୧୬୧ ରନ୍‌ର ଇନିଂସ୍‌ ପରେ ଏକାଧିକ ରେକର୍ଡ ବୁକରେ ରୋହିତ ଶର୍ମା

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୬୧ ରନ୍‌ର ଇନିଂସ୍‌ ଖେଳିଛନ୍ତି ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା। ପ୍ରଥମ ଟେଷ୍ଟରେ ଫ୍ଲପ ହେବା ପରେ ରୋହିଙ୍କୁ ଅନେକ ସମାଲୋଚନା କରିଥିଲେ। ହେଲେ ଆଜି ସେ ସମସ୍ତଙ୍କୁ ବ୍ୟାଟରେ ଏହାର ଜବାବ ଦେଇଛନ୍ତି। ଏହି ୧୬୧ ରନ୍‌ର ଇନିଂସରେ ରୋହିତ ୧୮ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଏହି ଇନିଂସ୍‌ ପରେ ତାଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଯାଇଛି। ରୋହିତ ପ୍ରଥମ […]

BCCI

BCCI

Hemant Lenka
  • Published: Saturday, 13 February 2021
  • Updated: 13 February 2021, 08:23 PM IST

Sports

Latest News

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୬୧ ରନ୍‌ର ଇନିଂସ୍‌ ଖେଳିଛନ୍ତି ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା। ପ୍ରଥମ ଟେଷ୍ଟରେ ଫ୍ଲପ ହେବା ପରେ ରୋହିଙ୍କୁ ଅନେକ ସମାଲୋଚନା କରିଥିଲେ। ହେଲେ ଆଜି ସେ ସମସ୍ତଙ୍କୁ ବ୍ୟାଟରେ ଏହାର ଜବାବ ଦେଇଛନ୍ତି।

ଏହି ୧୬୧ ରନ୍‌ର ଇନିଂସରେ ରୋହିତ ୧୮ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଏହି ଇନିଂସ୍‌ ପରେ ତାଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଯାଇଛି।

ରୋହିତ ପ୍ରଥମ ଖେଳାଳି ଭାବେ ଭାରତରେ ୨୦୦ଟି ଅନ୍ତର୍ଜାତୀୟ ଛକା ମାରିବାର ରେକର୍ଡ କରିଛନ୍ତି। ସେହିପରି ରୋହିତ ପ୍ରଥମ କ୍ରିକେଟର ଭାବେ ୪ଟି ଦେଶ ବିପକ୍ଷରେ ୩ଟି ଯାକ ଫର୍ମାଟରେ ଶତକ ମାରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ଶତକ ହାସଲ କରିଛନ୍ତି।


ରୋହିତ ୪ର୍ଥ ଥର ପାଇଁ ଟେଷ୍ଟରେ ୧୫୦ରୁ ଅଧିକ ରନ୍‌ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପୂର୍ବରୁ ରୋହିତ ଦିନିକିଆ ଓ ଟି-୨୦ରେ ଶତକ ହାସଲ କରିଥିଲେ। ହେଲେ ଆଜି ଯାଏ ଟେଷ୍ଟରେ ଶତକ କରି ନଥିଲେ। କିନ୍ତୁ ଆଜି ଚେନ୍ନାଇର ଚେପକରେ ସେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଶତକ।

ଖାଲି ସେତିକି ନୁହେଁ, ବର୍ତ୍ତମାନ ଚାଲିଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ରେ ରୋହିତ ୪ର୍ଥ ଥର ପାଇଁ ଶତକ ହାସଲ କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ଏହା ସର୍ବାଧିକ ଶତକ ହୋଇଥିବା ବେଳେ ବିଶ୍ୱ କ୍ରିକେଟରେ ରୋହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଟେଷ୍ଟ ଚାମ୍ପିୟନଶିପ୍‌ରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ। ସେ ଏଯାଏ ୫ଟି ଶତକ ହାସଲ କରି ୧ନଂରେ ରହିଛନ୍ତି। ତାଙ୍କ ପଛରେ ରୋହିତ ଶର୍ମା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos