଭିତରେ ମୁଖ୍ୟମନ୍ତ୍ରୀ ରହୁଛନ୍ତି। ସମର୍ଥକଙ୍କ ସହ କଥା ହୋଇ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସନ୍ଧ୍ୟାବତୀ କହିଛନ୍ତି। ସନ୍ଧ୍ୟାବତୀ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ଥିଲେ ଓ ପିପିଲି ଉପନିର୍ବାଚନବେଳେ ବିଜେଡି ପ୍ରାର୍ଥୀ ଦୌଡ଼ରେ ବି ଥିଲେ। ସେହିପରି ମହିଳା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧି ଦଳରେ ଅଣଦେଖାର ଅଭିଯୋଗ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମହିଳାଙ୍କୁ ସମ୍ମାନ ଦିଅ, ସଶକ୍ତିକରଣ ଆପେ ଆପେ ହେବ ବୋଲି ନବୀନଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ବିଜେଡିଠୁ ଏବେ କେବଳ ଦଳୀୟ ନେତ୍ରୀ ନୁହଁନ୍ତି,  ମହିଳା ଭୋଟର ବି ମୁହଁ ଫେରାଇବାରେ ଲାଗିଲେଣି। କାରଣ ବିଜେଡିରେ ନେତ୍ରୀ ଓ ମହିଳାମାନେ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ସର୍ବନିମ୍ନ ୩୩ ପ୍ରତିଶତ ସଂରକ୍ଷଣର ଡିଣ୍ଡିମ ପିଟୁଥିବା ବିଜେଡି ପ୍ରଥମ ପର୍ଯ୍ୟାୟରେ ନିଜର ୭୨ଜଣ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୬%(୧୨ଜଣ) ମହିଳା ପ୍ରାର୍ଥୀ ଦେଇଛି। ଉପକୂଳ ଓଡ଼ିଶା ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଭଳି ଜିଲ୍ଲାର ମୋଟ ୪୧ଟିି ବିଧାନସଭା ଆସନ ଥିଲେ ସୁଦ୍ଧା ଜଣେ ବି ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଆଗ୍ରହ ଦେଖାଇନାହିଁ। ଧର୍ମକୁ ଆଖିଠାର ମାରିବା ଭଳି କେବଳ ଲୋକସଭା ଆସନରେ ଯେନତେନ ପ୍ରକାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରି ୩୩ପ୍ରତିଶତ ସଂରକ୍ଷଣ ନୀତିକୁ ପାଳନ କରୁଥିବାର ସନ୍ଦେଶ ଦେବାକୁ ଏବେଠୁ ପ୍ରୟାସ କରୁଛି।

ଦଳର ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ନିଜର ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଏପର୍ଯ୍ୟନ୍ତ ପୂରଣ କରିପାରିନି।
୧- କ୍ଷମତାକୁ ଆସିଲେ ସାମଗ୍ରିକ ମହିଳା ନୀତି କାର୍ଯ୍ୟକାରୀ କରିବ(୨୦୧୪ ଇସ୍ତାହାର)
୨- ଝିଅପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା(୨୦୧୯ ଇସ୍ତାହାର)
୩- ଗରିବ ପରିବାରର ଝିଅଙ୍କୁ ‘ସୁନା କନିଆ ଯୋଜନା’ରେ ବିବାହ ପାଇଁ ୨୫ହଜାର ଟଙ୍କାର ସହାୟତା(୨୦୧୯ ଇସ୍ତାହାର)। କାଳିଆ ଯୋଜନା, ନିର୍ମାଣଶ୍ରମିକ କଲ୍ୟାଣ ବୋର୍ଡ ଓ କେନ୍ଦୁପତ୍ର ତୋଳାଳୀଙ୍କ ବାଦ୍ ଅନ୍ୟ ଗରିବ ପରିବାର ନିମନ୍ତେ।
୪- ମିଶନଶକ୍ତି ମହିଳାଙ୍କ ରାଜ୍ୟସ୍ତରୀୟ ଫେଡେରେସନ ଗଠନ। ଅଧ୍ୟକ୍ଷାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଓ ସଦସ୍ୟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା (୨୦୧୯ ଇସ୍ତାହାର)
୫- ସବୁ ପଂଚାୟତାରେ ମିଶନଶକ୍ତି ବଜାର(୨୦୧୯ ଇସ୍ତାହାର)

ମହିଳାଙ୍କ ପାଇଁ ବିଜେଡି ଦେଇଥିବା ଉପରୋକ୍ତ ପ୍ରତିଶ୍ରୁତିଗୁଡ଼ିକ ଏପର୍ଯ୍ୟନ୍ତ ପାଳନ କରିପାରିନି। ଯଦିଓ ରାଜ୍ୟରେ ମହିଳାଙ୍କ ସଂଖ୍ୟା ପ୍ରାୟ ୨କୋଟି(୧.୫୯କୋଟି ମହିଳା ଭୋଟର)। ସେଥିରୁ ଗ୍ରାମାଂଚଳରେ ୭୫ ଭାଗ ମହିଳା ରହୁଛନ୍ତି। ରାଜ୍ୟରେ ମିଶନଶକ୍ତିର ୬ଲକ୍ଷରୁ ଅଧିକ ଏସଏଚଜିରେ ୭୦ଲକ୍ଷ ମହିଳା ସଦସ୍ୟ ଅଛନ୍ତି। ଏହି ମିଶନଶକ୍ତି ମହିଳାଙ୍କ ମାଧ୍ୟମରେ ବିଜେଡି ନିଜର ନିର୍ବାଚନୀ ବୈତରଣୀ ପାର ହେଉଛି କିନ୍ତୁ ସେହି ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରୁନି ଓଲଟା ମହିଳାଙ୍କୁ ଅପମାନିତ କରି ଦଳ ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରୁଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story