ସଚିନ ତେନ୍ଦୁଲକରଙ୍କ ଆଉ ଏକ ଅର୍ଦ୍ଧଶତକ

‘ଆଉ ଏକ ଅର୍ଦ୍ଧଶତକ ମାରିଲେ ସଚିନ ତେନ୍ଦୁଲକର।’ ଆଜି ୫୦ ବର୍ଷରେ ପଦାର୍ପଣ କରିଥିବା ସଚିନଙ୍କୁ ଏମିତି ଢଙ୍ଗରେ ଜନ୍ମଦିନର ଅଭିନନ୍ଦନ ଜଣାଇଛି ଆଇସିସି।

Sachin Tendulkar

ସଚିନ ତେନ୍ଦୁଲକର (ଫାଇଲ ଫଟୋ)

Ordigital Desk
  • Published: Monday, 24 April 2023
  • Updated: 24 April 2023, 01:28 PM IST

Sports

Latest News

ରେକର୍ଡ ବ୍ରେକର, ମାଷ୍ଟର ବ୍ଲାଷ୍ଟର, ଲିଟଲ ମାଷ୍ଟର, କ୍ରିକେଟର ଭଗବାନ। କ୍ରିକେଟ ପ୍ରତି ଥିବା ତାଙ୍କର ସମର୍ପଣ ବେଳେବେଳେ ଏସବୁ ଶବ୍ଦକୁ ମଧ୍ୟ ଫିକା କରିଦିଏ। ଆଉ ଆଜି ହେଉଛି ସେହି କିମ୍ବଦନ୍ତୀ କ୍ରିକେଟର ତଥା ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ମଦିନ। ମାତ୍ର ୧୬ ବର୍ଷ ବୟସରେ ଭାରତ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ସଚିନ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଦେଶକୁ ସେବା ଯୋଗାଇଛନ୍ତି। ଏବେ ବି ସେ କ୍ରିକେଟ ସହ ଜଡ଼ିତ। ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଆଇକନ ଭାବେ ନିଯୁକ୍ତି ପାଇଛନ୍ତି।

କ୍ରିକେଟ କହିଲେ ସଚିନ ଓ ତେନ୍ଦୁଲକର କହିଲେ ଲୋକମାନେ କ୍ରିକେଟକୁ ହିଁ ବୁଝନ୍ତି। ତେନ୍ଦୁଲକର ନାଁ ଶୁଣିବା ମାତ୍ରେ ବଡ଼ବଡ଼ ବୋଲର ନର୍ଭସ ହୋଇଯାଆନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ଟେଷ୍ଟ ଓ ଦିନିଆରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହେଉଛନ୍ତି ସଚିନ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ଟି ଶତକ ହାସଲ କରିବାରେ ସଚିନ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି। ବିଶ୍ୱକପ ଠାରୁ ୨୦୦୮ ମସିହା ଭିବି ସିରିଜ୍‌ ସଚିନ ଦେଶ ପାଇଁ ଜିତିଛନ୍ତି।

ପାକିସ୍ତାନ ବିପକ୍ଷ ସିରିଜ୍‌ରେ ଭାରତର କ୍ରମାଗତ ପରାଜୟଧାରାକୁ ସଚିନ ହିଁ ୧୯୯୧ରେ ସାରଜାରେ ଭାଙ୍ଗିଥିଲେ। ୪୧ ବଲରେ ୫୨ ରନର ଇନିଂସ ଖେଳି ସେ ପାକିସ୍ତାନ ବିପକ୍ଷରେ ଭାରତକୁ ଜିତାଇଥିଲେ। ଭାରତ ୧୯୮୫ ପରଠାରୁ କେବେ ହେଲେ ପାକିସ୍ତାନକୁ ହରାଇ ପାରୁ ନଥିଲା।

୧୯୮୯ରେ ଡେବ୍ୟୁ କରିଥିବା ସଚିନ ୧୯୯୧ରେ ଏହି ଧାରା ଭାଙ୍ଗିଥିଲେ। ସଚିନଙ୍କ ବିଷୟରେ କହିଲେ ଆଦୌ ତଥ୍ୟ ଶେଷ ହେବନି। ହେଲେ ମହାନ କିମ୍ବଦନ୍ତୀଙ୍କ ପ୍ରଶଂସା ଓ ସଫଳତା ବଖାଣିବାକୁ ସମ୍ଭବତଃ କାହା ପାଖରେ ଶବ୍ଦ ହିଁ ନାହିଁ। ସେ କ୍ରିକେଟର ଭଗବାନ। ୨୦୧୩ ନଭେମ୍ବର ୧୬ରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରକୁ ଅଲବିଦା କହିଥିଲେ। ଏହାକୁ ୧୦ ବର୍ଷ ବିତିଥିଲେ ହେଁ ଆଜି ବି ସାରା ବିଶ୍ୱରେ ସଚିନଙ୍କ କ୍ରେଜ ରହିଛି। ସେ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ମୋଟ ୩୪,୩୫୭ ରନ କରିଛନ୍ତି। ଏଯାଏ ତାଙ୍କ ରେକର୍ଡକୁ କେହି ବି ଭାଙ୍ଗି ପାରି ନାହାନ୍ତି।

  • ଦିନିକିଆରେ ସଚିନଙ୍କ ରେକର୍ଡ

୧. ଦିନିକିଆରେ ଦ୍ୱିଶତକ ମାରିବାରେ ସଚିନ ହେଉଛନ୍ତି ପ୍ରଥମ ବ୍ୟାଟର।

୨. ଦିନିକିଆରେ ସବୁଠୁ ଅଧିକ ଶତକ ମାରିଛନ୍ତି। ସେ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି। 

୩.ଦିନିକିଆରେ ସଚିନଙ୍କ ନାଁରେ ରହିଛି ୯୬ଟି ଅର୍ଦ୍ଧଶତକ। 

୪. ଦିନିକିଆରେ ସର୍ବାଧିକ ୫ ଥର ସେ ୧୫୦ରୁ ଅଧିକ ରନ୍ କରିଛନ୍ତି।

୫. ଦିନିକିଆରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ୧୯୯୮ରେ ସେ ୧୮୯୪ ରନ୍ କରିଥିଲେ।

୬. ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସେ ସର୍ବାଧିକ ଶତକ ମାରିଛନ୍ତି। ୧୯୯୮ରେ ସେ ୯ଟି ଶତକ ମାରିଥିଲେ।

୭. ସଚିନଏକମାତ୍ର ଭାରତୀୟ ଯିଏ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ସର୍ବାଧିକ ୯ଟି ଶତକ ମାରିଛନ୍ତି।

୮. ଦିନିକିଆରେ ସେ ସର୍ବାଧିକ ବାଉଣ୍ଡ୍ରୀ (୪) ରନ୍ କରିଛନ୍ତି। ସେ ୨୦୧୬ଟି ‘୪’ ମାରିଛନ୍ତି।

୯. ସେ ସର୍ବାଧିକ ଦିନିକିଆ ମ୍ୟାଚ୍ (୪୬୩ଟି) ଖେଳିଛନ୍ତି।

୧୦. ଦିନିକିଆରେ ୧୦ ହଜାର ରନ କରିବାରେ ସେ ହେଉଛନ୍ତି ପ୍ରଥମେ ବ୍ୟାଟର।

୧୧. ଦିନିକିଆରେ ସେ ସର୍ବାଧିକ ୬୨ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପାଇଛନ୍ତି।

୧୨. ବିଶ୍ୱକପରେ ସେ ସର୍ବାଧିକ ୯ ଥର ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ଜିତିଛନ୍ତି।

୧୩. ଦିନିକିଆରେ ସେ ସର୍ବାଧିକ ଥର ମ୍ୟାନ ଅଫ ଦ ସିରିଜ ପୁରସ୍କାର ଜିତିଛନ୍ତି। ସେ ୧୫ ଥର ମ୍ୟାନ ଅଫ ଦ ସିରିଜ ହାତେଇଛନ୍ତି।

୧୪. ସଚିନ ୧୯୯୪, ୧୯୯୬, ୧୯୯୭, ୧୯୯୮, ୨୦୦୦, ୨୦୦୩ ଓ ୨୦୦୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ, ଯାହା ଏକ ବିଶ୍ୱ ରେକର୍ଡ।

୧୫. ଦିନିକିଆରେ ଯେକୌଣସି ୱିକେଟ ପାଇଁ ସବୁଠୁ ବଡ଼ ଭାଗିଦାରୀ- ରାହୁଲ ଡ୍ରାବିଡଙ୍କ ସହିତ ୧୯୯୯ ନଭେମ୍ବର ୮ ତାରିଖରେ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବନେଇଥିଲେ ସଚିନ। ସେମାନଙ୍କ ମଧ୍ୟରେ ୩୩୧ ରନ୍‌ର ଭାଗିଦାରୀ ହୋଇଥିଲା।

୧୬. ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ଏହି ଫର୍ମାଟରେ ୧୮,୪୨୬ ରନ କରିଛନ୍ତି।

  • ଟେଷ୍ଟରେ ସଚିନଙ୍କ ନାଁରେ ଥିବା ରେକର୍ଡ

୧୭. ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ଅଧିକ ଶତକ (୫୧ଟି) ମାରିଛନ୍ତି ସଚିନ।

୧୮. ୫୦ଟି ଟେଷ୍ଟ ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଟର। ୫୦ଟି ଟେଷ୍ଟ ଶତକ ମାରିବାରେ ସେ ହେଉଛନ୍ତି ଏକ ମାତ୍ର କ୍ରିକେଟର।

୧୯. ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ଏହି ଫର୍ମାଟରେ ୧୫,୯୨୧ ରନ୍ କରିଛନ୍ତି।

୨୦. ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦ ହଜାର ରନ ସଂଗ୍ରହ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ୧୯୫ଟି ଇନିଂସରୁ ଏହି ଉପଲବ୍ଧି ହାସଲ କରିଥିଲେ।

୨୧. ଟେଷ୍ଟ କ୍ରିକେଟରେ ୧୨ ହଜାର ଓ ୧୫ ହଜାର ରନ ପୂରଣ କରିବାରେ ସେ ହେଉଛନ୍ତି ପ୍ରଥମ କ୍ରିକେଟର।

୨୨. ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିବାର ଗୌରବ ବି ସଚିନ ହାସଲ କରିଛନ୍ତି। ସେ ୨୦୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

୨୩. ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ସେ ସର୍ବାଧିକ ୭ଟି ଟେଷ୍ଟ ଶତକ ମାରିବାର ରେକର୍ଡ କରିଛନ୍ତି।

୨୪. ଟେଷ୍ଟ କ୍ରିକେଟରେ ସର୍ବାଧିକ ୨୦ ଥର ସେ ୧୫୦ରୁ ଅଧିକ ରନ୍ କରିଛନ୍ତି।

୨୫. ଭାରତୀୟ କ୍ରିକେଟର ଭାବେ ସେ ଟେଷ୍ଟରେ ସର୍ବାଧିକ ୧୪ ଥର ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଛନ୍ତି।

୨୬. ୬ଟି କ୍ୟାଲେଣ୍ଡର ବର୍ଷରେ ସେ ଟେଷ୍ଟରେ ୧୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ୧୯୯୭, ୧୯୯୯, ୨୦୦୧, ୨୦୦୨, ୨୦୦୮ ଓ ୨୦୧୦ କ୍ୟାଲେଣ୍ଡର ବର୍ଷରେ ତାଙ୍କୁ ଏହି ଉପଲବ୍ଧି ମିଳିଥିଲା। ଏହା ଏକ ବିଶ୍ୱ ରେକର୍ଡ।

୨୭. ସଚିନ ହେଉଛନ୍ତି ସବୁଠୁ କମ୍ ବୟସରେ ଟେଷ୍ଟରେ ଶତକ ମାରିଥିବା ଭାରତୀୟ କ୍ରିକେଟର। ୧୭ ବର୍ଷ ୧୯୭ ଦିନର ହୋଇଥିବା ବେଳେ ସେ ତାଙ୍କର ପ୍ରଥମ ଶତକ ହାସଲ କରିଥିଲେ।

୨୮. ଟେଷ୍ଟରେ କୌଣସି ଏକ ଯୋଡ଼ି ଦ୍ୱାରା ସର୍ବାଧିକ ଶତକୀୟ ଭାଗିଦାରୀର ରେକର୍ଡ- ସଚିନ ଓ ରାହୁଲ ଡ୍ରାବିଡ ୧୯ ଥର ଶହେ ବା ତା’ଠୁ ଅଧିକ ରନର ପାର୍ଟନରଶିପ କରିଥିଲେ। ଏହା ଏକ ବିଶ୍ୱ ରେକର୍ଡ।

୨୯. ଟେଷ୍ଟରେ ବିଦେଶରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ବିଦେଶରେ ୨୯ଟି ଶତକ ମାରିଛନ୍ତି।

୩୦. ୩୫ ବର୍ଷ ବୟସ ପରେ ୧୨ଟି ଶତକ ମାରିବାରେ ଗ୍ରାହମ ଗୁଚଙ୍କ ପରେ ସଚିନ ହେଉଛନ୍ତି ଦ୍ୱିତୀୟ ଖେଳାଳି।

  • ସଚିନଙ୍କ ଅନ୍ୟାନ୍ୟ ରେକର୍ଡ

୩୧. ୨୦ ବର୍ଷରେ ପାଦ ଥାପିଲା ବେଳକୁ ୫ଟି ଟେଷ୍ଟ ଶତକ ମାରି ସାରିଥିବାରେ ସଚିନ ହେଉଛନ୍ତି ଏକ ମାତ୍ର କ୍ରିକେଟର।

୩୨. ବିଶ୍ୱକପ ମ୍ୟାଚରେ ୨୦୦୦ରୁ ଅଧିକ ରନ ସଂଗ୍ରହ କରିବାରେ ସେ ବିଶ୍ୱର ଏକମାତ୍ର ବ୍ୟାଟର।

୩୩. ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ୨୦୦୩ ବିଶ୍ୱକପରେ ସେ ୬୭୩ ରନ କରିଥିଲେ।

୩୪. ଦିନିକିଆରେ ୧୫ ହଜାର ରନ ସଂଗ୍ରହ କରିବା ଓ ୧୫୦ଟି ୱିକେଟ ନେବାରେ ସେ ଏକମାତ୍ର କ୍ରିକେଟର।

୩୫. ୫୦ଟି ଅନ୍ତର୍ଜାତୀୟ ଶତକ (ଟେଷ୍ଟ ଓ ଦିନିକିଆ) ହାସଲ କରିବାରେ ପ୍ରଥମ ବ୍ୟାଟର।

୩୬. ୬୦ଟି ଅନ୍ତର୍ଜାତୀୟ ଶତକ (ଟେଷ୍ଟ ଓ ଦିନିକିଆ) ହାସଲ କରିବାରେ ପ୍ରଥମ ବ୍ୟାଟର।

୩୭. ୩୦ ହଜାର ଅନ୍ତର୍ଜାତୀୟ ରନ (ଟେଷ୍ଟ ଓ ଦିନିକିଆ) ହାସଲ କରିବାରେ ଏକମାତ୍ର କ୍ରିକେଟର।

୩୮. ରଣଜୀ ଡେବ୍ୟୁ, ଦୁଲୀପ ଟ୍ରଫି ଡେବ୍ୟୁ ଓ ଈରାନୀ ଟ୍ରଫି ଡେବ୍ୟୁରେ ଶତକ ମାରିବାରେ ସଚିନ ହେଉଛନ୍ତି ଏକମାତ୍ର ଖେଳାଳି।

୩୯. ବିଶ୍ୱକପରେ ସର୍ବାଧିକ ଶତକ ମାରିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ବିଶ୍ୱକପରେ ୬ଟି ଶତକ ମାରିଛନ୍ତି।

୪୦. ବିଶ୍ୱକପ ମ୍ୟାଚଗୁଡ଼ିକରେ ସଚିନ ୨୧ ଥର (ଛଅଟି ଶତକକୁ ମିଶାଇ) ୫୦ରୁ ଅଧିକ ରନ କରିଛନ୍ତି, ଯାହା ଏକ ରେକର୍ଡ।

୪୧. ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ଜିତିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ମୋଟ ୭୬ ଥର ଏହି ପୁରସ୍କାର ଜିତିଛନ୍ତି। ୬୨ ଥର ଦିନିକିଆରେ ଓ ୧୪ ଥର ଟେଷ୍ଟରେ।

୪୨. ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଛନ୍ତି ସଚିନ। ଟେଷ୍ଟରେ ୫ ଥର ଓ ଦିନିକିଆରେ ୧୫ ଥର ସେ ଏହି ପୁରସ୍କାର ପାଇଛନ୍ତି।

୪୩. ସଚିନ ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ (ଉଭୟ ଟେଷ୍ଟ ଓ ଦିନିକିଆ) ରେ ୩୮ ଥର ୧୦୦ରୁ ଅଧିକ ରନର ଭାଗୀଦାରି ହୋଇଛି, ଯାହା ଏକ ବିଶ୍ୱ ରେକର୍ଡ।

୪୪. ସଚିନ ଓ ଗାଙ୍ଗୁଲିଙ୍କ ଦ୍ୱାରା ସଂଗୃହିତ ୧୨,୪୦୦ ରନ୍ ମଧ୍ୟ ଏକ ବିଶ୍ୱ ରେକର୍ଡ।

୪୫. ୧୯୯୦ ଏପ୍ରିଲ ୨୫ ତାରିଖରୁ ୧୯୯୮ ଏପ୍ରିଲ ୨୪ ତାରିଖ ମଧ୍ୟରେ ସଚିନ ଭାରତ ପକ୍ଷରୁ ସବୁ ମ୍ୟାଚ୍ ଖେଳିଥିଲେ। ଗୋଟିଏ ବି ମ୍ୟାଚରୁ ସେ ବାଦ୍‌ ପଡ଼ି ନଥିଲେ। ଏହି ସମୟ ମଧ୍ୟରେ ସେ ୫୪ଟି ଟେଷ୍ଟ ଓ ୧୮୫ଟି ଦିନିକିଆ ମ୍ୟାଚ୍‌କୁ ମିଶାଇ ମୋଟ ୨୩୯ଟି ମ୍ୟାଚ୍ ଖେଳିଥିଲେ।

୪୬. ସଚିନ ୧୦୦ଟି ଅନ୍ତର୍ଜାତୀୟ ଶତକ (ଟେଷ୍ଟ ଓ ଦିନିକିଆ) ମାରିବାରେ ଏକମାତ୍ର ଖେଳାଳି।

୪୭. ଦିନିକିଆରେ ଶେଷ ଓଭରରେ ୬ ବା ତା’ଠାରୁ କମ୍ ରନ୍ ବୋଲିଂ ବେଳେ ଦୁଇ ଥର ଅଟକାଇବାରେ ସଚିନ ଏକମାତ୍ର ଖେଳାଳି। 

୪୮. ସବୁଠୁ ଲମ୍ବା ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ରେକର୍ଡ ସଚିନଙ୍କ ନାଁରେ ରହିଛି। ସେ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ।

୪୯. ସଚିନ ୨୨ ବର୍ଷ ୮୧ ଦିନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟ ଖେଳିଥିଲେ। ଏହା ବି ଏକ ରେକର୍ଡ।

୫୦. ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାରେ ଓ ସେଥିରୁ ୩୪ ହଜାରରୁ ଅଧିକ ରନ୍ କରିବାରେ ସେ ବିଶ୍ୱର ଏକମାତ୍ର ଖେଳାଳି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story