ନୀରଜଙ୍କୁ ବଡ଼ ସମ୍ମାନ ଦେଲା ଏଏଫଆଇ

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖ ୨୦୨୧, ଭାରତୀୟ କ୍ରୀଡ଼ା ଜଗତ ପାଇଁ ଐତିହାସିକ ଦିନ। ଏହି ଦିନ ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ଜାଭେଲିନରେ ସ୍ୱର୍ଣ୍ଣ ପଦକ ଇତିହାସ ରଚିଥିଲେ। ଏହି ଦିନକୁ ଚିରଦିନ ପାଇଁ ସ୍ମରଣୀୟ କରିବା ପାଇଁ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଦେଶସାରା ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଆୟୋଜନ କରାଯିବ। ଏ ନେଇ ଘୋଷଣା କରିଛନ୍ତି […]

neeraj-chopra

neeraj-chopra

Ranjit Kumar Jena
  • Published: Tuesday, 10 August 2021
  • Updated: 10 August 2021, 05:05 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖ ୨୦୨୧, ଭାରତୀୟ କ୍ରୀଡ଼ା ଜଗତ ପାଇଁ ଐତିହାସିକ ଦିନ। ଏହି ଦିନ ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ଜାଭେଲିନରେ ସ୍ୱର୍ଣ୍ଣ ପଦକ ଇତିହାସ ରଚିଥିଲେ। ଏହି ଦିନକୁ ଚିରଦିନ ପାଇଁ ସ୍ମରଣୀୟ କରିବା ପାଇଁ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଦେଶସାରା ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଆୟୋଜନ କରାଯିବ। ଏ ନେଇ ଘୋଷଣା କରିଛନ୍ତି ଏଏଫଆଇର ଚେୟାରମ୍ୟାନ୍ ଲଲିତ ଭାନୋତ୍।

ଭାନୋତ୍ କହିଛନ୍ତି, ଜାଭେଲିନ୍ ଥ୍ରୋ’କୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ସମଗ୍ର ଭାରତରେ ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଆୟୋଜନ କରିବାକୁ ଆଥଲେଟିକ୍ସ ଫେଡେରେସନ୍ ନିଷ୍ପତ୍ତି ନେଇଛି। କାରଣ ଏହି ଦିନ ନୀରଜ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଟୋକିଓ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ନୂଆ ଇତିହାସ ରଚିଛନ୍ତି। ନୀରଜଙ୍କ ଏହି ସଫଳତା ପରେ ଭାରତ ପ୍ରଥମଥର ଅଲିମ୍ପିକ୍ସରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି। ଏପରିକି ସ୍ୱାଧୀନ ଭାରତର ଆଥଲେଟିକ୍ସରେ ଏହା ପ୍ରଥମ ପଦକ। ନୀରଜଙ୍କ ଏହି ସଫଳତା ଅନେକ ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ’ ଫାଇନାଲରେ ନୀରଜ ୮୭.୫୮ ମିଟର ଥ୍ରୋ’ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜଙ୍କ ପୂର୍ବରୁ ଭାରତ ପାଇଁ ଅଭିନବ ବିନ୍ଦ୍ରା ଏକମାତ୍ର ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସରେ ଶୁଟିଂରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଦେଇଥିଲେ।

ଅଲିମ୍ପିକ୍ସକୁ କ୍ୱାଲିଫାଏ କରିବା ପାଇଁ ନୀରଜ ଖୁବ୍ ପରିଶ୍ରମ କରିଥିଲେ। ସେ ୨୦୧୮ରେ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଏହା ପରେ ଆହତ ଓ କୋଭିଡ୍-୧୯ ମହାମାରୀ ଯୋଗୁ ନୀରଜ ପାଖାପାଖି ଦୁଇ ବର୍ଷ ପ୍ର ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରୁ ଦୂରେଇ ରହିଥିଲେ। ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଂ ମାର୍କ ୮୭.୮୬ ମିଟର୍ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ନୀରଜ ୮୮.୦୭ ମିଟର୍ ଥ୍ରୋ’ କରି ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story