/odisha-reporter/media/post_attachments/uploads/2017/10/taj-mahal-759.jpg)
taj-mahal
ତାଜମହଲକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଛି। କିଏ ଏହାକୁ ଆତଙ୍କବାଦର ଚିହ୍ନ କହୁଛି ତ ଆଉ କିଏ ଭାରତୀୟଙ୍କ ଝାଳବୁହା ପରିଶ୍ରମର ଫଳ ବୋଲି କହୁଛି। ସ୍ଥିତି ଏମିତି ହୋଇଛି ବିଶ୍ୱରେ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଅନ୍ୟତମ ତାଜ୍ମହଲ ଉତ୍ତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବୁକଲେଟ୍ରୁ ବି ବାଦ୍ ପଡ଼ିଛି। ଏହାସତ୍ତ୍ୱେ ସାରାଦୁନିଆରେ ଏହି ପ୍ରେମର ପ୍ରତୀକକୁ ନେ ରହିଥିବା ଉତ୍କଣ୍ଠା କମିନାହିଁ କି କମିବ ନାହିଁ। ଆସନ୍ତୁ ଜାଣିବା ତାଜମହଲ ସମ୍ପର୍କରେ ଏମିତି କିଛି ରୋଚକ କଥା।
୧. ଶାହାଜାହାନ ଓ ମୁମ୍ତାଜଙ୍କ ପ୍ରେମର ପ୍ରତୀକ ତାଜମହଲ୍ ନିର୍ମାଣ ନେଇ ଶୁଣିବାକୁ ମିଳେ ବିଭିନ୍ନ କଥା। କିଛି ଗବେଷକ କହଁନ୍ତି ଶାହାଜାହାନଙ୍କ ଅତି ପ୍ରିୟ ମୁମ୍ତାଜଙ୍କ ମୃତ୍ୟୁ ହୋଇଯିବାରୁ ସେ ଏହି ତାଜମହଲ ନିର୍ମାଣ କରିଥିଲେ। ଆଉ କିଛି କୁହଁନ୍ତି, ଶାହାଜାହନଙ୍କ ୧୪ ନମ୍ବର ସନ୍ତାନଙ୍କୁ ଜନ୍ମ ଦେବେ ବେଳେ ମମ୍ତାଜଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ମୃତିରେ ଶାହାଜାହନ ତାଜମହଲ ନିର୍ମାଣ କରିଥିଲେ।
୨. କିଛି ଗବେଷକଙ୍କ ମତରେ ଆଗ୍ରାରେ ମୁମ୍ତାଜଙ୍କ ଶବକୁ ମମିରେ ପରିବର୍ତ୍ତନ କରାଯାଇ ରଖାଯାଇଥିଲା। ତାଜମହଲ ନିର୍ମାଣ ସରିବା ପରେ ସେଠାରେ ତାଙ୍କୁ କବର ଦିଆଯାଇଥିଲା।
୩. ତାଜମହଲ ନିର୍ମାଣ ହେବାକୁ ୨୨ ବର୍ଷ ସମୟ ଲାଗିଥିଲା। ଏହାର ନିର୍ମାଣ ସିରିଲା ପରେ ଶାହାଜାହନ କାରିଗରମାନଙ୍କର ହାତ କାଟି ଦେଇଥିବା ଇତିହାସରୁ ଜଣା ପଡ଼େ। ସେଥିପାଇଁ କେତେକ କାରିଗର ତାଜମହଲ ଉପରି ଭାଗରେ ଏକ କଣା ରଖି ଯାଇଥିବା କୁହାଯାଏ। ଏବେ ଏହି କଣାଦେଇ ପାଣି ବୋହୁଛି।
୪. ଜାଣଲେ ଆଶ୍ଚର୍ଯ୍ୟ ହେବେ, ପୂର୍ବରୁ ୩ ଥର ତାଜମହଲକୁ ବିକ୍ରି କରାଯାଇଛି। ଏପରି କରିଥିଲେ ବିହାରର ନଟବର ଲାଲ୍ ନାମକ ଜଣେ ଠକ ବ୍ୟକ୍ତି। ଖାଲି ସେତିକି ନୁହେଁ, ନଟବର ଲାଲକିଲ୍ଲାକୁ ୨ ଥର ଓ ରାଷ୍ଟ୍ରପତି ଭବନକୁ ଥରେ ବିକ୍ରି କରିଦେଇଥିଲେ। ତାଙ୍କ ନାଁରେ ଏକାଧିକ ଠକାମୀ ମାମଲା ରୁଜୁ ହୋଇଥିଲା।
୫. ତାଜମହଲ ନିଅଁରେ ଏକ ପ୍ରକାର କାଠ ବ୍ୟବହାର କରାଯାଇଛି, ଯାହା ସାମାନ୍ୟ ଓଦା ରହିବା ଆବଶ୍ୟକ। ଏହା ଯମୁନା ନଦୀ କୂଳରେ ଥିବାରୁ କାଠରେ ଯଥେଷ୍ଟ ଆଦ୍ରତା ରହିଥାଏ। ଯମୁନାର ଜଳ ସ୍ତର କମିଲେ ତାଜମହଲ ପ୍ରତି ବିପଦ ଦେଖାଦେବାର ଆଶଙ୍କା ବଢ଼ିଯାଇଥାଏ।
୬. କୁହାଯାଏ ତାଜମହଲ କୁତବମୀନାର ଠାରୁ ଲମ୍ବା। ତାଜମହଲର ଉଚ୍ଚତା ୨୪୩ ଫିଟ୍ ହୋଇଥିବା ବେଳେ କୁତବମୀନାରର ଉଚ୍ଚତା ୨୩୯ ଫୁଟ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
