Advertisment

ଯୁବପିଢିଙ୍କ ମଧ୍ୟରେ କୋଲନ କ୍ୟାନସର ବୃଦ୍ଧିର କାରଣ କ'ଣ? ଜାଣନ୍ତୁ ରୋଗର ଲକ୍ଷଣ ଓ ନିରାକରଣ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଲନ କର୍କଟ ହେଉଛି ବିଶ୍ୱରେ ତୃତୀୟ ସାଧାରଣ କର୍କଟ। ଗ୍ଲୋବାଲ୍ କ୍ୟାନସର ଅବଜରଭେଟରୀ 2020 କରିଥିବା ଅନୁଧ୍ୟାନ ଅନୁସାରେ, ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ପ୍ରକାର ସାଧାରଣ କର୍କଟ ହେଉଛି କୋଲନ କ୍ୟାନସର।

author-image
Debibandita Barick
Representative Image

Representative Image

ଆମ ପରିବର୍ତ୍ତୀତ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ବର୍ତ୍ତମାନ ସମୟରେ ହୃଦରୋଗ, ମଧୁମେହ ଏବଂ କର୍କଟ ଭଳି ଗମ୍ଭୀର ରୋଗ ଅଳ୍ପ ବୟସରେ ପିଲାଙ୍କୁ ପ୍ରଭାବିତ କରୁଛି। ଏହି ସବୁ ଗୁରୁତର ରୋଗ ମଧ୍ୟରୁ କୋଲନ୍ କ୍ୟାନସର ଅନ୍ୟତମ। ଏହା ଏକ ଗମ୍ଭୀର ପ୍ରକାରର କର୍କଟ, ବିଶେଷକରି ଯୁବପିଢିଙ୍କୁ ଗ୍ରାସ କରୁଛି। ତେବେ ଯୁବପିଢିଙ୍କୁ ଏହି କର୍କଟ ହେବାର କାରଣ କଣ, କିପରି ଏଥିରୁ ରକ୍ଷା ପାଇବେ, ଜାଣନ୍ତୁ...

Advertisment

କୋଲୋନ୍ କର୍କଟ କ’ଣ?
କୋଲୋନ୍ କର୍କଟକୁ କଲୋରେକ୍ଟାଲ୍ କର୍କଟ ମଧ୍ୟ କୁହାଯାଏ, ଏହା ଏକ ରୋଗ ଯାହା କୋଲନ୍ କିମ୍ବା ରେକ୍ଟାଲ୍ କୋଷଗୁଡ଼ିକରେ DNA ପରିବର୍ତ୍ତନ କାରଣରୁ ହୋଇଥାଏ। ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁଯାୟୀ, କଲୋରେକ୍ଟାଲ୍ କର୍କଟ ହେଉଛି ଏକ ରୋଗ ଯେଉଁଥିରେ କୋଲନ୍ କିମ୍ବା ରେକ୍ଟମରେ ଥିବା କୋଷଗୁଡ଼ିକର ମାତ୍ରାଧିକ ବୃଦ୍ଧି କାରଣରୁ ହୋଇଥାଏ। କୋଲନ୍ ହେଉଛି ବୃହଦାନ୍ତ୍ର ପାଚନ ତନ୍ତ୍ରର ଅନ୍ତନଳୀ। ରେକ୍ଟମ୍ ହିଁ କୋଲନକୁ ମଳଦ୍ୱାର ସହିତ ସଂଯୋଗ କରିଥାଏ। ଏହି ରେକ୍ଟମରେ ଥିବା କୋଷର ବୃଦ୍ଧି ଘଟିଲେ କୋଲନ କ୍ୟାନସର ହୋଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଲନ କର୍କଟ ହେଉଛି ବିଶ୍ୱରେ ତୃତୀୟ ସାଧାରଣ କର୍କଟ। ଗ୍ଲୋବାଲ୍ କ୍ୟାନସର ଅବଜରଭେଟରୀ 2020 କରିଥିବା ଅନୁଧ୍ୟାନ ଅନୁସାରେ, ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ପ୍ରକାର ସାଧାରଣ କର୍କଟ ହେଉଛି କୋଲନ କ୍ୟାନସର।

Advertisment

କୋଲନ୍ କ୍ୟାନସରର କାରଣ 
ଆମେ ଖାଉଥିବା ଖାଦ୍ୟ ଏବଂ ଖାଦ୍ୟଶୈଳୀ ଏହାର ମୁଖ୍ୟ କାରଣ। ଖରାପ ଖାଦ୍ୟ, ତମାଖୁ, ଧୂମପାନ, ଅତ୍ୟଧିକ ମଦ୍ୟପାନ, ମେଦବହୁଳତା, ନିଦ୍ରା ଅଭାବ କୋଲନ କ୍ୟାନସର ବିପଦକୁ ଡାକିଆଣେ। ଏହା ବ୍ୟତୀତ ବଂଶାନୁକ୍ରମିକ ସିଣ୍ଡ୍ରୋମ ଏବଂ ପରିବାରରେ କୌଣସି ସଦସ୍ୟକୁ ଏହି ରୋଗ ହୋଇଥିଲେ କର୍କଟ ହେବାର ସମ୍ଭାବନା ଥାଏ। 

କୋଲନ୍ କର୍କଟ ଲକ୍ଷଣ 

  • ପେଟ ଫୁଲିବା
  • ରକ୍ତହୀନତା
  • ଓଜନ ହ୍ରାସ
  • ବାନ୍ତି କିମ୍ବା ବାନ୍ତି ଲାଗିବା
  • ଥକ୍କା ଏବଂ ଦୁର୍ବଳତା 
  • କ୍ରମାଗତ ଝାଡ଼ା ହେବା କିମ୍ବା କୋଷ୍ଠକାଠିନ୍ୟ 
  • ମଳାଶ୍ରୟରୁ ରକ୍ତସ୍ରାବ କିମ୍ବା ଷ୍ଟୁଲରେ ରକ୍ତ ପଡିବା   

କୋଲନ କ୍ୟାନସରକୁ କିପରି ରୋକିବେ
କୋଲୋନ୍ କର୍କଟ ରୋଗର ଆଶଙ୍କା ହ୍ରାସ କରିବାକୁ ହେଲେ ପ୍ରଥମେ ଜୀବନଶୈଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ପଡିବ। କଣ ସେହି ପରିବର୍ତ୍ତନ ଜାଣନ୍ତୁ...

  • ଫଳ ଏବଂ ପନିପରିବା ଖାଆନ୍ତୁ
  • ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରୁହନ୍ତୁ
  • ନିୟମିତ ବ୍ୟାୟାମ ଅଭ୍ୟାସ
  •  ଏକ ସୁସ୍ଥ ଓଜନ ବଜାୟ ରଖିପାରିଲେ କୋଲନ କ୍ୟାନସରକୁ ଦୂର କରାଯାଇପାରିବ।