ଧୋନିଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି

ଚେନ୍ନାଇ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ଇଂଲଣ୍ଡକୁ ଆଜି ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ୍‌ରେ ହରାଇବା ପରେ ବିରାଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ଏହି ବିଜୟ ପରେ ବିରାଟ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଭାରତରେ ଟିମ୍ ଇଣ୍ଡିଆ ଧୋନିଙ୍କ ନେତୃତ୍ୱରେ ୨୧ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା। ଆଜି ଇଂଲଣ୍ଡକୁ ଚେନ୍ନାଇରେ ହରାଇବା ପରେ ବିରାଟ ମଧ୍ୟ […]

dhoni

dhoni

Hemant Lenka
  • Published: Tuesday, 16 February 2021
  • Updated: 16 February 2021, 05:52 PM IST

ଚେନ୍ନାଇ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ଇଂଲଣ୍ଡକୁ ଆଜି ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ୍‌ରେ ହରାଇବା ପରେ ବିରାଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ଏହି ବିଜୟ ପରେ ବିରାଟ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଭାରତରେ ଟିମ୍ ଇଣ୍ଡିଆ ଧୋନିଙ୍କ ନେତୃତ୍ୱରେ ୨୧ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା। ଆଜି ଇଂଲଣ୍ଡକୁ ଚେନ୍ନାଇରେ ହରାଇବା ପରେ ବିରାଟ ମଧ୍ୟ ଭାରତ ମାଟିରେ ସମାନ ସଂଖ୍ୟକ ଟେଷ୍ଟ ମ୍ୟାଚ୍ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାର ଅର୍ଥ ଭାରତର ମୋଷ୍ଟ ସଫଳତମ କ୍ୟାପ୍ଟେନ ତାଲିକାରେ ଧୋନିଙ୍କ ସହ ବିରାଟ ସମକକ୍ଷ ହୋଇଯାଇଛନ୍ତି।

ବିରାଟ ଏଯାଏ ଭାରତରେ ୨୮ଟି ଟେଷ୍ଟ ମ୍ୟାଚ୍‌ର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଦଳ ୨୧ଟି ମ୍ୟାଚ୍‌ ଜିତିଥିବା ବେଳେ ୨ଟିରେ ହାରିଛି ଓ ୫ଟି ଡ୍ର ରଖିଛି। ଅନ୍ୟପକ୍ଷରେ ଧୋନି ଭାରତରେ ନେତୃତ୍ୱ ନେଇଥିବା ୩୦ଟି ମ୍ୟାଚ୍‌ରୁ ଦଳ ୨୧ଟିରେ ଜିତିଛି ଓ ୩ଟି ହାରିଛି। ସେହିପରି ୬ଟି ମ୍ୟାଚ୍‌ ଡ୍ର ରହିଥିଲା।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ କଥା ବିଚାରକୁ ନେଲେ, ଭାରତ ପ୍ରଥମ ମ୍ୟାଚ୍‌ ୨୨୭ ରନ୍‌ରେ ହାରିଥିଲା। କିନ୍ତୁ ବିରାଟ ବାହିନୀ ଜବରଦସ୍ତ କମବ୍ୟାକ୍‌ କରି ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନ୍‌ରେ ପରାସ୍ତ କରିଛି। ଏଥିସହ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିଦେଇଛି। ଏବେ ସିରିଜ୍‌ର ୩ୟ ମ୍ୟାଚ୍‌ ୨୪ ତାରିଖରୁ ଅହମଦାବାଦରେ ଆରମ୍ଭ ହେବ। ଏହା ପିଙ୍କ ବଲରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos