ଦିନେ ଥିଲେ BJD କାଉନ୍‌ସିଲର, ଆଜି ଦାଣ୍ଡର ଭିକାରୀ!

ସ୍ୱଳ୍ପ ରାଜନୈତିକ କ୍ୟାରିଅରରେ ସାମରାୟ ହେମ୍ବ୍ରମ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହେଲେ ନିଜ ପାଇଁ କିଛି କରିନଥିଲେ। ରାଜନୀତିରେ ଥାଇ ନିଜ ପାଇଁ ଘର ଖଣ୍ଡିଏ କରିପାରିଲେନି। ତେଣୁ ଏବେ ପଲିଥିନ୍‌ ଘରେ କାଳାତିପାତ କରୁଛନ୍ତି।

BJD PhotoOR

ଇଏ ହେଉଛନ୍ତି ପୂର୍ବତନ ବିଜେଡି କାଉନ୍‌ସିଲର

Manoranjan Sial
  • Published: Tuesday, 16 January 2024
  • Updated: 16 January 2024, 09:19 PM IST

Sports

Latest News

ଦିନେ ଥିଲେ BJD କାଉନ୍‌ସିଲର। ନେତା ଓ କର୍ମୀଙ୍କ ଗହଣରେ ରହୁଥିଲେ। ବଡ଼ ଗାଡ଼ି ଚଢ଼ୁଥିଲେ। ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିଲେ। ହେଲେ ଆଜି ସିଏ ଦାଣ୍ଡି ଭିକାରୀ। ପଲିଥିନ୍‌ରେ ତିଆରି ଝୁମ୍ପୁଡ଼ିରେ ରହୁଛନ୍ତି। ଦାନା ଗଣ୍ଡାକ ପାଇଁ କରୁଛନ୍ତି କେତେ କଣ ସଂଘର୍ଷ? ରୋଗ ଯନ୍ତ୍ରଣାରେ ଫସି ଯାଇଥିବାରୁ ଜୀବନ ଭିକ୍ଷା ମାଗୁଛନ୍ତି। ଏପରି ଯନ୍ତ୍ରଣା ଦାୟକ ଜୀବନ ଅତିବାହିତ କରୁଛନ୍ତି ସାମରାୟ ହେମ୍ବ୍ରମ।

ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ମ୍ୟୁନିସିପାଲିଟିର ୧୩ ନମ୍ବର ୱାର୍ଡର ନନ୍ଦୀକା ଗାଁରେ ବାସ କରନ୍ତି ସାମରାୟ ହେମ୍ବ୍ରମ। ପାଠ ବହୁ କମ୍‌ ପଢ଼ିଛନ୍ତି। ତଥାପି ସେ ନିର୍ବାଚନ ଲଢ଼ି ଥିଲେ। ୨୦୦୮ ମସିହାରେ ସେ ବିଜେଡିରୁ (ବିଜେଡି ଓ ବିଜେପି ମେଣ୍ଟ) ପ୍ରାର୍ଥୀ ହୋଇଥିଲେ। ସାମରାୟଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସେତେବେଳେ ନିଜ ସମ୍ପ୍ରଦାୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ଆଉ ତାଙ୍କ ପାଖକୁ ଛୁଟିଥିଲା ଶୁଭେଚ୍ଛାର ସୁଅ। ସାହି ସାହି ବୁଲି ପ୍ରଚାର କରିଥିଲେ। ଆଉ ସେହି ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ। ୨୦୦୮ରୁ ୨୦୧୩ ମସିହା ପର୍ଯ୍ୟନ୍ତ ସେ କାଉନ୍‌ସିଲର ରହିଥିଲେ।

Also Read

ସାମରାୟ ହେମ୍ବ୍ରମ୍‌ କାଉନ୍‌ସିଲର ହେବା ପରେ ବଦଳି ଯାଇଥିଲା ତାଙ୍କ ପରିବେଶ। ସାଙ୍ଗ ସାଥୀଙ୍କ ଭିତରେ ରହୁଥିଲେ। ସାହି ଭାଇଙ୍କ ଅଭାବ ଅନଟନରେ ସହାୟତା କରୁଥିଲେ। ନିଜ ୱାର୍ଡର ବିକାଶରେ ଲାଗି ପଡ଼ିଥିଲେ। ଦିନ ରାତି ଏକ କରି ବିଜେଡି ଓ ନିଜ ୱାର୍ଡରେ ବାସ କରୁଥିବା ଲୋକଙ୍କ ପାଇଁ କାମ କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରକଳ୍ପ ଚୟନ ପ୍ରକ୍ରିୟା ହେଉ ଅଥବା ହିତାଧିକାରୀ ଚୟନରେ ସେ ପ୍ରମୁଖ ଭୂମିକା ନେଉଥିଲେ। ଗରିବ ଓ ନିଷ୍ପେଷିତଙ୍କ ପ୍ରତି ସେ ବିଶେଷ ଧ୍ୟାନ ଦେଉଥିଲେ। ତାଙ୍କ ସମୟରେ ଅନେକ ରାସ୍ତା ନିର୍ମାଣ ହୋଇଛି। ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଅନେକ ଲୋକଙ୍କୁ ଘର, ଭତ୍ତା ଓ ରାସନ୍‌ କାର୍ଡ ମିଳିଛି।

ସ୍ୱଳ୍ପ ରାଜନୈତିକ କ୍ୟାରିଅରରେ ସାମରାୟ ହେମ୍ବ୍ରମ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହେଲେ ନିଜ ପାଇଁ କିଛି କରିଲେ ନାହିଁ। ରାଜନୀତିରେ ଥାଇ ନିଜ ପାଇଁ ଘର ଖଣ୍ଡିଏ କରିପାରିନଥିଲେ। ତେଣୁ ପଲିଥିନ୍‌ ଘରେ କାଳାତିପାତ କରୁଛନ୍ତି। ସେପଟେ କାଉନ୍‌ସିଲର ଭାବେ କାର୍ଯ୍ୟାକାଳ ସରିବା ପରେ ବିଜେଡିର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ପଚାରିଲେ ନାହିଁ। ଘର ଚଳାଇବାରେ ସମସ୍ୟା ହେଲା। ତେଣୁ ଦିନ ମଜୁରି ଲାଗିବା ପାଇଁ ବାହାରି ଗଲେ ସାମରାୟ। ଯେଉଁମାନଙ୍କୁ କାମ ଦେଉଥିଲେ, ଆଜି ସେମାନଙ୍କ ସହିତ କାମ କରିବା ପାଇଁ ଗଲେ। ପ୍ରଥମେ ପ୍ରଥମେ ଅଡୁଆ ଲାଗୁଥିଲା। ପରେ ଅଭ୍ୟାସରେ ପରିଣତ ହୋଇଗଲା ବୋଲି ସାମରାୟ କହିଛନ୍ତି।

ଅଭାବ, ଦୁଃଖ ଓ ଜଞ୍ଜାଳ ଭିତରେ ଜୀବନ ଅତିବାହିତ କରୁଥିବା ବେଳେ ରୋଗର ଜନ୍ତାରେ ପଡ଼ିଗଲେ ସାମରାୟ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ଟିବି ହୋଇଥିବା ଜଣାପଡ଼ିଲା। ଏବେ ସେ ଚିକିତ୍ସା ହେଲେ। ହେଲେ ଚାଲିପରିଲେ ନାହିଁ। ବହୁ କଷ୍ଟରୁ ଘରୁ ଦାଣ୍ଡକୁ ଉଠି ଆସୁଛନ୍ତି। ଆଉ ଆଗକୁ ଚାଲି ପାରୁନାହାନ୍ତି। ଏପରି ସ୍ଥିତିରେ ଘର ଚଳିବ କେମିତି? ବୁଢ଼ିମାଆ ଓ ଦୁଇ ପୁଅ ଖାଇବେ କଣ? ଏମିତି ନାନା ଚିନ୍ତାରେ ପଡ଼ିଗଲେ ସାମରାୟ। ଶେଷରେ ପାଠ ପଢ଼ାରେ ଡୋରୀ ବାନ୍ଧି ଘରୁ ଗୋଡ଼ କାଢ଼ିଲେ ବଡ଼ପୁଅ। ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲି ଗଲେ। କାମଦାମ କରି ସେ ଯାହା ରୋଜଗାର କରୁଛନ୍ତି, ସେଥିରେ ଦୁଃଖ ଓ କଷ୍ଟରେ ଚଳୁଛି ପରିବାର।

ସରକାରୀ ଯୋଜନା କହିଲେ ସାମରାୟଙ୍କ ପାଇଁ ସବୁ ସାତ ସପନ। କେବଳ ରାସନ କାର୍ଡ଼ ଛଡ଼ା ତାଙ୍କ ପାଖରେ ଆଉ କିଛି ନାହିଁ। ନିଜର ଜମି ବାଡ଼ି କିଛି ନାହିଁ। ସରକାରୀ ଜାଗାରା ପଲିଥିନ୍‌ରେ ତିଆରି ଝୁମ୍ପୁଡ଼ିରେ ରହୁଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ ଜାଗା ମିଶନ୍‌ରେ ଜାଗା ଖଣ୍ଡିଏ ଦେଇପାରିଲେ ନାହିଁ। ଯେଉଁଥିପାଇଁ ନାନା ଅସୁବିଧା ଭିତରେ ଦିନ ଅତିବାହିତ କରୁଛନ୍ତି ସାମରାୟ। ଆବାସ ଯୋଜନାରେ ଘର ଓ ଭତ୍ତା ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story