୨ୟ ଟେଷ୍ଟରେ ଖେଳିପାରନ୍ତି ହାର୍ଦ୍ଦିକ ଓ ଅକ୍ଷର, କମବ୍ୟାକ୍ ଲକ୍ଷ୍ୟରେ ବିରାଟବାହିନୀ

ଚେନ୍ନାଇ: ପ୍ରଥମ ଟେଷ୍ଟର କରିଥିବା ଭୁଲକୁ ସୁଧାରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆସନ୍ତାକାଲି ଏଠାରେ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବ। ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ଟେଷ୍ଟ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ଯଦି ଭାରତ ଏହି ଟେଷ୍ଟ ହାରିଯାଏ, ତାହେଲେ ଲର୍ଡ୍ସ ଟିକେଟ୍ କାଟିବା ଆଶା ଧୂଳିସାତ୍ ହୋଇଯିବ। ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ଭାରତ ପ୍ରଥମ ଟେଷ୍ଟରେ ୨୨୭ ରନରେ ପରାସ୍ତ […]

kohli

kohli

Ranjit Kumar Jena
  • Published: Friday, 12 February 2021
  • Updated: 12 February 2021, 05:23 PM IST

Sports

Latest News

ଚେନ୍ନାଇ: ପ୍ରଥମ ଟେଷ୍ଟର କରିଥିବା ଭୁଲକୁ ସୁଧାରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆସନ୍ତାକାଲି ଏଠାରେ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବ। ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ଟେଷ୍ଟ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ଯଦି ଭାରତ ଏହି ଟେଷ୍ଟ ହାରିଯାଏ, ତାହେଲେ ଲର୍ଡ୍ସ ଟିକେଟ୍ କାଟିବା ଆଶା ଧୂଳିସାତ୍ ହୋଇଯିବ। ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ଭାରତ ପ୍ରଥମ ଟେଷ୍ଟରେ ୨୨୭ ରନରେ ପରାସ୍ତ ହୋଇଥିଲା।

ସର୍ବଦା ଚାପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ମାହିର୍ ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ସିରିଜକୁ କମବ୍ୟାକ୍ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ମ୍ୟାଚରେ ଦର୍ଶକ ମଇଦାନକୁ ଫେରିବେ ଏବଂ ଏହା ଭାରତ ପାଇଁ ଟନିକ୍ ସାବ୍ୟସ୍ତ ହୋଇପାରେ। ଭାରତକୁ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବାକୁ ହେଲେ ଅତିକମରେ ଦୁଇଟି ଟେଷ୍ଟ ଜିତିବାକୁ ପଡ଼ିବ।

ଚେପକର ନୂଆ ପିଚ୍ ପ୍ରଥମ ଟେଷ୍ଟ ଠାରୁ ଅଲଗା ଏବଂ ଏଥିରେ ସ୍ପିନରଙ୍କୁ ଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଅନ୍ୟ ଏଣ୍ଡରେ ଜଣେ ଉପଯୁକ୍ତ ସହଯୋଗୀଙ୍କ ଆବଶ୍ୟକ ରହିଛି। ଫିଟ୍ ହୋଇସାରିଥିବା ଅକ୍ଷର ପଟେଲଙ୍କ ଖେଳିବା ଏକପ୍ରକାର ନିଶ୍ଚିତ ଲାଗୁଛି। ତେବେ କୁଲଦୀପ ଯାଦବଙ୍କ ଚୟନର ସମ୍ଭାବନା କମ୍ ଲାଗୁଛି। ଟର୍ଣ୍ଣିଂ ପିଚରେ କୁଲଦୀପ ୱାଶିଂଟନ୍ ସୁନ୍ଦରଙ୍କଠାରୁ ଉନ୍ନତ ବିକଳ୍ପ। କିନ୍ତୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିପାରେ।

ସୁନ୍ଦର ଆଗାମୀ ଦିନରେ ଉନ୍ନତ ଅଲରାଉଣ୍ଡର ହୋଇପାରନ୍ତି, କିନ୍ତୁ ଏବେବି ସେ ତୃତୀୟ ସ୍ପେଶାଲିଷ୍ଟ ସ୍ପିନର୍ ଭାବେ ଖେଳିବା ପାଇଁ ଯୋଗ୍ୟ ନୁହଁନ୍ତି। କୁଲଦୀପ ଉନ୍ନତ ବିକଳ୍ପ, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଲଗାତର ତାଙ୍କୁ ଅଣଦେଖା କରିଆସୁଛି। ଅନ୍ୟପକ୍ଷରେ ହାର୍ଦ୍ଦିକ ଅତିକମରେ ୧୦ ଓଭର ବୋଲିଂ କରିବା ସହ ଦ୍ରୁତ ରନ୍ କରିବାରେ ମାହିର୍।

ପ୍ରଥମ ଟେଷ୍ଟ ହାରିବା ପରେ ଟିମ୍ ମ୍ୟାନେଜମେଣ୍ଟ ଆଗରେ ପରବର୍ତ୍ତୀ ମ୍ୟାଚ୍ ପାଇଁ ଦୁଇଟି ବିକଳ୍ପ ଥିଲା। ପ୍ରଥମତଃ, ପିଚରେ ଘାସ ଛଡ଼ାଯିବ ଏବଂ ଦ୍ୱିତୀୟରେ ଘାସ ହଟାଇ ସାମାନ୍ୟା ପାଣି ଦିଆଯିବ, ଯାହାଦ୍ୱାରା ପିଚ୍ ଖରାରେ ଶୁଖିଯିବ। ଏଭଳି ସ୍ଥିତିରେ ପିଚ୍ ପ୍ରଥମେ କ୍ରାକ୍ ପଡ଼ିଯିବ, କିନ୍ତୁ ଅତୀତରେ ଏଭଳି ପ୍ରୟୋଗ ଓଲଟା ପଡ଼ିଛି। ୨୦୧୭ରେ ପୁନେର ଟର୍ଣ୍ଣିଂ ପିଚରେ ପ୍ରଥମ ଦୁଇ ଦିନରେ ଷ୍ଟିଭ୍ ସ୍ମିଥ୍ ଚାପ ପକାଇ ଦେଇଥିଲେ। ଫଳରେ ଆୟୋଜକ ଟିମ୍ ଏହାର ଟିକିଏ ବି ସୁରାକ ପାଇପାରିନଥିଲା। ୨୦୧୨ରେ ମୁମ୍ବାଇରେ କେଭିନ୍ ପିଟରସନ୍ ଏଭଳି ପିଚରେ ୧୮୬ ରନର ଇନିଂସ୍ ଖେଳିଥିଲେ। ଏହି ଦୁଇଟି ଯାକ ମ୍ୟାଚରେ ବିରୋଧୀ ଦଳର ସ୍ପିନର ପରିସ୍ଥିତିର ପୂରା ଫାଇଦା ଉଠାଇ ଭାରତକୁ ତା' ନିଜ ମାଟିରେ ହରାଇଥିଲେ।

ଦ୍ୱିତୀୟ ଟେଷ୍ଟରେ ଟସର ଭୂମିକା ନିର୍ଣ୍ଣାୟକ ରହିବ। ଯେଉଁ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ। ରୋହିତ୍ ଶର୍ମାଙ୍କ ଠାରୁ ଟିମ୍ ବଡ଼ ଇନିଂସ୍ ଆଶା କରାଯାଉଛି। ସେହିପରି କ୍ୟାପଟେନ୍ କୋହଲିଙ୍କ ସମେତ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ।

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ତା'ର ୧୨ଜଣିଆ ସ୍କ୍ୱାଡରେ ଏକାଧିକ ପରିବର୍ତ୍ତନ କରିଛି। ଜୋଫ୍ରା ଆର୍ଚର୍ ଆହତ କାରଣରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଷ୍ଟୁଆର୍ଟ ବ୍ରଡ୍ ଖେଳିବେ। ସେହିପରି ରୋଟେସନ୍ ପଲିସୀ ଆଧାରରେ ଜେମ୍ସ ଆଣ୍ଡରସନ୍, ଜୋସ୍ ବଟଲର୍, ଡମ୍ ବେସଙ୍କୁ ବିଶ୍ରାମ ଦିଆଯାଇଛି। ଆଣ୍ଡରସନଙ୍କ ସ୍ଥାନରେ କ୍ରିସ୍ ଓକ୍ସ କିମ୍ବା ଓଲି ଷ୍ଟୋନଙ୍କୁ ସୁଯୋଗ ମିଳିପାରେ। ସେହିପରି ବଟଲରଙ୍କ ସ୍ଥାନରେ ବେନ୍ ଫୋକ୍ସଙ୍କ ଖେଳିବା ନିଶ୍ଚିତ ହୋଇଥିବା ବେଳେ ଦ୍ୱିତୀୟ ସ୍ପିନର ଭାବେ ମୋଇନ୍ ଅଲୀ ବାମହାତୀ ସ୍ପିନର ଜ୍ୟାକ୍ ଲିଚଙ୍କୁ ସହଯୋଗ କରିବେ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ରୋହିତ୍ ଶର୍ମା, ଶୁବମନ୍ ଗିଲ୍, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍, ଲୋକେଶ ରାହୁଲ୍, ଋଦ୍ଧିମାନ ସାହା, ଶାର୍ଦ୍ଦୁଲ ଠାକୁର।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ରୋରୀ ବର୍ନସ୍, ଡମ୍ ସିବଲେ, ଡାନିଏଲ୍ ଲରେନ୍ସ, ବେନ୍ ଷ୍ଟୋକ୍ସ, ଓଲି ପୋପ୍, ମୋଇନ୍ ଅଲୀ, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍, କ୍ରିସ୍ ଓକ୍ସ, ବେନ୍ ଫୋକ୍ସ ଓ ଓଲି ଷ୍ଟୋନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story