ମଣିପୁର ହିଂସା: ଛାତ୍ରଛାତ୍ରୀଙ୍କ ତାଲିକା ମାଗିଲେ ସରକାର, ମାପିଚୁପି ମତ ରଖିଲା ବିଜେଡି

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଜି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ମଣିପୁରର ପିଲାମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କହିଛନ୍ତି ।

Lokaseva Bhavan PhotoOR

ଲୋକସେବା ଭବନ

Ordigital Desk
  • Published: Thursday, 27 July 2023
  • Updated: 27 July 2023, 07:56 PM IST

Sports

Latest News

ମଣିପୁର ଜାତିଆଣ ହିଂସା ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବାବେଳେ ମଣିପୁର ରାଜ୍ୟପାଳ ଓ ମୁଖ୍ୟସଚିବ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଓଡ଼ିଶାରେ ପଢ଼ୁଥିବା ମଣିପୁରର ପିଲାମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ସହ ଓଡ଼ିଶାରେ ପଢ଼ିବାକୁ ଇଚ୍ଛୁକ ଥିବା ପିଲାମାନଙ୍କ ନିମନ୍ତେ ନାମଲେଖା ତାରିଖକୁ କୋହଳ ପାଇଁ ଅନୁରୋଧ କରିଛନ୍ତି । ମଣିପୁର ରାଜ୍ୟପାଳ ଓ ମୁଖ୍ୟ ସଚିବଙ୍କ ଏଭଳି ଅନୁରୋଧ ପରେ ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ମଣିପୁରର ଛାତ୍ରଛାତ୍ରୀଙ୍କ ବିଷୟରେ ଜରୁରୀକାଳୀନ ଭିତ୍ତିରେ ୭ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ମଣିପୁର ହିଂସା ପ୍ରସଙ୍ଗରେ ଦୀର୍ଘ ଏକମାସରୁ ଅଧିକ ଦିନ ଧରି ମୁହଁ ଖୋଲୁନଥିବା ଶାସକ ବିଜେଡି ମାପିଚୁପି ବୟାନ ରଖିଛି ।

ସୂଚନା ଅନୁସାରେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଜି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ମଣିପୁରର ପିଲାମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କହିଛନ୍ତି । ଓଡ଼ିଶାରେ ପଢ଼ୁଥିବା ମଣିପୁରର ପିଲାମାନଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା, ବିଶ୍ୱବିଦ୍ୟାଳୟ ଦ୍ୱାରା ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ଆଦି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ କହିଛନ୍ତି । ଉଚ୍ଚଶିକ୍ଷା ବିଭାଗ ଭଳି ରାଜ୍ୟ ସରକାର ଅନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକଠୁ ବି ଅନୁରୂପ ତଥ୍ୟ ମାଗିଛନ୍ତି । ମଣିପୁର ରାଜ୍ୟପାଳ ଅନୁସୂୟା ଉକେ ଗତ ଜୁନ୍ ୮ତାରିଖରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଙ୍କୁ ଚିଠି ଲେଖି ତାଙ୍କ ରାଜ୍ୟରେ ଚାଲିଥିବା ଜାତିଆଣ ହିଂସା ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଇଂଟରନେଟ ସେବା ବନ୍ଦ ଓ କର୍ଫ୍ୟୁ ଲାଗୁ ହୋଇଥିବାର ସୂଚନା ଦେଇଥିଲେ । ମଣିପୁରର ବହୁ ଛାତ୍ରଛାତ୍ରୀ ଓଡ଼ିଶାରେ  ପାଠ ପଢ଼ୁଥିବାରୁ ସେମାନେ ଏଭଳି ପରିସ୍ଥିତି ଯୋଗୁ ନିଜର ଦୈନନ୍ଦିନ ଓ ପାଠ୍ୟକ୍ରମ ସଂକ୍ରାନ୍ତ ଖର୍ଚ୍ଚ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବେ ବୋଲି କହିଛନ୍ତି । ଏଭଳି ପ୍ରତିକୂଳ ଓ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ମଣିପୁରର ପିଲାମାନଙ୍କର ପାଠପଢ଼ା ଯେଭଳି ପ୍ରଭାବିତ ନହେବ ଓ ସେମାନେ କଷ୍ଟର ସମ୍ମୁଖୀନ ନହେବେ ସେଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ମଣିପୁର ରାଜ୍ୟ ସରକାରଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିବା ସୂଚନା ଦେଇଛନ୍ତି ।

ତେବେ ଜୁନ୍ ୮ତାରିଖରେ ମଣିପୁର ରାଜ୍ୟପାଳ ଲେଖିଥିବା ଚିଠିକୁ ଓଡ଼ିଶା ରାଜ୍ୟପାଳଙ୍କ ଅଫିସରୁ ଜୁନ୍ ୧୬ତାରିଖରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପଠାଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରାୟ ଏହାର ଦେଢ଼ମାସ ପରେ (ଜୁଲାଇ ୨୭) ତାରିଖରେ ନିଜର ସକ୍ରିୟତା ଦେଖାଇଛି । ଏତେଦିନ ଧରି ମଣିପୁରର ପିଲାମାନେ କିଭଳି ସ୍ଥିତିରେ ଥିବେ ତାହା ମାନବିକତା ଦୃଷ୍ଟିରୁ ବୁଝିବାକୁ ମଧ୍ୟ ତତ୍କାଳ ପଦକ୍ଷେପ ନେଇପାରିନଥିବା ସ୍ପଷ୍ଟ ହୋଇଛି ।

Also Read

ସେହିପରି ମଣିପୁର ମୁଖ୍ୟ ସଚିବ ମେ’ ୧୯ତାରିଖରେ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ମଣିପୁରରେ ମେ’ ୩ତାରିଖରୁ ଆରମ୍ଭ ହୋଇଥିବା ଜାତିଆଣ ହିଂସା ସମ୍ପର୍କରେ ସୂଚନା ଦେଇଥିଲେ । ଏହାସହିତ ରାଜ୍ୟରେ କର୍ଫ୍ୟୁ ଓ ଇଂଟରନେଟ୍ ବ୍ୟବସ୍ଥା ନଥିବାରୁ ମଣିପୁରର ପିଲାମାନଙ୍କ ପାଠପଢ଼ା ପାଇଁ ନାମଲେଖା ପ୍ରକ୍ରିୟାରେ ଆବଶ୍ୟକ କୋହଳ ନୀତି ଆପଣାଇବାକୁ ଅନୁରୋଧ କରିଛନ୍ତି । ମଣିପୁର ପିଲାମାନଙ୍କ ନିମନ୍ତେ ଉଭୟ ଅନଲାଇନ୍ ଓ ଅଫଲାଇନରେ ନାମଲେଖା ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଗଲେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ମଣିପୁରର ପିଲାମାନେ ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ସମ୍ଭବପର ହୋଇପାରିବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଲୋକସଭାରେ ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଆସିଥିବା ଅନସ୍ଥା ପ୍ରସ୍ତାବରେ ନିଜର ଆଭିମୁଖ୍ୟକୁ ନେଇ କାର୍ଡ ଖୋଲୁନଥିବା ଶାସକ ବିଜେଡି ପ୍ରଥମଥର ପାଇଁ ମଣିପୁର ହିଂସା ସମ୍ପର୍କରେ ମତ ରଖିଛି ।  ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାଇତିଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ସଂକ୍ରାନ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ ହେବା ଉଚିତ୍ । ଆମ ଦଳ ମଧ୍ୟ ଏହା ଚାହେଁ । ମଣିପୁର ହାଇକୋର୍ଟଙ୍କ ଡିଭିଜନ ବେଂଚରେ ଥିବା ଏହି ମାମଲାକୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର କରାଯାଉ । ଲୋକମାନଙ୍କର ସୁପ୍ରିମକୋର୍ଟଙ୍କ ଉପରେ ଭରସା ରହିଛି ଓ ସୁପ୍ରିମକୋର୍ଟଙ୍କ ରାୟ ସବୁ ବର୍ଗଙ୍କ ପାଇଁ ଗ୍ରହଣୀୟ ହେବ । ରାମମନ୍ଦିର ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲେ ଓ ତା’ର ସମାଧାନ ବାହାରିଥିଲା । ମଣିପୁର ହାଇକୋର୍ଟଙ୍କ ରାୟ (ମାଇତିଙ୍କୁ ଜନଜାତି ତାଲିକାରେ ସାମିଲ ପାଇଁ ସୁପାରିଶ କରିବା) ବିରୁଦ୍ଧରେ ମଣିପୁର ସରକାର ମଧ୍ୟ ରହିତାଦେଶ ଜାରି ପାଇଁ ପିଟିସନ୍ ଦାଖଲ କରିନାହାନ୍ତି । ତେଣୁ ସେଥିପାଇଁ ରାଜ୍ୟରେ ଉତ୍ତେଜନା ଦେଖାଦେଇଛି । ହାଇକୋର୍ଟରେ ଗୋଟିଏ ବର୍ଗର ଅଧିକ ପ୍ରଭାବ ରହିଥିବା ଲୋକମାନେ ଭାବୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମଣିପୁରରେ ଓଡ଼ିଆ ଛାତ୍ରଛାତ୍ରୀ ଓ ରାଜ୍ୟର ସାଧାରଣ ଲୋକଙ୍କ ସ୍ଥିତି ଜାଣିବା ନିମନ୍ତେ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଖୁବଶୀଘ୍ର ମଣିପୁର ଯିବ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story