ହତ୍ୟା ଧମକ ଦେଲେ ହ୍ୟୁମାନ ସାଗର, ଥାନାରେ ଅଭିଯୋଗ

Human Sagar

Human Sagar

Jitendra Garnayak
  • Published: Friday, 20 May 2022
  • Updated: 20 May 2022, 08:59 PM IST

କଟକ (ଓଡ଼ିଶା ରିପୋର୍ଟର): ବିବାଦରେ ଓଲିଉଡ୍ ଗାୟକ ହ୍ୟୁମାନ ସାଗର। ସେ ଦେଇଛନ୍ତି ହତ୍ୟା ଧମକ। ଆଉ ଏ ନେଇ ଥାନାରେ ଦିଆଯାଇଛି ଏତଲା। ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏହି ଏତଲା ଦିଆଯାଇଛି।

ହ୍ୟୁମାନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ଜଣେ ସଂଗୀତ ନିର୍ଦ୍ଦେଶକ। ତାଙ୍କ ନାଁ ଜାପାନୀ।

ସେ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କର ଭଜନ ଗାଇବାକୁ ସେ ହ୍ୟୁମାନ ସାଗରଙ୍କୁ ବାରମ୍ବାର ନିବେଦନ କରିଥିଲେ। କିନ୍ତୁ ହ୍ୟୁମାନ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। କିନ୍ତୁ ଖାଲି ଏତିକି ନୁହେଁ, ହ୍ୟୁମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି।

ଜାପାନୀଙ୍କ କହିବା ଅନୁଯାୟୀ, ଗତ ୫ ବର୍ଷ ଧରି ସେ ହ୍ୟୁମାନଙ୍କୁ ଏକ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରି ଆସୁଛନ୍ତି। ହେଲେ ସବୁଥର ସେ ଏହାକୁ ଏଡ଼ାଇ ଯାଇଛନ୍ତି। ନିକଟରେ ହ୍ୟୁମାନଙ୍କ ଜଣେ ସହଯୋଗୀ ଜାପାନୀଙ୍କ ବନ୍ଧୁ ତଥା ଗୀତିକାର ତପୁଙ୍କୁ ଫୋନ୍ କରି ଧମକ ଦେଇଥିଲେ। କଟକ ଆସିଲେ ଜାପାନୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ।

ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳିପାରିନି।
https://www.youtube.com/watch?v=gNrpVDMTk98

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories