ସୁପ୍ରିମ କୋର୍ଟଙ୍କ ଗର୍ଭପାତ ରାୟ- ମା’ ହେବା ନହେବା ନାରୀର ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ୨୯ ସେପ୍ଟେମ୍ବର ଦିନ ‘ଅର୍ନ୍ତଜାତୀୟ ନିରାପଦ ଗର୍ଭପାତ ଦିବସ’ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗର୍ଭପାତର ଅଧିକାର ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ଜେ. ଡି. ପରଦିୱାଲା ଓ ଏ. ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ସର୍ବୋଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ନିଜ ରାୟରେ ଗତ ୫୧ ବର୍ଷ ଧରି ଦେଶରେ ପ୍ରଚଳିତ ଥିବା ଗର୍ଭପାତ ଆଇନ-୧୯୭୧ରେ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ରହିଥିବା ଭେଦଭାବକୁ ଖାରଜ […]

Suprem Court

Suprem Court

Debendra Prusty
  • Published: Monday, 03 October 2022
  • Updated: 03 October 2022, 01:34 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ ୨୯ ସେପ୍ଟେମ୍ବର ଦିନ 'ଅର୍ନ୍ତଜାତୀୟ ନିରାପଦ ଗର୍ଭପାତ ଦିବସ'ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗର୍ଭପାତର ଅଧିକାର ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ଜେ. ଡି. ପରଦିୱାଲା ଓ ଏ. ଏସ୍. ବୋପାନ୍ନାଙ୍କୁ ନେଇ ଗଠିତ ସର୍ବୋଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ନିଜ ରାୟରେ ଗତ ୫୧ ବର୍ଷ ଧରି ଦେଶରେ ପ୍ରଚଳିତ ଥିବା ଗର୍ଭପାତ ଆଇନ-୧୯୭୧ରେ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ରହିଥିବା ଭେଦଭାବକୁ ଖାରଜ କରି ବୈବାହିକ ସ୍ଥିତି ନିର୍ବିଶେଷରେ ସବୁ ମହିଳାଙ୍କ ସୁରକ୍ଷିତ ଓ ଆଇନସମ୍ମତ ଗର୍ଭପାତ କରିବାର ଅଧିକାର ରହିଛି ବୋଲି କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟଟି ଦେଶରେ ମହିଳାଙ୍କ ଅଧିକାର କ୍ଷେତ୍ରରେ ମାଇଲଖୁଣ୍ଟ ହେବାକୁ ଯାଉଛି। ବିଳମ୍ବରେ ହେଲେ ବି ଭାରତର ମହିଳାମାନେ ସୁରକ୍ଷିତ ଗର୍ଭପାତର ଅଧିକାର ପାଇବାରେ ବିଶ୍ୱର ଅନେକ ଉନ୍ନତ ଦେଶଙ୍କଠାରୁ ବି ଆଗକୁ ଚାଲିଯାଇଛନ୍ତି।

ଗର୍ଭପାତର ଅଧିକାର ସକ୍ରାନ୍ତୀୟ ସର୍ବୋଚ୍ଚ ନ୍ୟାୟାଳୟର ରାୟଟି ଜନୈକା ୨୫ ବର୍ଷିୟା ଅବିବାହିତ ମହିଳାଙ୍କ ଆବେଦନ ଉପରେ ଆସିଛି। ମହିଳା ଜଣକ ନିଜର ୨୩ ସପ୍ତାହ ୫ ଦିନର ଗର୍ଭକୁ ସମାପ୍ତ କରିବାକୁ ମେଡିକାଲ ବୋର୍ଡ଼ ନିକଟରେ ଆବେଦନ କରି ବିଫଳ ହେବା ପରେ ଏଥିପାଇଁ ଅନୁମତି ଦେବାକୁ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କର ଯୁକ୍ତି ଥିଲା, ଯଦିଓ ସେ ତାଙ୍କର ପୁରୁଷ ବନ୍ଧୁଙ୍କ ସହ ସହମତିରେ ଗର୍ଭଧାରଣ କରିଛନ୍ତି କିନ୍ତୁ ଏବେ ସମ୍ପୃକ୍ତ ପୁରୁଷ ବନ୍ଧୁ ତାଙ୍କୁ ବିବାହ କରିବାକୁ ଆଉ ରାଜି ନଥିବାରୁ ସେ ନିଜର ସମ୍ଭାବ୍ୟ ସନ୍ତାନକୁ ଲାଳନ ପାଳନ କରିବାକୁ ଆର୍ଥିକ ଭାବେ ଆଦୌ ସକ୍ଷମ ନୁହଁନ୍ତି। ଏଭଳି ପରିସ୍ଥିତିରେ ସେ ଆଉ ଗର୍ଭଧାରଣକୁ ଅବ୍ୟାହତ ରଖି ନିଜର ଇଚ୍ଛା ବିରୁଦ୍ଧରେ ଏକ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁ ନାହାନ୍ତି। ତେବେ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ସୁବ୍ରମଣ୍ୟମ୍ ପ୍ରସାଦଙ୍କ ଖଣ୍ଡପୀଠ ସମ୍ପୃକ୍ତ ମହିଳାଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କୁ ଗର୍ଭପାତର ଅନୁମତି ଦେବାକୁ ମନା କରିଦେଇଥିଲେ। ଫଳରେ ସେ ବାଧ୍ୟ ହୋଇ ଶେଷରେ ହାଇକୋର୍ଟର ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହିଳାଙ୍କୁ ଗର୍ଭପାତର ଅଧିକାର ଦେବାରେ ଭାରତ ପ୍ରଥମ କି ଶେଷ ରାଷ୍ଟ୍ର ନୁହେଁ। ଏଯାଏଁ ବିଶ୍ୱର ୬୭ଟି ଦେଶରେ  ମହିଳାଙ୍କୁ ଗର୍ଭପାତର ଅଧିକାର ମିଳିପାରିଛି। ଏପରିକି ନେପାଳ ଓ ମାଳଦ୍ୱୀପ ପରି ଦେଶରେ ମଧ୍ୟ କାରଣ ଦର୍ଶାଇବା ପରେ ମହିଳାଙ୍କୁ ଗର୍ଭପାତର ଅନୁମତି ମିଳୁଛି। ସାଉଦୀ ଆରବ ଓ ଇରାନ ପରି ଧାର୍ମିକ ରୁଢ଼ିବାଦୀ ଦେଶମାନେ ବି ନିଜର ମହିଳାଙ୍କୁ ଗର୍ଭପାତର ଅଧିକାର ପ୍ରଦାନ କରିଛନ୍ତି। କିନ୍ତୁ ବିଶ୍ୱର ୨୪ଟି ଦେଶରେ ଗର୍ଭପାତକୁ ଅପରାଧ ବୋଲି ଘୋଷଣା କରାଯିବା ସହ ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି। ମାଲଟାରେ ଗର୍ଭପାତ ପ୍ରମାଣିତ ହେଲେ ତିନି ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ତେବେ ଆଶ୍ଚର୍ଯ୍ୟର କଥା ଆମେରିକା ପରି ଆଧୁନିକ ଦେଶ ବି ମହିଳାମାନଙ୍କୁ ଗର୍ଭପାତର ଅଧିକାର ଦେବାକୁ ଏଯାଏଁ ସକ୍ଷମ ହୋଇନାହାନ୍ତି। ସେଠାରେ ଜଣେ ବିବାହିତ ମହିଳାଙ୍କ ଗର୍ଭଧାରଣ ଯେଉଁ ପର୍ଯ୍ୟନ୍ତ ତାଙ୍କର ନିଜର ଜୀବନ ପାଇଁ ବିପଦ ବୋଲି ପ୍ରମାଣିତ ହୋଇନି, ସେ ପର୍ଯ୍ୟନ୍ତ ତାଙ୍କୁ ଗର୍ଭପାତର ଅଧିକାର ମିଳିବନି। ସେହି କାରଣରୁ ଗର୍ଭପାତର ଅଧିକାର ପାଇବା ପାଇଁ ଆଜି ବି ଆମେରିକାର ମହିଳାମାନେ ଲଢ଼େଇ କରିବା ଦେଖିବାକୁ ମିଳୁଛି।

୧୯୭୧ ମସିହାରେ ଦେଶରେ ଗର୍ଭପାତ ଆଇନ (ଏମ୍‌ଟିପି ଆଇନ) ପ୍ରଣୟନ ହୋଇଥିଲା। ତେବେ ଆଇନଟି ଆଦୌ ସମାବେଶୀ ନଥିଲା। ଏଥିରେ ସବୁ ମହିଳାଙ୍କ କ୍ଷେତ୍ରରେ ଗର୍ଭପାତର ଅଧିକାରଟି ସମାନ ନଥିଲା। ବିବାହିତ ଓ ଅବିବାହିତ ମହିଳାଙ୍କ ଗର୍ଭପାତ କ୍ଷେତ୍ରରେ ଆଇନଟି ଭେଦଭାବ କରୁଥିଲା। ଏଥିରେ ବିବାହିତ ମହିଳାଙ୍କୁ ହିଁ ଆଇନଗତ ଭାବେ ଗର୍ଭପାତର ଅଧିକାର ଦିଆଯାଇଥିବା ବେଳେ ବଳାତ୍କାର ପୀଡ଼ିତାଙ୍କ ପରି କିଛି ବ୍ୟତିକ୍ରମକୁ ଛାଡ଼ିଦେଲେ ଅବିବାହିତ ମହିଳାମାନେ ଗର୍ଭପାତର ଅଧିକାରରୁ ସମ୍ପୂର୍ଣ୍ଣ ବଂଚିତ ଥିଲେ। ଗର୍ଭଧାରଣ କରିଥିବା ଅବିବାହିତ ମହିଳାମାନେ ନିଜର ଗର୍ଭପାତ କରିବାକୁ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବୈବାହିକ ସ୍ଥିତିର ଆଧାରରେ ଆଇନରେ ନାଗରିକମାନଙ୍କ ପ୍ରତି ଏଭଳି ଭେଦଭାବ ସମ୍ପୂର୍ଣ୍ଣ ଅତାର୍କିକ ଏବଂ ସମ୍ବିଧାନର ଧାରା-୧୪ ଅର୍ନ୍ତଗତ ମୌଳିକ ଅଧିକାରର ଖୋଲା ଉଲଂଘନ ବୋଲି କୁହାଯାଇପାରେ। ସେହି କାରଣରୁ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ନିଜର ରାୟରେ କେବଳ ବିବାହିତ ମହିଳାଙ୍କୁ ହିଁ ଆଇନରେ ସୁରକ୍ଷିତ ଗର୍ଭପାତ ପାଇଁ ଅନୁମତି ମିଳିବା ସମ୍ବିଧାନର ଧାରା ୧୪ ଅର୍ନ୍ତଗତ ଅବିବାହିତ ମହିଳାଙ୍କ ମୌଳିକ ଅଧିକାରର ଉଲଂଘନ ବୋଲି କହିଛନ୍ତି। ଏହାବ୍ୟତିତ ଗର୍ଭପାତ ଆଇନ ଓ ୨୦୨୧ରେ ଏଥିରେ ହୋଇଥିବା ସଂଶୋଧନଟି ମହିଳାଙ୍କ ପ୍ରଜନନ ଅଧିକାର, ଆତ୍ମସମ୍ମାନ ଓ ନିଜତାର ଅଧିକାରକୁ ହନନ କରୁଥିବାରୁ ସମ୍ବିଧାନର ଧାରା ୨୧ ଅର୍ନ୍ତଗତ ମୌଳିକ ଅଧିକାରକୁ ମଧ୍ୟ ଉଲଂଘନ କରୁଛି ବୋଲି କହିବା ସହ ଆମର ସମ୍ବିଧାନ ବିବାହିତ ମହିଳାଙ୍କ ପରି ଅବିବାହିତ ମହିଳାଙ୍କର ବି ଗର୍ଭଧାରଣ କରିବା ନେଇ ନିଷ୍ପତ୍ତି ନେବାର ଅଧିକାରକୁ ସ୍ୱୀକୃତି ଦେଉଛି। ତେବେ ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ଏଣିକି ଗର୍ଭଧାରଣ କରିଥିବା ଅବିବାହିତ ମହିଳାମାନେ ବି ଉପରୋକ୍ତ ସମୟ ସୀମା ମଧ୍ୟରେ ନିଜର ଗର୍ଭପାତ କରାଇ ପାରିବେ। ଏଥିପାଇଁ ଆଉ ପୂର୍ବ ପରି କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ।

ଏହି ରାୟ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ଅଧିକାର ସଂକ୍ରାନ୍ତୀୟ ଆଉ ଏକ ବିତର୍କିତ, ଆଲୋଚିତ ଓ ଅମୀମାଂସିତ ପ୍ରସଙ୍ଗର ବନ୍ଦ ଦରଜାକୁ ଖୋଲି ଦେଇଛନ୍ତି। ପ୍ରଥମ ଥର ପାଇଁ ନ୍ୟାୟାଳୟ ପତ୍ନୀ ସହିତ ପତିର ବଳପୂର୍ବକ ସମ୍ଭୋଗକୁ ବୈବାହିକ ବଳାତ୍କାର ବୋଲି କହିଛନ୍ତି। ଯଦିଓ ବୈବାହିକ ବଳାତ୍କାରକୁ ସର୍ବୋଚ୍ଚ ନ୍ୟାୟାଳୟ ଏଯାଏଁ ଅପରାଧ ବୋଲି ଘୋଷଣା କରି ନାହାନ୍ତି ଏବଂ ଏନେଇ ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ଏକ ସାମ୍ବିଧାନିକ ଖଣ୍ଡପୀଠରେ ମାମଲା ବିଚରାଧୀନ ରହିଛି, କିନ୍ତୁ ଏ ମାମଲାରେ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠର ଏହି ସଦ୍ୟତମ ପର୍ଯ୍ୟବେକ୍ଷଣ ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ଦିଗରେ ଚାଲିଥିବା ବିତର୍କକୁ ଏକ ସ୍ପଷ୍ଟ ଦିଶା ଦେଖାଉଛି ବୋଲି କୁହାଯାଇପାରେ। ଖଣ୍ଡପୀଠ ନିଜର ରାୟରେ ସ୍ପଷ୍ଟ ଭାବେ ଜଣେ ମହିଳାଙ୍କ ସମ୍ମତି ବିରୁଦ୍ଧରେ ସମ୍ଭୋଗକୁ ବଳାତ୍କାର ବୋଲି କହିଛନ୍ତି।  ଜଣେ ମହିଳା ବିବାହିତ ନା ଅବିବାହିତ ତାହା ଅପ୍ରାସଙ୍ଗିକ, ବରଂ ତା'ର ଇଚ୍ଛା ବା ସମ୍ମତ୍ତି ବିରୁଦ୍ଧରେ ଯୌନ ସମ୍ପର୍କ ହିଁ ବଳାତ୍କାର ବୋଲି କହିଛନ୍ତି। ଏହି ବକ୍ତବ୍ୟ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟ ବୈବାହିକ ବଳାତ୍କାରର ଧାରଣାଟିକୁ ଅପରାଧ ରୂପେ ସ୍ୱୀକୃତି ଦେଇଛନ୍ତି। ରକ୍ଷଣଶୀଳ ପୁରୁଷ ସମାଜ ଓ ତା'ର ପକ୍ଷଧର ଆମର ଶାସନ ବ୍ୟବସ୍ଥା ବାରମ୍ବାର ବୈବାହିକ ବଳାତ୍କାରକୁ ଅସ୍ୱୀକାର କରି ଆସିଛି। ସ୍ୱାମୀ ଦ୍ୱାରା ସ୍ତ୍ରୀର ବଳପୂର୍ବକ ଯୌନ ସମ୍ପର୍କକୁ ବଳାତ୍କାର ବୋଲି କହିଲେ ତଥାକଥିତ ପରିବାର ବ୍ୟବସ୍ଥା ଭାଙ୍ଗିଯିବ ବୋଲି ଯୁକ୍ତି କରି ଆସିଛି। ତେଣୁ ବୈବାହିକ ସମ୍ପର୍କ ମଧ୍ୟରେ ବଳକ୍ରାରକୁ ବଳାତ୍କାର ଆଇନର ପରିସରଭୁକ୍ତ କରାଯାଇନି।

ବର୍ତ୍ତମାନର ଗର୍ଭପାତ ଆଇନରେ ଯେଉଁ ସୀମିତ ଉଦ୍ଦେଶ୍ୟ ରହିଛି, ସେଥିରେ ବୈବାହିକ ବଳାତ୍କାରକୁ ମଧ୍ୟ ସାମିଲ କରିଛନ୍ତି। ଅର୍ଥାତ୍ ନିଜର ଅନିଚ୍ଛା ସତ୍ତ୍ୱେ ଯଦି କୌଣସି ମହିଳା ସ୍ୱାମୀର ବଳପୂର୍ବକ ସମ୍ଭୋଗ ଫଳରେ ଗର୍ଭଧାରଣ କରନ୍ତି, ତାହେଲେ ସେ ଆଇନଃ ନିଜର ଗର୍ଭପାତ କରାଇ ପାରିବେ। ତେବେ ନ୍ୟାୟାଳୟ ନିଜର ଶୁଣାଣୀ ସମୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ପତି ଦ୍ୱାରା ନିଜର ପତ୍ନୀ ସହ ବଳପୂର୍ବକ ଶାରୀରିକ ସମ୍ବନ୍ଧ ରକ୍ଷା କରିବା ବଳାତ୍କାର ପର୍ଯ୍ୟାୟଭୁକ୍ତ ହେବ। ଅତଏବ ଯେଉଁ ପତ୍ନୀମାନେ ନିଜର ପତି ଦ୍ୱାରା ବଳପୂର୍ବକ ଯୌନ ସମ୍ବନ୍ଧ ଯୋଗୁଁ ଗର୍ଭଧାରଣ କରିଛନ୍ତି, ସେମାନଙ୍କ ମାମଲା ବି ଗର୍ଭପାତ ଆଇନର ନିୟମ ୩(ଖ) ଅନୁଯାୟୀ ଯୌନ ଉତ୍ପୀଡ଼ନ ବା ବଳାତ୍କାର ଶ୍ରେଣୀରେ ଆସିବ ବୋଲି କହିଛନ୍ତି। ଏ କ୍ଷେତ୍ରରେ ସମ୍ପୃକ୍ତ ମହିଳା କାହାରି ଅନୁମତି ବିନା ନିଜ ଇଚ୍ଛାରେ ନିଜର ଗର୍ଭପାତ କରାଇବାକୁ ହକଦାର ହେବେ।

ସୁପ୍ରିମକୋର୍ଟର ରାୟ ଅନୁସାରେ କୌଣସି ମହିଳାଙ୍କ ବୈବାହିକ ସ୍ଥିତି ତାଙ୍କର ଅନିଚ୍ଛାକୃତ ଗର୍ଭଧାରଣକୁ ସମାପ୍ତି କରିବାର ଅଧିକାରରୁ ବଂଚିତ କରିବାର ଆଧାର ହୋଇନପାରେ। ଉଭୟ ଅବିବାହିତ ଓ ଅଏକୁଟିଆ ମହିଳା ନିଜର ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇବାର ଅଧିକାର ରହିଛି। ଅତଏବ ସୁପ୍ରିମକୋର୍ଟଙ୍କ ରାୟ ପରେ କେବଳ ସମ୍ପୃକ୍ତା ଆବେଦନକାରିଣୀ ହିଁ ନୁହଁନ୍ତି, ବରଂ ନିଜର ଅବାଂଛିତ ଗର୍ଭଧାରଣକୁ ଅବ୍ୟାହତ ରଖିବାକୁ ବାଧ୍ୟ ହେଉଥିବା ଏବଂ ସନ୍ତାନ ଜନ୍ମ ହେବା ପରେ ନିଜର ପରିବାର ଓ ଜୀବନରେ ବିଭିନ୍ନ ପ୍ରକାରର ବୁଝାମଣା କରିବାକୁ ବାଧ୍ୟ ହେଉଥିବା ସବୁ ମହିଳାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳାବାକୁ ଯାଉଛି।

ଗର୍ଭଧାରଣ କରିବା ଜଣେ ସାବାଳିକା ମହିଳାଙ୍କ ବ୍ୟକ୍ତିଗତ ଅଧିକାର। ଏହା ଜଣେ ବ୍ୟକ୍ତିର ନିଜର ଶରୀର ଉପରେ ରହିଥିବା ଅଧିକାରର ଅର୍ନ୍ତଭୁକ୍ତ। କାରଣ ଭୃଣଟିକୁ ମହିଳାର ଶରୀର ଭିତରେ ବଂଚିବାକୁ ହୁଏ। ତେଣୁ ଗର୍ଭପାତର ଅଧିକାର ବି ନିଜର ଶରୀର ଓ ଜୀବନ ଉପରେ ଅଧିକାରର ଅଂଶବିଶେଷ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଅତଏବ ସେ ବିବାହ କରିଥାନ୍ତୁ କିମ୍ବା ଅବିବାହିତ ରହିଥାନ୍ତୁ ଏବଂ ସ୍ୱଇଚ୍ଛାରେ ହେଉ କିମ୍ବା ପରିସ୍ଥିତିରେ ପଡ଼ି ହେଉ, ଯଦି ସେ ଗର୍ଭଧାରଣ କରିଥାନ୍ତି ତାହେଲେ ନିଜର ଇଚ୍ଛା ମୁତାବକ ଗର୍ଭପାତ କରିବାର ବି ତାଙ୍କର ଅଧିକାର ରହିଛି। ଏ କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ରହିବା ଉଚିତ ନୁହେଁ କି ପରିବାର କିମ୍ବା ଅନ୍ୟ କାହାର ଅନୁମତିର ଆବଶ୍ୟକ ନାହିଁ। କେବଳ ନାବାଳିକା ଅଥବା ମାନସିକ ଅକର୍ମଣ୍ୟ ମହିଳାଙ୍କ କ୍ଷେତ୍ରରେ ହିଁ ଅନୁମତିର ଆବଶ୍ୟକ ପଡ଼ିପାରେ। ରାୟରେ କୁହାଯାଇଛି ଯେ ଗର୍ଭପାତ କରିବା ପୂର୍ବରୁ ପରିବାରର ସମ୍ମତି, ପ୍ରାମାଣିକ ନଥିପତ୍ର ଅଥବା କୋର୍ଟର ଅନୁମତି ନେବା ଆମର ଚିକିତ୍ସକମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଏଭଳି ଆଇନ ବର୍ହିଭୁତ ସର୍ତ୍ତ ରଖିବା ଦୁଃଖଦାୟକ ଓ ଅନାବଶ୍ୟକ। କେବଳ ଗର୍ଭପାତ କରିବାକୁ ଚାହୁଁଥିବା ମହିଳାଙ୍କ ସମ୍ମତିଟି ହିଁ ଏ କ୍ଷେତ୍ରରେ ଏକମାତ୍ର ବିଚାର୍ଯ୍ୟ।

ରାୟରେ କୁହାଯାଇଛି ଯେ ବୈବାହିକ ସ୍ଥିତି ଯାହା ହେଉନା କାହିଁକି , ଜଣେ ମହିଳା ନିଜ ଇଚ୍ଛାରେ ଗର୍ଭବତୀ ହୋଇପାରିବେ। ଯଦି ସେହି ଗର୍ଭଧାରଣଟି ବାଞ୍ଛିତ ହୋଇଥାଏ ତାହେଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ ତା'ର ଦାୟିତ୍ୱ ନେଇଥାନ୍ତି। କିନ୍ତୁ ଅବାଞ୍ଛିତ କିମ୍ବା ପରିସ୍ଥିତିରେ ପଡ଼ି ଜଣେ ଗର୍ଭବତୀ ହେଲେ ତା'ର ସମ୍ପୂର୍ଣ୍ଣ ବୋଝଟି ମହିଳା ଉପରେ ପଡ଼ିଥାଏ। ଯାହାକି ତା'ର ଉଭୟ ମାସିକ ଓ ଶାରୀରିକ ଅବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ତେବେ ସମ୍ବିଧାନର ୨୧ ଧାରାରେ ଶାରୀରିକ ଓ ମାନସିକ ପୀଡ଼ା କରଣରୁ ଗର୍ଭପାତ କରିବାର ଅଧିକାର ମହିଳାର ରହିଛି। ନିଜର ଶରୀର ଉପରେ ଅଧିକାର ଏକମାତ୍ର ସମ୍ପୃକ୍ତା ମହିଳାଙ୍କର ହିଁ ରହିଛି ଏବଂ ଗର୍ଭପାତ କରାଯିବ ନା ନାହିଁ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାରଟି ବି ତାଙ୍କରି ହିଁ ରହିଛି। ଏ କ୍ଷେତ୍ରରେ କୌଣସି ତୃତୀୟ ପକ୍ଷର ଅନୁମତିର ଆବଶ୍ୟକ ନାହିଁ। ଗର୍ଭପାତ ଆଇନରେ ଯେଉଁସବୁ ମାପକାଠି ରହିଛି ସେଥିରେ ସର୍ବୋଚ୍ଚ ନ୍ୟାୟାଳୟ ଆଉ ଏକ ଅଂଶ ଯୋଡ଼ିଛନ୍ତି। ତାହେଲା, ବିବାହିତା ହେଲେ ମଧ୍ୟ ଯଦି ସେ ସ୍ୱାମୀ ପରିତ୍ୟକ୍ତା, ତାଙ୍କର ବି ଗର୍ଭପାତର ଅଧିକାର ରହିଛି।

ବର୍ତ୍ତମାନର ଗର୍ଭପାତ ଆଇନ ଖୋଲାଖୋଲି ଭାବେ ପକ୍ଷପାତପୂର୍ଣ୍ଣ ଥିଲା। କେବଳ ବଳାତ୍କାର ଓ ଅନ୍ୟ କିଛି ବିଶେଷ ପରିସ୍ଥିତିରେ ହିଁ ଗର୍ଭଧାରଣ କରିଥିବା ଅବିବାହିତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଉଥିଲା। ତେବେ ଏଭଳି ଭେଦଭାବ ପଛରେ ତର୍କ ଅପେକ୍ଷା ଧାର୍ମିକ ରୁଢ଼ିବାଦୀତା ଅଧିକ କାମ କରୁଛି। ସର୍ବୋଚ୍ଚ ନ୍ୟାୟାଳୟ ବି ନିଜର ରାୟରେ ଗର୍ଭପାତ ଆଇନରେ ବିବାହିତା ଓ ଅବିବାହିତା ମହିଳାଙ୍କ ମଧ୍ୟରେ ରହିଥିବା ଏହି ଭେଦଭାବକୁ କୃତ୍ରିମ ଓ ସମ୍ବିଧାନିକ ଭାବେ ବୈଧ ନୁହେଁ ବୋଲି କହିବା ସହିତ ଏହା ବିବାହ ଓ ଯୌନ ସମ୍ପର୍କକୁ ନେଇ ସମାଜରେ ରହିଥିବା ପୁରୁଣାକାଳିଆ ରୁଢ଼ିବାଦୀ ନୈତିକତାରୁ ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ଭାବେ କହିଛନ୍ତି। କେବଳ ବିବାହିତ ବ୍ୟକ୍ତିମାନେ ହିଁ ଯୌନକ୍ରିୟା କରିବେ ବୋଲି ଏକ ଭୂଲ ଧାରଣା ଉପରେ ପର୍ଯ୍ୟବେସିତ ଏଭଳି ନୈତିକତାକୁ ନ୍ୟାୟାଳୟ ପ୍ରଶ୍ନ କରିବା ସହ ପରିବର୍ତ୍ତିତ ପରିସ୍ଥିତିରେ ଯେତେବେଳେ ଆମ ସମାଜ ପ୍ରଗତି କରୁଛି, ଆମର ନୈତିକତାର ପରିଭାଷା ଓ ସେନେଇ ରହିଥିବା ଆଇନ କାନୁନକୁ ମଧ୍ୟ ବଦଳିବା ଜରୁରୀ ବୋଲି କହିଛନ୍ତି।

ତେବେ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଯୌନାଚାର ଓ ବିବାହ ନେଇ ଅନେକ ପ୍ରକାର ରୁଢ଼ିବାଦୀ ବିଚାର ରହିଛି। ବିବାହକୁ ଦୁଇ ପ୍ରାପ୍ତ ବୟସ୍କ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ସମାନତା ଓ ଆତ୍ମସମ୍ମାନ ଉପରେ ଆଧାରିତ ସାମାଜିକ ଚୁକ୍ତି ବଦଳରେ ଏକ ପବିତ୍ର ଓ ସ୍ୱର୍ଗୀୟ ବନ୍ଧନ ବୋଲି ଦାବି କରି ଆସିଛନ୍ତି। ତେଣୁ ବୈବାହିକ ସମ୍ପର୍କକୁ ସ୍ଥାୟୀ କରିବାର ଆଭିମୁଖ୍ୟ ନେଇ ନୀତି, ନୈତିକତା ଓ ପରମ୍ପରା ନାଁରେ ମହିଳାଙ୍କ ଉପରେ ତାକୁ ଲଦି ସେମାନଙ୍କୁ ଏକରକମ ଅଧିକାରହୀନ କରି ଆସିଛନ୍ତି। ଏପରିକି ସ୍ୱାମୀର ମୃତ୍ୟୁ ପରେ ବି ପତ୍ନୀଙ୍କୁ ଉପରୋକ୍ତ ନୈତିକତାର ବୋଝକୁ ମୁଣ୍ଡରେ ବୋହି ନିଜର ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ପଡୁଛି। ଅତଏବ ନୈତିକତା ନାଁରେ ଊଣା ଅଧିକେ ସବୁ ଧର୍ମ ପ୍ରେମ, ବିବାହ ଓ ଯୌନାଚାର ଉପରେ କଟକଣା ଜାରି କରି ମହିଳାଙ୍କ ଯୌନ ସ୍ୱାଧୀନତା ଓ ପ୍ରଜନନର ଅଧିକାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ସେହି କାରଣରୁ ଆଜି ବି ବିଶ୍ୱର ଅଧିକାଂଶ ଦେଶରେ ବିବାହ ଓ ଯୌନାଚାରକୁ ନିୟନ୍ତ୍ରଣ ପାଇଁ ଅନେକଗୁଡ଼ିଏ ଆଇନ ରହିଛି। ଆମ ଦେଶର ଗର୍ଭପାତ ଆଇନଟି ବି ଏହାର ସର୍ବୋତ୍କୃଷ୍ଟ ଉଦାହରଣ ବୋଲି କୁହାଯାଇପାରେ।

ସମାଜରେ ଧାର୍ମିକ ନୈତିକତାର ଆଧାରରେ ଗର୍ଭପାତକୁ ଏକ ପାପ ଓ ଅନୈତିକ କାର୍ଯ୍ୟ ହିସାବରେ ବିଚାର କରାଯାଉଛି। ବିବାହ ପରେ ପତ୍ନୀର ଗର୍ଭ ସଂଚାର ହେବା ଈଶ୍ୱରଙ୍କ ଇଚ୍ଛା ବୋଲି ମନେ କରାଯାଉଥିବାରୁ ଗର୍ଭପାତ କରିବାକୁ ଏକ ପାପ କାର୍ଯ୍ୟ ବୋଲି ଆରମ୍ଭରୁ ବିଚାର କରାଯାଇ ଆସୁଛି। ସେହି କାରଣରୁ ଗର୍ଭପାତକୁ ନେଇ ସମାଜରେ ଓ ଶାସନ ବ୍ୟବସ୍ଥାରେ ଅନେକ କଟକଣା ରହିଛି। ତେବେ ଗର୍ଭପାତ ଉପରେ ରହି ଆସିଥିବା କଟକଣାଗୁଡ଼ିକ ତର୍କସଙ୍ଗତ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଭିନ୍ନ ଅଧ୍ୟୟନ ଓ ତଥ୍ୟରୁ ଜଣାପଡ଼ୁଛି। ମିଳିତ ଜାତିସଂଘର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଦେଶମାନଙ୍କରେ ଗର୍ଭପାତକୁ ଆଇନ ସମ୍ମତ ଓ କଟକଣାମୁକ୍ତ କରାଯାଇଛି, ସେସବୁ ଦେଶ ତୁଳନାରେ ଗର୍ଭପାତକୁ ବେଆଇନ ଅଥବା କଟକଣା ଯୁକ୍ତ କରାଯାଇଛି ଦେଶମାନଙ୍କରେ ୪୫ ଗୁଣ ଅଧିକ ଅସୁରକ୍ଷିତ ଗର୍ଭପାତ ହେଉଛି। ଗର୍ଭପାତକୁ ନେଇ ଆଇନଗତ କଟକଣାଟି ଗର୍ଭବତୀ ମହିଳା ବିଶେଷ କରି ଗ୍ରାମାଞ୍ଚଳ ଓ ଗରିବ ପରିବାରର ଗର୍ଭଧାରଣ କରିଥିବା ମହିଳାଙ୍କୁ ସ୍ୱାସ୍ଥ୍ୟସେବାର ପରିଧି ବାହାରକୁ ଠେଲିଦେବା ସହ ସେମାନଙ୍କୁ ଅସୁରକ୍ଷିତ ଗର୍ଭପାତ କରିବାକୁ ବାଧ୍ୟ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ନିରାପଦ, କମ୍ ଖର୍ଚ୍ଚ, ଠିକ୍ ସମୟରେ ଏବଂ ସମ୍ମାନଜନକ ଗର୍ଭପାତର ଅଭାବ ତଥା ଗର୍ଭପାତକୁ ନେଇ ସମାଜରେ ରହିଥିବା ରୁଢ଼ିବାଦୀ ଧାରଣା ହିଁ ଗର୍ଭପାତ କରୁଥିବା ମହିଳାଙ୍କୁ ଜୀବନସାରା ଶାରୀରିକ ଓ ମାନସିକ ସମସ୍ୟା ଭିତରକୁ ଠେଲି ଦେଉଛି।

ଆମ ସମାଜରେ ଗର୍ଭଧାରଣ କରିଥିବା ଅବିବାହିତ ମହିଳାମାନେ ଲୋକଲଜ୍ଜା ଓ ଆଇନଗତ ସମସ୍ୟା ଯୋଗୁଁ ଯେଉଁ ଅବୈଧ ଗର୍ଭପାତ କରାଇଥାନ୍ତି, ତାହା ପ୍ରାୟତଃ ଘରୋଇ ହସ୍ପିଟାଲ ଓ କ୍ଳିନିକ୍‌ମାନଙ୍କରେ ହୋଇଥାଏ। ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିଥାନ୍ତି। ସମାଜର ଗରିବ ଶ୍ରେଣୀର ମହିଳାମାନେ ସବୁଠାରୁ ବେଶି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅନିଚ୍ଛାକୃତ ଗର୍ଭଧାରଣ କରିଥିବା ଅବିବାହିତ ମହିଳାମାନେ ଯେଉଁଭଳି ଅସୁରକ୍ଷିତ ପରିସ୍ଥିତିରେ ଗର୍ଭପାତ କରିବାକୁ ବାଧ୍ୟ ହୋଇଥାନ୍ତି, ତାହା ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅସୁରକ୍ଷିତ ଗର୍ଭପାତ ଯୋଗୁଁ ଦେଶରେ ଦୈନକ ଆଠ ଜଣ ମହିଳା ପ୍ରାଣ ହରାଉଥିବା କଥା ଜଣାପଡ଼ିଛି। ବିଶ୍ୱର ମୋଟ ମାତୃମୃତ୍ୟୁର ୨୦% କେବଳ ଭାରତରେ ଘଟିବା ପଛରେ ଅସୁରକ୍ଷିତ ଗର୍ଭପାତ ଏକ ପ୍ରମୁଖ କାରଣ ହୋଇ ରହିଛି । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୦୭ରୁ ୨୦୧୧ ମଧ୍ୟରେ ହୋଇଥିବା ଗର୍ଭପାତ ମଧ୍ୟରୁ ୬୭% ଗର୍ଭପାତ ଅସୁରକ୍ଷିତ ରହିଥିଲା। ଏହାର ସବୁଠାରୁ ବଡ଼ କାରଣ ହେଲା, ଗର୍ଭଧାରଣ କରିଥିବା ଅବିବାହିତ ମହିଳା ଓ ଗରିବ ଶ୍ରେଣୀର ମହିଳାମାନେ ସେମାନଙ୍କ ଅବାଞ୍ଛିତ ଗର୍ଭକୁ ସମାପ୍ତ କରିବା ପାଇଁ ଅସୁରକ୍ଷିତ ଗର୍ଭପାତ କରିବାକୁ ବାଧ୍ୟ ହେଇଥାନ୍ତି। ସେହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତର ସଦ୍ୟତମ ରାୟ ସେମାନଙ୍କୁ ବି ଅନେକ ପରିମାଣରେ ଆଶ୍ୱସ୍ତି ପ୍ରଦାନ କରିବ।

ଗର୍ଭଧାରଣ ପରି ଗର୍ଭପାତ ମଧ୍ୟ ପ୍ରତ୍ୟେକ ମହିଳାଙ୍କ ଏକାନ୍ତ ବ୍ୟକ୍ତିଗତ ଇଚ୍ଛା ଓ ଅଧିକାର ଉପରେ ପର୍ଯ୍ୟବସିତ। ଏଥିରେ ପରିବାର, ସମାଜ କିମ୍ବା ରାଷ୍ଟ୍ର କାହାରି ବି ଅନଧିକାର ହସ୍ତକ୍ଷେପ ରହିବା ଅନୁଚିତ। ଆମର ପୁରୁଷ ପ୍ରଧାନ ସମାଜରେ ଜଣେ ମହିଳା ବିଭିନ୍ନ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିସ୍ଥିତିର ଶିକାର ହୋଇ ନିଜର ଅନିଚ୍ଛା ସତ୍ତ୍ୱେ ଗର୍ଭଧାରଣ କରିବାର ଅନେକ ଉଦାହରଣ ରହିଛି। ଏଭଳି ପରିସ୍ଥିତିରେ ନିରାପଦ ଗର୍ଭପାତ କରିବାର ସୁଯୋଗ ନଦେଇ ସେମାନଙ୍କ ଜୀବନକୁ ବିପଦାପନ୍ନ କରିବା ଆଦୌ ଗ୍ରହଣୀୟ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟର ସଦ୍ୟତମ ରାୟ ଏ କ୍ଷେତ୍ରରେ ରହିଥିବା ସମସ୍ତ ପ୍ରକାର ଆଇନଗତ ପ୍ରତିବନ୍ଧକକୁ ଦୂର କରିବାରେ ତଥା ନିରାପଦ ଗର୍ଭପାତର ସୁଯୋଗ ନପାଇ ଦେଶର ହଜାର ହଜାର ମହିଳାଙ୍କ ଅକାରଣରେ ହେଉଥିବା ମୃତୁ୍ୟକୁ ରୋକିବାରରେ ସହାୟକ ହେବ ବୋଲି ଆଶା କରାଯାଉଛି।

ବିଳମ୍ବରେ ଆସିଥିଲେ ବି ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠର ଏହି ରାୟ ଦେଶରେ ମହିଳାଙ୍କ ସ୍ୱାଧୀନତାକୁ ସ୍ୱୀକୃତି ଦେବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଇପାରେ। ପୁରୁଷତାନ୍ତ୍ରିକ ସମାଜର ଶୃଙ୍ଖଳକୁ ଆହୁରି ଦୁର୍ବଳ କରି ସମାଜରେ ମହିଳାଙ୍କ ଅଧିକାରର ପରିସରକୁ ଏହା ଆହୁରି ସମ୍ପ୍ରସାରିତ କରିଛି। ବିବାହ, ଯୌନତା ଓ ଗର୍ଭପାତକୁ ନେଇ ସମାଜରେ ରହିଥିବା ରକ୍ଷଣଶୀଳ ଓ ପଶ୍ଚାଦପଦ ଚିନ୍ତାକୁ କୁଠାରାଘାତ କରିଛି। ନାରୀକୁ ସନ୍ତାନ ଛତ୍ପାଦନର ଯନ୍ତ୍ର, ପୁରୁଷର ଭୋଗ୍ୟବସ୍ତୁ ଓ ଅଧିକାରହୀନା କରି ରଖିବାର ରକ୍ଷଣଶୀଳ ଓ ଅନୁଦାର ସାମାଜିକ ଭାବନାର ବିରୁଦ୍ଧରେ ତାକୁ ଅନ୍ୟମାନଙ୍କ ପରି ମଣିଷ ଭାବେ ଗଣ୍ୟ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଧାର୍ମିକ ବିଚାର ଉପରେ ଆଧାରିତ କାଳ୍ପନିକ ନିୟମ କାନୁନର ଦ୍ୱାହି ଦେଇ ମହିଳାଙ୍କ ମଧ୍ୟରେ ଏକାଧିକ ବିଭାଜନ ରେଖା ଟାଣିବାକୁ ଉଦ୍ୟତ ବ୍ୟବସ୍ଥା ପାଇଁ ଏହା ଏକ ବଡ଼ ଧକ୍କା ସଦୃଶ। ଅର୍ଥାତ୍ ନାରୀ ସାମାଜିକ ଭାବେ ଯେଉଁ ଅବସ୍ଥାରେ ଥିଲେ ବି ତା'ର ଶରୀର, ମନ ଓ ଚିନ୍ତାର କ୍ଷେତ୍ରରେ ତା'ର ପୂର୍ଣ୍ଣ ସ୍ୱାଧୀନତା ରହିଛି। ଜଣେ ମହିଳା ନ ଚାହିଁଲେ ତା'ର ସ୍ୱାମୀ, ପରିବାର କିମ୍ବା ସମାଜ କେବି ବି ତାକୁ ସନ୍ତାନ ଜନ୍ମ କରିବାକୁ ବାଧ୍ୟ କରି ପାରିବେନି।

ଏଥିରେ ଜଣେ ମହିଳାର ଜନ୍ମଦାନର ସ୍ୱାଧୀନତାକୁ ସ୍ୱୀକୃତି ଦିଆହୋଇଛି। ଗର୍ଭପାତର ଅଧିକାରରେ ରହିଥିବା ଅତାର୍କିକତା ଓ ଭେଦଭାବକୁ ସମାପ୍ତ କରାଯାଇଛି। ବୈବାହିକ ବଳାତ୍କାରର ବାସ୍ତବତାକୁ ସ୍ୱୀକାର କରାଯାଇଛି। ବିବାହ ପୂର୍ବ ତଥା ବିବାହ ବର୍ହିଭୁତ ଶାରୀରିକ ସମ୍ପର୍କକୁ ସମ୍ମାନ ଦିଆହୋଇଛି ଯେଉଁଥିରୁ ଅନ୍ୟାନ୍ୟ ଅନେକ ଆଇୠତ ଅଧିକାର ତିଆରି ହୋଇଛି। ସର୍ବୋପରି ଦେଶରେ ମହିଳାମାନଙ୍କ ଅଧିକାରକୁ ଆଗେଇ ନେବା କ୍ଷେତ୍ରରେ ଏହା ଏକ ପ୍ରଭାବଶାଳୀ ରାୟ ବୋଲି କୁହାଯାଇପାରିବ।

ଫୋନ୍ : ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story