Advertisment

ଖାଁ ଖାଁ ଋଷିକୁଲ୍ୟା ମୁହାଁଣ, ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ କଇଁଛ

୨୦୨୨ରେ ୫ଲକ୍ଷରୁ ଅଧିକ ଅଣ୍ଡା ଦେଇଥିଲେ ଅଲିଭ ରିଡଲେ। ଏବର୍ଷ ଅପ୍ରତ୍ୟାଶିତ ଭାବରେ ସଂଖ୍ୟା କମିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍।

author-image
Biswajit Samal
ଅଦ୍ୟତନ ହୋଇଛି
Olive ridley turtle

Olive ridley turtle

ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ। ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ। ଚାଲେ ସମୂହ ଅଣ୍ଡାଦାନ। ଦୁଇ ମାସ ପରେ ବେଳାଭୂମି ବାଲିରେ ପୋତି ହୋଇଥିବା ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ଗର୍ଭକୁ ଫେରି ଯାଆନ୍ତି। ଅଲିଭ ରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର। କିନ୍ତୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ସମୂହ ଅଣ୍ଡାଦାନ ଓ ବଂଶବୃଦ୍ଧି ପ୍ରକ୍ରିୟାରେ ଏବର୍ଷ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖାଁ ଖାଁ ଋଷିକୁଲ୍ୟା ମୁହାଁଣ। ଆଗନ୍ତୁକ ଅତିଥିଙ୍କ ଦେଖା ନାହିଁ। ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ। ଖୁବ୍ କମ୍ ସଂଖ୍ୟାରେ ଆସିଛନ୍ତି।

Advertisment

ସଞ୍ଜୟ କୁମାର ସ୍ବାଇଁ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ କାରଣ ହୋଇଥାଇପାରେ। ସେହିପରି ମଝିରେ ମଝିରେ ବର୍ଷା ଯୋଗୁ ଓଦା ବାଲି ଖୋଳିବା ସମ୍ଭବ ନହେବାରୁ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ହୋଇପାରିଲା ନାହିଁ।

ଗତବର୍ଷ ଋଷିକୁଲ୍ୟା ମୁହାଣରେ ୬ ଲକ୍ଷରୁ ଅଧିକ ଅଣ୍ଡାଦାନ ହୋଇଥିଲା। ୨୦୨୨ରେ ୫ଲକ୍ଷରୁ ଅଧିକ ଅଣ୍ଡା ଦେଇଥିଲେ ଅଲିଭ ରିଡଲେ। ଏବର୍ଷ ଅପ୍ରତ୍ୟାଶିତ ଭାବରେ ସଂଖ୍ୟା କମିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍। ସେମାନଙ୍କ ମତରେ ସ୍ବଳ୍ପ ବର୍ଷା ଯୋଗୁଁ ଋଷିକୁଲ୍ୟା ମୁହାଣରେ ମିଠା ପାଣି ସମୁଦ୍ରରେ ମିଶିଲାନି। ଖାରି ପାଣି ପଶିଯାଇଛି। ଯାହା ସେମାନଙ୍କୁ ସୁହାଇଲା ନାହିଁ। ସେହିପରି ଏଲନିନୋର ଶେଷ ପର୍ଯ୍ୟାୟ ସହ ତାପମାତ୍ରା ବୃଦ୍ଧି ଓ ପାଣିପାଗରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି ସୁଧୀର ରାଉତ ପରିବେଶବିତ୍।

Advertisment

ଅଲିଭ ରିଡଲେ କଇଁଛଙ୍କ ବାସସ୍ଥାନ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶି। ଅଣ୍ଡାଦାନ ପାଇଁ ଯେଉଁ କିଛି ସ୍ଥାନକୁ ଏମାନେ ବାଛି ଥାଆନ୍ତି, ସେଥିରେ ରହିଛି ଓଡ଼ିଶାର ଋଷିକୁଲ୍ୟା ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଓ ପୁରୀ ଜିଲ୍ଲାର ଦେବୀ ମୁହାଁ। ଏବର୍ଷ ସେସବୁ ସ୍ଥାନରେ ବି କମିଛି ଅଲିଭ ରିଡଲେଙ୍କ ଆଗମନ ଓ ସମୂହ ଅଣ୍ଡାଦାନ।

Turtle Meat