ଅଶ୍ୱିନଙ୍କ ବଲରେ ସର୍ବାଧିକ ଥର ଆଉଟ ହେବା ତାଲିକାରେ ଷ୍ଟୋକ୍ସ

ଚେନ୍ନାଇ: ବିଶ୍ୱର ୧ ନଂ ଅଲରାଉଣ୍ଡର ତଥା ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ ବେନ ଷ୍ଟୋକ୍ସଙ୍କୁ ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରବିଚନ୍ଦ୍ର ଅଶ୍ୱିନ ଘାଇଲା କରିଛନ୍ତି। ଅଶ୍ୱିନଙ୍କ ବଲରେ ସର୍ବାଧିକ ଥର ଆଉଟ ହୋଇଥିବା ବିରଳ ଖେଳାଳିଙ୍କ ତାଲିକାରେ ବେନ ଷ୍ଟୋକ୍ସ ଆଜି ସାମିଲ ହୋଇଛନ୍ତି। ଅଶ୍ୱିନ ଦ୍ୱିତୀୟ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଦୁଇଟି ଯାକ ଇନିଂସ୍‌ରେ ଆଉଟ କରିଛନ୍ତି। ଏହାପରେ ବେନ ଷ୍ଟୋକ୍ସ ସର୍ବାଧିକ ୧୦ ଥର ଅଶ୍ୱିନଙ୍କ ବଲରେ ଆଉଟ ହେବାର […]

ashwin

ashwin

Hemant Lenka
  • Published: Tuesday, 16 February 2021
  • Updated: 16 February 2021, 08:36 PM IST

Sports

Latest News

ଚେନ୍ନାଇ: ବିଶ୍ୱର ୧ ନଂ ଅଲରାଉଣ୍ଡର ତଥା ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ ବେନ ଷ୍ଟୋକ୍ସଙ୍କୁ ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରବିଚନ୍ଦ୍ର ଅଶ୍ୱିନ ଘାଇଲା କରିଛନ୍ତି। ଅଶ୍ୱିନଙ୍କ ବଲରେ ସର୍ବାଧିକ ଥର ଆଉଟ ହୋଇଥିବା ବିରଳ ଖେଳାଳିଙ୍କ ତାଲିକାରେ ବେନ ଷ୍ଟୋକ୍ସ ଆଜି ସାମିଲ ହୋଇଛନ୍ତି।

ଅଶ୍ୱିନ ଦ୍ୱିତୀୟ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଦୁଇଟି ଯାକ ଇନିଂସ୍‌ରେ ଆଉଟ କରିଛନ୍ତି। ଏହାପରେ ବେନ ଷ୍ଟୋକ୍ସ ସର୍ବାଧିକ ୧୦ ଥର ଅଶ୍ୱିନଙ୍କ ବଲରେ ଆଉଟ ହେବାର ରେକର୍ଡ କରିଛନ୍ତି। ଷ୍ଟୋକ୍ସଙ୍କ ସହ ଏହି ତାଲିକାରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ମଧ୍ୟ ରହିଛନ୍ତି। ସେ ଅଶ୍ୱିନଙ୍କ ବଲରେ ୧୦ଥର ଆଉଟ ହୋଇଛନ୍ତି।

ଦ୍ୱିତୀୟ ଟେଷ୍ଟରେ ଷ୍ଟୋକ୍ସଙ୍କୁ ଦୁଇ ଥର ଆଉଟ କରିଥିବା ଅଶ୍ୱିନ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ମଧ୍ୟ ତାଙ୍କ ୱିକେଟ ନେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଶ୍ୱିନ ସବୁଠାରୁ ଅଧିକ ଥର ବାମହାତୀ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି। ତାଙ୍କ ବଲରେ ୧୦ ଥର ଆଉଟ ହୋଇଥିବା ଦୁଇ ବ୍ୟାଟସମ୍ୟାନ ୱାର୍ଣ୍ଣର ଓ ଷ୍ଟୋକ୍ସ ବାମହାତୀ। ଏମାନଙ୍କୁ ପଛକୁ ଆଲିଷ୍ଟର କୁକ ୯ଥର, ଜେମ୍ସ ଆଣ୍ଡରସନ ୭ ଥର, ଇଡି କୋୱାନ ୭ ଥର, ଡାରେନ ବ୍ରାଭୋ ୬ ଥର ଓ ଡିନ ଏଲଗାର ୬ ଥର ଲେଖାଏ ଆଉଟ ହୋଇଛନ୍ତି। ଏମାନେ ସମସ୍ତେ ବାମହାତୀ ବ୍ୟାଟସମ୍ୟାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos