କେପଟାଉନ୍‌ ଦଖଲ କରି ସିରିଜ୍‌କୁ ୩-୦ କଲା ଭାରତ

କେପଟାଉନ୍‌: କେପଟାଉନ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୨୪ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ପରେ ୬ଟିକିଆ ସିରିଜ୍‌ରେ ଭାରତ ୩-୦ର ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ ଜିତିବା ପରେ ଭାରତ ସିରିଜ୍‌ ହାତଛଡ଼ା କରିବା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ଅଧିନାୟକ ବିରାଟ କୋହଲି ଏବଂ ଶିଖର ଧାୱନ। ବିରାଟ ଅପରାଜିତ ୧୬୦ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିବା ବେଳେ […]

kohli

kohli

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 08:31 AM IST

Sports

Latest News

କେପଟାଉନ୍‌: କେପଟାଉନ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୨୪ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ପରେ ୬ଟିକିଆ ସିରିଜ୍‌ରେ ଭାରତ ୩-୦ର ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ୍‌ ଜିତିବା ପରେ ଭାରତ ସିରିଜ୍‌ ହାତଛଡ଼ା କରିବା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲେ ଅଧିନାୟକ ବିରାଟ କୋହଲି ଏବଂ ଶିଖର ଧାୱନ। ବିରାଟ ଅପରାଜିତ ୧୬୦ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିବା ବେଳେ ଧାୱନ ୭୬ ରନ୍‌ର ସମୟ ଉପଯୋଗୀ ହସଯୋଗ କରିଥିଲେ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ସଫଳତା ତ ମିଳିଥିଲା ସତ, ହେଲେ ଏହି ଖୁସିକୁ ବିରାଟ ଓ ଧାୱନ ପାଣିଚିଆ କରି ଦେଇଥିଲେ। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ କ୍ରିଜ୍‌କୁ ଆସିଥିଲେ ରୋହିତ ଶର୍ମା ଏବଂ ଧାୱନ୍‌। ହେଲେ ରୋହିତ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ଏହାପରେ କ୍ରିଜ୍‌କୁ ଆସିଥିଲେ ବରାଟ। ଉଭୟ ସଙ୍କଟରେ ପଡ଼ିଥିବା ଟିମ୍‌ ଇଣ୍ଡିଆକୁ ନା କେବଳ ସମ୍ଭାଳି ଥିଲେ, ବିଶାଳ ସ୍କୋରର ମୂଳଦୂଆ ମଧ୍ୟ ପକାଇଥିଲେ। ୨୩.୧ ଓଭରରେ ଧାୱନ ୭୬ ରନ୍‌ କରି ଦ୍ୱିତୀୟ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ସେତେବେଳକୁ ଟିମ୍‌ ଣ୍ଡିଆର ସ୍କୋର ୧୪୦ରେ ପହଞ୍ଚି ଯାଇଥିଲା। ଏହାପରେ କ୍ରିଜ୍‌କୁ ଆସିଥିବା ଆଜିଙ୍କ୍ୟ ରାହାଣେ, ହାର୍ଦ୍ଧିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନି ଏବଂ କେଦାର ଯାଦବ ବେଶି କିଛି କରି ପାରି ନଥିଲେ। ହେଲେ ଅନ୍ୟପଟରେ ପ୍ରାଚୀର ପରି ଛିଡା ହୋଇଥିଲେ ଅଧିନାୟକ କୋହଲି। ସେ ୧୫୯ ବଲ୍‌ରୁ ୧୨ ଚୌକା ଓ ୨ ଛକା ସହାୟତାରେ ୧୬୦ ରନ୍‌ କରିଥିଲେ। ଭୁବନେଶ୍ୱର କୁମାର ଶେଷ ଆଡ଼କୁ ୧୬ ରନ୍‌ କରି ଅପରାଜିତ ଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ହରାଇ ୩୦୩ ରନ୍‌ କରିଥିଲା।

୩୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଦକ୍ଷିଣ ଆଫ୍ରିକାର ପୂରା ଟିମ୍‌କୁ ତାସ୍‌ ଘର ପରି ଭାଙ୍ଗି ଦେଇଥିଲେ ଭାରତୀୟ ବୋଲର। ଜେପି ଡୁମିନୀ ୫୧ ରନ୍‌ର ପାରି ଖେଳିଥିବା ବେଳେ ଅଧିନାୟକ ଏ. ମାର୍କରାମ୍‌ ୩୨ ଏବଂ ଡାଭିଡ ମିଲର ୨୫ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲେ। ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ।

ୱାଇ. ଚହଲ ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଧୂଳିସାତ କରି ଦେଇଥିଲେ। ସେହିପରି ଜସ୍‌ପ୍ରୀତ ବୁମ୍ରାଙ୍କୁ ୨ଟି ୱିକେଟ୍‌ ମିଳିଥିଲା। ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ୱିକେଟ୍‌ ପାଇ ନଥିଲେ। ଦକ୍ଷିଣ ଆଫ୍ରିକାର ପୂରା ଟିମ୍‌ ୪୦ ଓଭରରେ ୧୭୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଅଧିନାୟକ କୋହଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story