ଛାତିର କୋହ, ଆଖିର ଲୁହକୁ ଧରି ଦାଣ୍ଡ ପିଣ୍ଡାରେ ବସିଛନ୍ତି ଦିବ୍ୟାଙ୍ଗ ଭଉଣୀ

ଭାଗ୍ୟନ୍ତି ଦିଗାଳ ଜଣେ ଦିବ୍ୟାଙ୍ଗ। ସେଥିପାଇଁ ତାଙ୍କୁ ଭତ୍ତା ମିଳୁଛି। ହେଲେ ସେ ଭତ୍ତା ଟଙ୍କା ଆଣିବାକୁ ଯାଇ ପାରୁନାହାନ୍ତି। ସରକାରଙ୍କ ତରଫରୁ ତାଙ୍କୁ ମାସକୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା। ହେଲେ ଗତ କିଛି ଦିନ ହେବ, ତାଙ୍କୁ ସେହି ଚାଉଳ ଆଉ ମିଳୁନାହିଁ।

Bhagyant PhotoOR

ଅସହାୟ ଭାଗ୍ୟନ୍ତି ଘର ଆଗରେ ବସିଛନ୍ତି

Manoranjan Sial
  • Published: Friday, 13 October 2023
  • Updated: 13 October 2023, 05:50 PM IST

Sports

Latest News

କଥା କହି ପାରୁନାହାନ୍ତି। ହେଲେ ବଡ଼ ଭାଇର ଫେରିବା ବାଟକୁ ଅନାଇ ଦାଣ୍ଡ ପିଣ୍ଡା ବସିଛନ୍ତି ଦିବ୍ୟାଙ୍ଗ ଭଉଣୀ। କେବେ ଫେରିବ ମୋ’ ବଡ଼ଭାଇ? ଆଉ ତା’ ସହିତ ମନ କଥା ହେବେ ବୋଲି ବାଡ଼ି ଖଣ୍ଡିକ ଧରି ଦିନ ତମାମ ବସିଛନ୍ତି। ହେଲେ ୧୦ ବର୍ଷ ହେଲା ଭାଇ ଫେରୁନି। ତେଣୁ ଛାତିର କୋହ ଓ ଆଖିର ଲୁହକୁ ଜାବୁଡ଼ି ଧରି ସେମିତି ଚୁପ୍‌ ବସିଛନ୍ତି। ଆଉ ସାହି ଭାଇଙ୍କ ଆଶ୍ରାରେ ଜୀବନ କାଟୁଛନ୍ତି। ଏପରି କୋହଭରା କାହାଣୀ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ।

ରାଇକିଆ ବ୍ଲକ୍‌ ମାଣିକେଶ୍ୱର ପଞ୍ଚାୟତର ଲିଣ୍ଡ୍ରିକିଆ ଗାଁର ଭାଗ୍ୟନ୍ତି ଦିଗାଳ। ବୟସ ୬୦ ପାର କଲାଣି। ଜନ୍ମରୁ କଥା କହି ପାରନ୍ତି ନାହିଁ। ନିଜର ବୋଲି ବଡ଼ ଭାଇଟିଏ ଥିଲେ। ନାଁ ତାଙ୍କର ସତ୍ୟବାନ ଦିଗାଳ। ହେଲେ ସେ ସାନ ଭଉଣୀର ଦୁଃଖ ବୋହିବା ବଦଳରେ ଅଧା ରାସ୍ତାରେ ଛାଡ଼ି ଚାଲିଗଲେ। ୧୦ ବର୍ଷ ତଳେ ସାନ ଭଉଣୀ ଭାଗ୍ୟନ୍ତିଙ୍କୁ ଘରେ ଏକାକୀ ଛାଡ଼ି କେଉଁଆଡ଼େ ପଳାଇ ଗଲେ। ଆଜି ପର୍ଯ୍ୟନ୍ତ ସେ ଘରକୁ ଆସୁନାହାନ୍ତି। ଏପରିକି ଭଉଣୀ ପାଖକୁ ଫୋନ୍‌ ମଧ୍ୟ କରୁନାହାନ୍ତି। ସେପଟେ ଭାଇ କେଉଁଠି ଅଛନ୍ତି, ତା’ର ପତ୍ତା ମଧ୍ୟ ପାଉନାହାନ୍ତି ଭାଗ୍ୟନ୍ତି।

Also Read

ବଡ଼ ଭାଇ ଘରୁ ପଳାଇଗଲା ପରେ ଅସହାୟ ହୋଇ ପଡ଼ିଛନ୍ତି ଭାଗ୍ୟନ୍ତି। ଏବେ ତାଙ୍କ ଅଣ୍ଟା ନଇଁଗଲାଣି। ଚାଲିବାକୁ ବଳ ନାହିଁ। ବାଡ଼ିର ସାହାରେ ଜୀବନ ଜିଉଁଛନ୍ତି। କଥା କହିପାରୁ ନଥିବାରୁ ନିଜ ମନର କଥାକୁ ସେ କାହାକୁ କହିପାରୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ନିଜ ଦୁଃଖକୁ ନିଜ ଛାତି ଭିତରେ ଚାପି ରଖି ଅସହାୟ ଅବସ୍ଥାରେ ଘର ଆଗରେ ଚୁପ୍‌ କରି ବସି ରହୁଛନ୍ତି। ଆଉ ବଡ଼ ଭାଇର ଫେରିବା ରାସ୍ତାକୁ ଚାହିଁ ରହିଛନ୍ତି। ସାହି ପଡ଼ିଶା ଯାହା ଖାଇବାକୁ ଦେଉଛନ୍ତି, ସେଥିରେ ବଞ୍ଚି ଯାଉଛି ଭାଗ୍ୟନ୍ତିଙ୍କ ଜୀବନ। ନିଜର ବୋଲି କେହି ନଥିବାରୁ ଗାଁ ଲୋକେ ପାଳି କରି ଖାଇବାକୁ ଦେଉଛନ୍ତି। ଆଉ ସକାଳେ ସନ୍ଧ୍ୟା ବେଳେ ଆସି ଦେଖି ଯାଉଛନ୍ତି। ତାଙ୍କ ମୁଣ୍ଡ ପାଖରେ ପିଇବା ପାଣି ମଧ୍ୟ ରଖିଯାଉଛନ୍ତି। ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି ଭାଗ୍ୟନ୍ତି ଦିଗାଳ।

Bhagyantସାହି ପଡ଼ିଶା ଦେଉଥିବା ଖାଦ୍ୟକୁ ନିଜ ଘର ଆଗରେ ବସି ଖାଉଛନ୍ତି

ପଡ଼ୋଶୀ ରୂପଶ୍ରୀ ଦିଗାଳ କହିଛନ୍ତି, ତାଙ୍କର ବଡ଼ ଭାଇ ଥିଲେ। ହେଲେ ୧୦ ବର୍ଷ ହେଲା ତାଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି। ତେଣୁ ଆମେ ସମସ୍ତେ ପାଳି କରି ତାଙ୍କୁ ଖାଇବାକୁ ଦେଉଛୁ। ତାଙ୍କର ଜଣେ ପୁତୁରା ଅଛନ୍ତି। ସେ ମଧ୍ୟ ବେଳେ ବେଳେ ଆସୁଛନ୍ତି। ହେଲେ ତାଙ୍କ କଥା କିଛି ବୁଝୁନାହାନ୍ତି ବୋଲି ଦିଗାଳ କହିଛନ୍ତି।

ପଡ଼ୋଶୀ ସରସ୍ଵତୀ ଦିଗାଳ କହିଛନ୍ତି, ଆଉ କ’ଣ କରିବା? ତା’ର କେହି ନାହାନ୍ତି। ଭାତ ଗଣ୍ଡେ ଖାଇ ରହୁଛି। ମାଗଣାରେ ୧୦ କେଲୋ ଚାଉଳ ଦେଉଥିଲେ ସରକାର। ହେଲେ ତାହା ବନ୍ଦ ହୋଇଯାଇଛି। ସେ ଭାରି ଦୁଃଖ କଷ୍ଟରେ ରହୁଛି ବୋଲି ସରସ୍ୱତୀ ମାଉସୀ କହିଛନ୍ତି।

ଭାଗ୍ୟନ୍ତି ଦିଗାଳ ଜଣେ ଦିବ୍ୟାଙ୍ଗ। ସେଥିପାଇଁ ତାଙ୍କୁ ଭତ୍ତା ମିଳୁଛି। ହେଲେ ସେ ଭତ୍ତା ଟଙ୍କା ଆଣିବାକୁ ଯାଇ ପାରୁନାହାନ୍ତି। ସରକାରଙ୍କ ତରଫରୁ ତାଙ୍କୁ ମାସକୁ ୧୦ କେଜି ଲେଖାଏଁ ଚାଉଳ ମିଳୁଥିଲା। ହେଲେ ଗତ କିଛି ଦିନ ହେବ, ତାଙ୍କୁ ସେହି ଚାଉଳ ଆଉ ମିଳୁନାହିଁ। ସେ ଏବେ ଖାଦ୍ୟ ସୁରକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏନେଇ ସ୍ଥାନୀୟ ୱାର୍ଡ ମେମ୍ବର ସୁନେଲି ପ୍ରଧାନ ପଞ୍ଚାୟତରେ ଜଣାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ସମସ୍ୟା ସମାଧାନ ହୋଇନାହିଁ। ଯାହାକୁ ନେଇ ୱାର୍ଡ ମେମ୍ବର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ରାଇକିଆ ଯୋଗାଣ ଅଧିକାରୀ କିରଣ ବେହେରା କହିଛନ୍ତି, ଭାଗ୍ୟନ୍ତି ଯେଉଁ ଯୋଜନାରେ ଚାଉଳ ମିଳୁଥିଲା, ସେହି ଯୋଜନା ବନ୍ଦ ହୋଇଯାଇଛି। ଯେଉଁଥିପାଇଁ ତାଙ୍କୁ ଚାଉଳ ମିଳୁନାହିଁ। ଆଗାମୀ ଦିନରେ ତାଙ୍କୁ କେମିତି ଚାଉଳ ମିଳିବ, ସେ ଦିଗରେ ଉଦ୍ୟମ କରାଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story