କାହିଁକି ଚାକିରି ଛାଡ଼ିଲେ ପାଣ୍ଡିଆନ: କ’ଣ ହୋଇପାରେ ସମ୍ଭାବ୍ୟ କାରଣ?

୨୦୧୨ ମେ’ ୨୯ ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରେ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ପାଲଟି ଯାଇଥିଲେ ପାଣ୍ଡିଆନ । ୨୦୧୪ ସାଧାରଣ ନିର୍ବାଚନରେ ପରଦା ପଛରେ ରହି ବିଜେଡିକୁ ଜିତାଇବା ନିମନ୍ତେ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ ପାଣ୍ଡିଆନ ।

VK Pandian

ଭି.କେ ପାଣ୍ଡିଆନ୍‌(ଫାଇଲ ଫଟୋ)

Ordigital Desk
  • Published: Monday, 23 October 2023
  • Updated: 23 October 2023, 10:41 PM IST

Sports

Latest News

ରାଜ୍ୟର ସବୁଠୁ ପ୍ରଭାବଶାଳୀ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଆଜି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁମତି ମିଳିଛି । ଉଭୟ ବିଜେଡି ଓ ସରକାରରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାକୁ ନେଇ ରାଜନୀତିକ ମହଲରେ ଅଙ୍କକଷା ଆରମ୍ଭ ହେଲାଣି । ଯଦିଓ ଶ୍ରୀ ପାଣ୍ଡିଆନ ଏପର୍ଯ୍ୟନ୍ତ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ମୁହଁ ଖୋଲିନାହାନ୍ତି ତଥାପି ବିଜେଡି ରାଜନୀତିରେ ସେ ଆଉ ବ୍ୟାକଡୋରରେ ନୁହେଁ ଏଣିକି ଫ୍ରଣ୍ଟଫୁଟରେ ରହି ସକ୍ରିୟ ଭୂମିକା ତୁଲାଇବେ ବୋଲି ସ୍ପଷ୍ଟ ହୋଇଛି ।

୨୦୧୨ ମେ’ ୨୯ ପ୍ୟାରୀ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରେ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ପାଲଟି ଯାଇଥିଲେ ପାଣ୍ଡିଆନ । ୨୦୧୪ ସାଧାରଣ ନିର୍ବାଚନରେ ପରଦା ପଛରେ ରହି ବିଜେଡିକୁ ଜିତାଇବା ନିମନ୍ତେ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ ପାଣ୍ଡିଆନ । ଆଉ ସେବେଠୁ ବିଜେଡି ଓ ସରକାରରେ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଥିଲେ । ଏବେ ନବୀନଙ୍କ ପରେ ଉଭୟ ସରକାର ଓ ବିଜେଡିରେ ପାଣ୍ଡିଆନ ହିଁ ସର୍ବମୟକର୍ତ୍ତା ।

Also Read

ତେବେ ନିର୍ବାଚନୀ ବର୍ଷରେ ପାଣ୍ଡିଆନ ଅଚାନକ୍ ସରକାରୀ ଚାକିରିରୁ ଅବସର ନେଇଯିବା ପଛର ସମ୍ଭାବ୍ୟ କାରଣ...?

୧-  ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଖୋଲାଖୋଲି ବିଜେଡିର ସାଂଗଠନିକ କାର୍ଯ୍ୟ ଓ ଟିକେଟ୍ ବଂଟନଠୁ ଆରମ୍ଭ କରି ନିର୍ବାଚନୀ ପରିଚାଳନା କାର୍ଯ୍ୟ ନିଜେ ତଦାରଖ କରିବେ । ଯେଉଁଥିପାଇଁ ସରକାରୀ ଚାକିରି ଛାଡ଼ିବାର ଆବଶ୍ୟକତା ଥିଲା । ବିରୋଧୀ ବି ଆଉ ସରକାରୀ କର୍ମଚାରୀ ବୋଲି କହି ଟାର୍ଗେଟ୍ କରିପାରିବେ ନାହିଁ ।

୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟାସାଧିକ ଯୋଗୁ ସାଧାରଣ ନିର୍ବାଚନବେଳେ ପ୍ରଚାର କାର୍ଯ୍ୟରେ ସବୁ ନିର୍ବାଚନମଣ୍ଡଳୀ ଯାଇନପାରନ୍ତି । ତାଙ୍କର ପ୍ରତିନିଧି ଓ ଘନିଷ୍ଠ ଭାବେ ପାଣ୍ଡିଆନ ସେହି ଦାୟିତ୍ୱ ତୁଲାଇ ପାରନ୍ତି । ବିଜେଡିର ମାଲକାନଗିରିରୁ ମୟୂରଭଞ୍ଜ ଓ କୋରାପୁଟରୁ କଟକ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସାଂଗଠନିକ ବିବାଦ ରହିଥିବାରୁ ପାଣ୍ଡିଆନ ନିଜେ ଖୋଲାଖୋଲି ରାଜନୀତିକ ନେତୃତ୍ୱ ଭୂମିକା ତୁଲାଇବେ । ବିଜେଡିର ନମ୍ବର ଟୁ ଭାବେ ଟିକେଟ୍ ବଂଟନ କରିବେ ଓ ଦଳୀୟ କନ୍ଦଳକୁ ନିଜ ରଣନୀତିରେ ଚପାଇବାକୁ ପ୍ରୟାସ କରିପାରନ୍ତି । ବିଜେଡିରେ ଅସନ୍ତୁଷ୍ଟ ନେତା ବି ତାଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ  ସାହାସ କରିପାରିବେ ନାହିଁ ।

୩- ରାଜ୍ୟରେ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ ନିଷ୍କ୍ରିୟ ହେବାରେ ଲାଗିଥିବାରୁ ସେ ବିଜେଡିର ଉତ୍ତରାଧିକାରୀ ହୋଇପାରନ୍ତି । ନବୀନ ତାଙ୍କୁ ବିଜେଡିର ଉତ୍ତରାଧିକାରୀ ଭାବେ ମନୋନୀତ କରି ଉଭୟ ଦଳ ଓ ସରକାରରେ ପ୍ରମୁଖ ଦାୟିତ୍ୱ ଦେଇପାରନ୍ତି । ନବୀନ ତାଙ୍କୁ ରାଜ୍ୟସଭା କିମ୍ବା ଉପମୁଖ୍ୟମନ୍ତ୍ରୀ କରି ତାଙ୍କ ଉପରେ ଉଭୟ ଦଳ ଓ ସରକାରର ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିପାରନ୍ତି ।

୪- ଶ୍ରୀ ପାଣ୍ଡିଆନ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ପୂର୍ବବତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିପାରନ୍ତି । ବରିଷ୍ଠ ଆଇଏଏସ୍ ପିକେ ମିଶ୍ର ମଧ୍ୟ ଅବସର ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ କାର୍ଯ୍ୟରତ ଅଛନ୍ତି । ସମାନ ଶୈଳୀରେ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପଦ ବଜାୟ ରଖିପାରନ୍ତି । ପରଦା ପଛରେ ରହି ଯାହା ଯେମିତି କରୁଥିଲେ ସେପରି କାର୍ଯ୍ୟ ଜାରି ରଖିପାରନ୍ତି ।

୫- ଶ୍ରୀ ପାଣ୍ଡିଆନ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇପାରନ୍ତି । ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ଆସୀନ କରାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ପରୋକ୍ଷରେ ନିଜ ନିୟନ୍ତ୍ରଣରେ ରଖିପାରନ୍ତି ।

୬- ୨୦୨୪ ସାଧାରଣ ନିର୍ବାଚନରେ ନବୀନ ୨ଟି ଆସନରେ ଛିଡ଼ା ହେବେ । ଯେଉଁ ଆସନକୁ ଖାଲି କରିବେ ସେଥିରେ ଉପନିର୍ବାଚନ ହେବ ଓ ପାଣ୍ଡିଆନ ନିର୍ବାଚନ ଜିଣି ବିଧାନସଭାକୁ ଆସିବେ । ଆଉ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ।

୭- ନିର୍ବାଚନବେଳେ ପାଣ୍ଡିଆନ ସକ୍ରିୟ ରାଜନୀତିକ ଭୂମିକା ତୁଲାଇବାର ଥିବାରୁ ବିରୋଧୀ ଦଳ ତାଙ୍କୁ ବାରମ୍ବାର ଟାର୍ଗେଟ୍ କରିପାରନ୍ତି । ସେହି ଦୃଷ୍ଟିରୁ ଅଯଥା ଚର୍ଚ୍ଚା ଓ ସମାଲୋଚନାକୁ ଏଡ଼ାଇବା ପାଇଁ ଚାକିରିରୁ ଅବସର ନେଇଥାଇପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story