Advertisment

ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ: ଶବ୍ଦର ଆବଶ୍ୟକତାକୁ ହ୍ରାସ କରେ ସଙ୍କେତ

ପାଞ୍ଚ ପଦ କଥାକୁ ଗୋଟିଏ ସଙ୍କେତ ଯାଥାର୍ଥତା ପ୍ରଦାନ କରେ। ଆଉ ଏହି ସଙ୍କେତ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।

author-image
Debibandita Barick
ଅଦ୍ୟତନ ହୋଇଛି
Sign Language

Sign Language

ଭାବ ପ୍ରକାଶ ପାଇଁ ଶବ୍ଦ ନିହାତି ରୂପେ ଆବଶ୍ୟକ। କିନ୍ତୁ ବେଳେ ବେଳେ ସଙ୍କେତର ପ୍ରୟୋଗ କଥା ନ କହିବି ମନର ଭାବକୁ ପରିପ୍ରକାଶ କରିଦିଏ। ପାଞ୍ଚ ପଦ କଥାକୁ ଗୋଟିଏ ସଙ୍କେତ ଯାଥାର୍ଥତା ପ୍ରଦାନ କରେ। ଆଉ ଏହି ସଙ୍କେତ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ୱର 23କୁ ଅନ୍ତର୍ଜାତୀୟ ସାଙ୍କେତିକ ଦିବସ ପାଳନ କରାଯାଏ। 

Advertisment

ସାଙ୍କେତିକ ଭାଷା କ'ଣ?
ଶରୀରର କିଛି ଅଙ୍ଗଭଙ୍ଗୀ, ଯାହା କିଛି ଭାଷା ବା ଶବ୍ଦକୁ ସୂଚାଏ ତାହାକୁ ସାଙ୍କେତିକ ଭାଷା କୁହାଯାଏ। ସରଳ ଭାଷାରେ କହିବାକୁ ଗଲେ ଅଙ୍ଗଭଙ୍ଗୀ ମାଧ୍ୟମରେ ଆମେ ଯେଉଁ ଯୋଗାଯୋଗ କରୁ, ତାହା ହିଁ ସାଙ୍କେତିକ ଭାଷା। ଯେଉଁମାନେ କଥାବାର୍ତ୍ତା କରିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହାଁ ସେମାନଙ୍କ ପାଇଁ ଏହା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ମୂଲ୍ୟବାନ ମଧ୍ୟ। 

ଅନ୍ତର୍ଜାତୀୟ ସାଙ୍କେତିକ ଭାଷାର ଇତିହାସ
ସେପ୍ଟେମ୍ବର 23, 2018ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଉପରେ ଏକ ଦିବସ ପାଳନ ପାଇଁ ଘୋଷଣା କରିଥିଲା। 2018ରେ ପ୍ରଥମ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇଆସୁଛି।

Advertisment

ଅନ୍ତର୍ଜାତୀୟ ସାଙ୍କେତିକ ଭାଷାର ଉଦ୍ଦେଶ୍ୟ
ସାଙ୍କେତିକ ଭାଷା ବିଷୟରେ ସଚେତନତା ଏବଂ ଏହାର ଗୁରୁତ୍ୱକୁ ବୁଝାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ 23 ସେପ୍ଟେମ୍ବରରେ ଏହି ଦିବସ ପାଳନ କରାଯାଏ। ଏହି ଦିନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ 7 କୋଟିରୁ ଅଧିକ ଲୋକ ବଧିର ବର୍ଗର ଅଛନ୍ତି। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ ଏବଂ ଯୋଗଯୋଗାରେ ସହଯୋଗ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। 

ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସର ବିଷୟବସ୍ତୁ 
ପ୍ରତିବର୍ଷ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଆୟୋଜନ କରାଯାଏ। ଚଳିତ ବର୍ଷ ବିଷୟବସ୍ତୁ ହେଉଛି "Sign up for Sign Language Rights" ଅର୍ଥାତ୍ "ସାଙ୍କେତିକ ଭାଷା ଅଧିକାର ପାଇଁ ଜାଗ୍ରତ ହୁଅ।"

Sign Language Theme International Day Of Sign Languages