Advertisment

ଇ.ଣ୍ଡି.ଆ ନାଁକୁ କାହିଁକି ବିରୋଧ କରିଥିଲେ ନୀତୀଶ କୁମାର?

ବିରୋଧୀଙ୍କ ମହାବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଘୋଷଣା କରିଥିଲେ ଯେ ବିରୋଧୀ ଦଳଗୁଡ଼ିକ ୨୦୨୪ରେ ମିଳିତ ଭାବେ ବିଜେପି ବିରୋଧରେ ଲଢ଼ିବାକୁ ରାଜି ହୋଇଛନ୍ତି।

author-image
Hemant Lenka
INDIA

INDIA

ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳ କରୁଥିବା ବୈଠକରେ ଯେତେବେଳେ ଇ.ଣ୍ଡି.ଆ ନାଁ ଉପସ୍ଥାପନ କରାଗଲା ସେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ରାଜି ହୋଇ ନଥିଲେ। ଏହି ଇ.ଣ୍ଡି.ଆ ନାଁଟି ତାଙ୍କୁ ଉପଯୁକ୍ତ ଲାଗି ନଥିଲା। ତାଙ୍କୁ ବୁଝିବା ପାଇଁ ବି ବେଶ କିଛି ସମୟ ମଧ୍ୟ ଲାଗିଥିଲା।

Advertisment

ବିରୋଧୀଙ୍କ ମହାବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଘୋଷଣା କରିଥିଲେ ଯେ ବିରୋଧୀ ଦଳଗୁଡ଼ିକ ୨୦୨୪ରେ ମିଳିତ ଭାବେ ବିଜେପି ବିରୋଧରେ ଲଢ଼ିବାକୁ ରାଜି ହୋଇଛନ୍ତି। ଏହି ବିରୋଧୀ ମେଣ୍ଟ ଇ.ଣ୍ଡି.ଆ ବା ଭାରତୀୟ ରାଷ୍ଟ୍ରୀୟ ବିକାଶ ସମାବେଶୀ ମେଣ୍ଟ ନାଁରେ ପରିଚୟ ହାସଲ କରିବ।

ତେବେ ନାଁ ଉପରେ ଯେତେବେଳେ ବୈଠକରେ ଆଲୋଚନା ଚାଲିଥିଲା ସେତେବେଳେ ନୀତୀଶ କୁମାର ବିରୋଧୀ ମେଣ୍ଟର ନାଁ କେମିତି ଇ.ଣ୍ଡି.ଆ ରହିବ ବୋଲି ପ୍ରଶ୍ନ କରିଥିଲେ। ଏଥିସହ ବିଜେପି କରିଥିବା ଏନଡିଏ ମେଣ୍ଟ ଭଳି ଏହା ଶୁଣା ଯାଉଛି ବୋଲି ନୀତୀଶ ମତ ରଖିଥିଲେ।

Advertisment

INDIA ଭଳି NDAରେ ସମାନ ଅକ୍ଷର ଥିବା ସେ କହିଥିଲେ। କିନ୍ତୁ ଏହି ସମୟରେ କେହି ଜଣେ ତାଙ୍କୁ ବୁଝାଇଥିଲେ ଯେ ଇ.ଣ୍ଡି.ଆରେ I ଅକ୍ଷର ରହିଛି। ତଥାପି ନୀତୀଶ କୁମାର ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ମେ ଫ୍ରଣ୍ଟ ଓ ଇଣ୍ଡିଆ ମେ ଆଲିଆନ୍ସ ଭଳି ନାଁ ପ୍ରସ୍ତାବ ଦେଇଥିଲେ।

କେବଳ ନୀତୀଶ କୁମାର ନୁହନ୍ତି, ବାମଦଳ ପକ୍ଷରୁ ମଧ୍ୟ ମେଣ୍ଟର ନାଁ ସେଭ ଇଣ୍ଡିଆ ଆଲିଆନ୍ସ ଓ ୱି ଫର ଇଣ୍ଡିଆ ଭଳି ନାଁକୁ ବୈଠକରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଅଧିକାଂଶ ଦଳ ଏହାକୁ ଗ୍ରହଣ କରି ନଥିଲେ।

ସେମାନେ ଇ.ଣ୍ଡି.ଆ ନାଁକୁ ଅଧିକ ଗ୍ରହଣ କରିଥିଲେ। ଅଧିକାଂଶ ଦଳ ଏହାକୁ ଗ୍ରହଣ କରିବାରୁ ନୀତୀଶ କୁମାର ମଧ୍ୟ ସେମାନଙ୍କ ହଁରେ ହଁ ଭରିଥିଲେ। ସେ କହିଥିଲେ, “ଠିକ ଅଛି। ଆପଣମାନେ ସମସ୍ତେ ଯଦି ଏହି ନାଁ(ଇ.ଣ୍ଡି.ଆ)ରେ ରାଜି, ତା’ହେଲେ ମୋର କିଛି ବି ଅସୁବିଧା ନାହିଁ।”

ବୈଠକରେ ଡେମୋକ୍ରାଟିକ ଶବ୍ଦର ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ NDAରେ ଡେମୋକ୍ରାଟିକ ଶବ୍ଦ ଥିବାରୁ ଏହାଠାରୁ କିଛି ଭିନ୍ନ କରିବାକୁ ସମସ୍ତେ ମତ ରଖିଥିଲେ। ଏହି ସମୟରେ କଂଗ୍ରେସ ଇ.ଣ୍ଡି.ଆରେ ଥିବା D ଅକ୍ଷର ପାଇଁ "Developmental" ଶବ୍ଦ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲା। ଶେଷରେ ଇ.ଣ୍ଡି.ଆରେ ଏହାକୁ ଯୋଡ଼ା ଯାଇଥିଲା।

India Opposition