Advertisment

Union Budget 2024 Live Updates: ୩ ଲକ୍ଷ ଆୟ ଯାଏ ଟ୍ୟାକ୍ସ ଛାଡ଼

ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି

author-image
Hemant Lenka
ଅଦ୍ୟତନ ହୋଇଛି
New Update
Union Budget 2024 Live Updates In Odia

nirmala sitharaman

ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି। ବଜେଟ୍‌ର ଟିକିନିକି ଖବର ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ. odishareporter.in

Advertisment
  • Jul 23, 2024 20:23 IST

    ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଆରମ୍ଭ ହେବ ବାତ୍ସଲ୍ୟ ଯୋଜନା

    ଏହି ଯୋଜନାରେ ନାବାଳିକା/ନାବାଳକ ପିଲାଙ୍କ ପାଇଁ ସେମାନଙ୍କ ବାପା ମା’ କିମ୍ବା ଅଭିଭାବକମାନେ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରିପାରିବେ। ଅଧିକ ପଢ଼ନ୍ତୁ...



  • Jul 23, 2024 18:55 IST

    ୭.୭୫ ଲକ୍ଷ ଆୟ କରୁଥିଲେ ବି ଦେବାକୁ ପଡ଼ିବନି ଟିକସ: ଜାଣନ୍ତୁ ପୂରା ପ୍ରକ୍ରିୟା

    ଯଦି କୌଣସି ବ୍ୟକ୍ତିଙ୍କ ଆୟ ବାର୍ଷିକ ୭ ଲକ୍ଷ ୭୫ ହଜାର ଟଙ୍କା ଯାଏ ରହିଛି, ତା’ହେଲେ ତାଙ୍କୁ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ୧ ଟଙ୍କା ମଧ୍ୟ ଟିକସ ଆକାରରେ ଦେବାକୁ ପଡ଼ିବ ନାହିଁ। ଅଧିକ ପଢ଼ନ୍ତୁ...



  • Jul 23, 2024 18:09 IST

    ବଜେଟ: କ’ଣ ଶସ୍ତା ଓ ମହଙ୍ଗା ହେଲା?

    ବଜେଟ ଘୋଷଣା ପରେ କିଛି ଜିନିଷର ଦାମ କମିଥିବା ବେଳେ ଆଉ କିଛିର ମୂଲ୍ୟ ବୃଦ୍ଧି ପାଇଛି। ଅଧିକ ପଢ଼ନ୍ତୁ...



  • Jul 23, 2024 17:54 IST

    ଏହି ୧୦ ପ୍ରମୁଖ କ୍ଷେତ୍ରରେ ଖର୍ଚ୍ଚ ହେବ ୧୫.୨୭ ଲକ୍ଷ କୋଟି ଟଙ୍କା

    ସରକାରଙ୍କ ମୋଟ ଖର୍ଚ୍ଚର ୨୧% ବିଭିନ୍ନ ରାଜ୍ୟଗୁଡ଼ିକର ଟିକସ ଭାବ ଓ ବକେୟା ବାବଦରେ ଦିଆଯିବ। ଅଧିକ ପଢ଼ନ୍ତୁ...



  • Jul 23, 2024 16:40 IST

    ବଜେଟ ଘୋଷଣା ପରେ ୪ ହଜାର ଲେଖାଏ କମିଲା ସୁନା ଓ ରୁପା ଦର

    ସୁନା ଓ ରୁପା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ୧୫%ରୁ ୬%କୁ ହ୍ରାସ ପାଇଛି। ଏହା ମଧ୍ୟରେ ଥିବା ମୂଳ ସୀମା ଶୁଳ୍କ ୧୦ରୁ ୫% ଓ କୃଷି ସେସ୍‌ ୫%ରୁ ୧%କୁ କମିଛି। ଅଧିକ ପଢ଼ନ୍ତୁ...



  • Jul 23, 2024 16:21 IST

    ବିହାର ଓ ଆନ୍ଧ୍ରକୁ ବଡ଼ ଭେଟି ପରେ ତାତିଲେ ବିରୋଧୀ: କହିଲେ-ଏହା କୁର୍ସି ବଞ୍ଚାଅ ବଜେଟ୍‌

    ଏନଡିଏ ବିରୋଧୀ ମୋର୍ଚ୍ଚାର ନେତୃତ୍ୱ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪-୨୫ ଆର୍ଥିକ ବଜେଟକୁ କୁର୍ସି ବଞ୍ଚାଅ ବଜେଟ ବୋଲି କଟାକ୍ଷ କରିଛନ୍ତି। ଅଧିକ ପଢ଼ନ୍ତୁ..



  • Jul 23, 2024 15:48 IST

    ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଋଣ, ମହିଳାଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ

    ବଜେଟରେ ନିର୍ମଳା ସୀତାରମଣ ମଡେଲ ସ୍କିଲ ଲୋକ ଯୋଜନାର ରିଭିଜନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଅଧିକ ପଢ଼ନ୍ତୁ...



  • Jul 23, 2024 15:07 IST

    ବଜେଟକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

    ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି। ଅଧିକ ପଢ଼ନ୍ତୁ...



  • Jul 23, 2024 14:35 IST

    ବଜେଟ ବିହଙ୍ଗାବଲୋକନ- ୨୦୨୪-୨୫

    ର୍ଥନୀତିକ ସର୍ଭେ ରିପୋର୍ଟରେ ଚାଷୀଙ୍କ ଆୟ ଦୁଇ ଗୁଣିତ ପାଇଁ ନିବେଶ ଆବଶ୍ୟକ ବୋଲି କୁହାଯାଇଥିଲା। ଅଧିକ ପଢ଼ନ୍ତୁ...



  • Jul 23, 2024 14:11 IST

    ୧ ଟଙ୍କାରେ ଜାଣନ୍ତୁ ପୂରା ବଜେଟର ହିସାବ

    ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୮.୨୧ ଲକ୍ଷ ଟଙ୍କାରର ବଜେଟ ଉପସ୍ଥାପନ କରାଯାଇଛି। ଅଧିକ ପଢ଼ନ୍ତୁ...



  • Jul 23, 2024 13:59 IST

    ବନ୍ୟା କ୍ଷତିଗ୍ରସ୍ତ ୫ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା

    ଚଳିତ ସାଧାରଣ ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା ହୋଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ମିଳିବ। ଆହୁରି ପଢ଼ନ୍ତୁ...



  • Jul 23, 2024 13:55 IST

    ବଜେଟ: ରିସର୍ଚ୍ଚ ପ୍ରକଳ୍ପ ପାଇଁ ମାତ୍ର ୧୨ଶହ କୋଟି

    ମନେରଗା ଯୋଜନା ପାଇଁ ୨୦୨୩-୨୪ରେ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥର ଏହା ୮୬ ହଜାର କୋଟି ଟଙ୍କା କରାଯାଇଛି। ଅଧିକ ପଢ଼ନ୍ତୁ...



  • Jul 23, 2024 13:50 IST

    ଦୂର ହେବ ନିଯୁକ୍ତି ସମସ୍ୟା! ଇଣ୍ଟରନଶିପ୍ ଯୋଜନା ଆଣିଲେ କେନ୍ଦ୍ର ସରକାର

    ଚାକିରି ସମସ୍ୟା ଦୂରୀକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଆଗକୁ କାର୍ଯ୍ୟକାରୀ ହେବାକୁ ଯାଉଛି ଇଣ୍ଟର୍ନଶିପ୍ ସ୍କିମ୍। ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଧିକ ପଢନ୍ତୁ...



  • Jul 23, 2024 13:48 IST

    ଶେଆର ବଜାରରେ ବଜେଟ ପ୍ରଭାବ; ଖସିଲା ସେନ୍ସେକ୍ସ

    ଏପଟେ ବଜେଟ୍ ଉପସ୍ଥାପନ, ସେପଟେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ବେଳେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ ଘଟିଛି। ସରକାର ପୁଞ୍ଜି ଲାଭ କର ବୃଦ୍ଧି ଘୋଷଣା କରିବା ପରେ ଷ୍ଟକ୍ ମାର୍କେଟ ହ୍ରାସ ଘଟିଥିବା ଦେଖାଯାଇଛି। ଅଧିକ ପଢନ୍ତୁ...



  • Jul 23, 2024 13:27 IST

    ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

    ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି। ଅଧିକ ପଢ଼ନ୍ତୁ...



  • Jul 23, 2024 13:10 IST

    ୩ ଲକ୍ଷ ଆୟ ଯାଏ ଟ୍ୟାକ୍ସ ଛାଡ଼

     ଚଳିତ ବଜେଟ୍‌ ପେଢ଼ିରେ ନୂଆ ଟିକସ ବ୍ୟବସ୍ଥା ଚୟନ କରିଥିବା ବ୍ୟକ୍ତିଙ୍କୁ ବଡ଼ ଉପହାର ମିଳିଛି। ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଟ୍ୟାକ୍ସ ଡିଡକ୍ସନକୁ ୫୦୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦୦ ଟଙ୍କା କରାଯାଇଛି ଆହୁରି ପଢ଼ନ୍ତୁ...



  • Jul 23, 2024 12:55 IST

    ଫ୍ରେଶରମାନଙ୍କୁ ସରକାର ଦେବେ ୧୫ ହଜାର ଟଙ୍କା

    ଫ୍ରେଶରମାନଙ୍କୁ ସରକାର ଦେବେ ୧୫ ହଜାର ଟଙ୍କା। ଏହା ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ। ଅଧିକ ପଢ଼ନ୍ତୁ



  • Jul 23, 2024 12:52 IST

    ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ



  • Jul 23, 2024 12:30 IST

    ଶସ୍ତା ହେବ ସୁନା ଓ ରୁପା, ମୋବାଇଲ ଦାମ ବି କମିବ

    ଆଗାମୀ ଦିନରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଅଧିକ ପଢ଼ନ୍ତୁ



  • Jul 23, 2024 12:30 IST

    ବଢ଼ିଲା ମୁଦ୍ରା ଲୋନ୍‌ ସୀମା

    ମୁଦ୍ରା ଲୋନ୍‌ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷରୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅଧିକ ପଢ଼ନ୍ତୁ...



  • Jul 23, 2024 12:27 IST

    ଫୋକସରେ ପ୍ରାକୃତିକ ଚାଷ, ଜାଣନ୍ତୁ କୃଷି ପାଇଁ କ'ଣ ରହିଛି

    2025 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି। ଏଥର କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି 1 ଲକ୍ଷ 52 ହଜାର କୋଟି ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...



  • Jul 23, 2024 12:22 IST

    ୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କମିବ କଷ୍ଟମ ଡ୍ୟୁଟି



  • Jul 23, 2024 12:21 IST

    ସୁନା, ରୁପା, ପ୍ଲାଟିନମ ଉପରୁ କମିବ କଷ୍ଟମ ଡ୍ୟୁଟି



  • Jul 23, 2024 12:16 IST

    ମୋବାଇଲ, ଚାର୍ଜର, ବ୍ୟାଟେରୀ ଶସ୍ତା ହେବ



  • Jul 23, 2024 12:15 IST

    ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ୨ ଲକ୍ଷ କୋଟିର ଅନୁଦାନ

    ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜର ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଅଧିକ ପଢ଼ନ୍ତୁ...



  • Jul 23, 2024 12:11 IST

    ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର



  • Jul 23, 2024 12:02 IST

    ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା



  • Jul 23, 2024 12:00 IST

    ବଜେଟ୍‌ ୨୦୨୪: ବିହାର ଓ ଆନ୍ଧ୍ରକୁ ବଡ଼ ଭେଟି

    ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ଅଧିକ ପଢ଼ନ୍ତୁ...



  • Jul 23, 2024 11:55 IST

    ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ



  • Jul 23, 2024 11:51 IST

    ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ



  • Jul 23, 2024 11:40 IST

    ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ



  • Jul 23, 2024 11:38 IST

    ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି



  • Jul 23, 2024 11:36 IST

    ୩ କୋଟି ପିଏମ୍‌ଏୱାଇ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା



  • Jul 23, 2024 11:31 IST

    ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ



  • Jul 23, 2024 11:23 IST

    ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ



  • Jul 23, 2024 11:12 IST

    ରାଷ୍ଟ୍ରପତି ଭବନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ



  • Jul 23, 2024 10:48 IST

    ନିର୍ମଳାଙ୍କ ବଜେଟ୍‌ ଟିମ୍‌, ଜାଣନ୍ତୁ କିଏ କିଏ ଅଛନ୍ତି ସଦସ୍ୟ

    ସକାଳ ୧୧ ଟାରେ ଅର୍ଥମନ୍ତ୍ରୀ ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଦେଶର ପ୍ରତ୍ୟେକ ବର୍ଗ ଏହି ବଜେଟ୍ ଉପରେ ଅଧିକ ଆଶା ରଖିଛନ୍ତି। ଅଧିକ ପଢ଼ନ୍ତୁ...



  • Jul 23, 2024 10:47 IST

    ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି

    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍‌ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଛନ୍ତି। ଏହି ବଜେଟ୍‌ଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଅଧିକ ପଢ଼ନ୍ତୁ...



  • Jul 23, 2024 10:45 IST

    ଏଥର ବଜେଟରେ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ, ଆସିବ ଜମ୍ମୁ, କଶ୍ମୀରର ବଜେଟ

    ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ ‘ସବକା ସାଥ- ସବକା ବିକାଶ’ ଉପରେ ଗୁରୁତ୍ୱ ଦେଇଛି। ଏହା ମୋଦିଙ୍କ ଗୁରୁ ମନ୍ତ୍ର ହୋଇଥିବା ବେଳେ ତାହା ଉପରେ ଆଧାରିତ ହୋଇଛି ଏଥରର ବଜେଟ। ଅଧିକ ପଢ଼ନ୍ତୁ...



  • Jul 23, 2024 10:19 IST

    ଲୋକସଭାରେ ପହଞ୍ଚିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ



  • Jul 23, 2024 09:57 IST

    ଜାଣନ୍ତୁ, କେବେ ଆସିଥିଲା ସବୁଠୁ ଛୋଟ ଓ ସବୁଠୁ ବଡ଼ ବଜେଟ

    ଆପଣ ଜାଣିଛନ୍ତି ଭାରତ ଇତିହାସରେ ସବୁଠୁ ବଡ଼ ଓ ସବୁଠୁ ଛୋଟ ବଜେଟ କେବେ ଆସିଥିଲା। ଏବଂ କେଉଁ ଅର୍ଥ ମନ୍ତ୍ରୀ ଏହି ବଜେଟକୁ ଉପସ୍ଥାପନ କରିଥିଲେ। ଅଧିକ ପଢ଼ନ୍ତୁ...



  • Jul 23, 2024 09:24 IST

    ମୋରାଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା ସୀତାରମଣ

    କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହାସହ ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ। ଅଧିକ ପଢ଼ନ୍ତୁ...



  • Jul 23, 2024 09:22 IST

    ବଜେଟରେ ବ୍ରିଫକେଶ୍‌ର ବ୍ୟବହାର; ଜାଣନ୍ତୁ, କେବେଠୁ ଆରମ୍ଭ ହୋଇଛି ପରମ୍ପରା

    ସମୟ ବଦଳିବା ସହ ବଜେଟ ପେପର ରଖାଯାଉଥିବା ବ୍ରିଫକେଶ୍‌ର ରଙ୍ଗରୂପ ମଧ୍ୟ ବଦଳିବାରେ ଲାଗିଛି। ଭିନ୍ନ ଭିନ୍ନ ଅର୍ଥମନ୍ତ୍ରୀଙ୍କ ସମୟରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ବ୍ରିଫକେଶ୍‌। ଅଧିକ ପଢ଼ନ୍ତୁ ...



  • Jul 23, 2024 07:49 IST

    ଆଜି ଆସିବ କେନ୍ଦ୍ର ବଜେଟ୍, ନିର୍ମଳାଙ୍କ ପେଡ଼ି ଉପରେ ଦେଶବାସୀଙ୍କ ନଜର

    ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ଅଧିକ ଜାଣିବାକୁ ପଢ଼ନ୍ତୁ...



Union Budget