‘ମାନବ ସେବା ହିଁ ମାଧବ ସେବା, ଲୋକଙ୍କ ସେବା କଲେ ଖୁସି ହୁଅନ୍ତି ଈଶ୍ୱର’

ସମାଜସେବୀ ବିବେକାନନ୍ଦ ପଣ୍ଡାଙ୍କ ତ୍ରୟବିଂଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତି ସମାବେଶରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।

Meeting

ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିବୃନ୍ଦ ।

Niharika Rout
  • Published: Friday, 01 September 2023
  • Updated: 01 September 2023, 11:50 AM IST

Sports

Latest News

ମାନବ ସେବା ହିଁ ମାଧବ ସେବା। ଲୋକଙ୍କର ସେବା କଲେ, ଈଶ୍ୱର ଖୁସି ହୁଅନ୍ତି । ସମାଜସେବୀ ବିବେକାନନ୍ଦ ପଣ୍ଡାଙ୍କ ତ୍ରୟବିଂଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତି ସମାବେଶରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ରେଡକ୍ରସ ଭବନରେ ଆୟୋଜିତ ଏହି ସମାବେଶରେ ଅତିଥି ରୂପେ ଯୋଗଦେଇ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର କହିଥିଲେ ଯେ, କମ‌୍‍ ବୟସରେ ବିବେକାନନ୍ଦ ନିଜକୁ ସମାଜ ସେବାରେ ନିୟୋଜିତ କରିପାରିଥିଲେ। ମାତ୍ର ୩୩ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ରକ୍ତଦାନଠାରୁ ଆରମ୍ଭ କରି ଅନେକ କାର୍ଯ୍ୟରେ ସାଧାରଣ ଲୋକଙ୍କ ସେବା କରି ମାନବ ସେବା ହିଁ ମାଧବ ସେବା ବୋଲି ପ୍ରମାଣିତ କରିଯାଇଛନ୍ତି।

ଆୟକର ବିଭାଗର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ଶାସ୍ତ୍ର ଓ ପୁରାଣରୁ ବିଭିନ୍ନ ଉଦାହରଣ ଦେଇ ବିବେକାନନ୍ଦଙ୍କ ଭଳି ସମାଜସେବୀମାନେ ସମଗ୍ର ମାନବ ସମାଜକୁ ନିଜର ପରିଜନ ଭଳି ମନେ କରିଥାନ୍ତି ବୋଲି କହିଥିଲେ। ଏହି କାରଣରୁ ମୃତ୍ୟୁର ଏତେବର୍ଷ ପରେ ମଧ୍ୟ ଆମେ ତାଙ୍କୁ ସ୍ମରଣ କରି ତାଙ୍କ ଗୁଣାବଳୀର ଆଲୋଚନା କରୁଛନ୍ତି। ଲୋକଙ୍କର ସେବା କଲେ ଈଶ୍ୱର ଖୁସି ହୁଅନ୍ତି ବୋଲି ଶ୍ରୀ ମିଶ୍ର ମତ ଦେଇଥିଲେ।

Also Read

ଅନ୍ୟତମ ଅତିଥି ଭାରତୀୟ ଜୀବନବୀମା ନିଗମର ଅବସରପ୍ରାପ୍ତ ଜୋନାଲ ମ୍ୟାନେଜର ଶ୍ରୀପତି ହାଂସଦା ମଧ୍ୟ ବିବେକାନନ୍ଦଙ୍କ କାର୍ଯ୍ୟଧାରାର ଆଲୋଚନା କରିବା ସହିତ ସ୍ମୃତି କମିଟିର ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ‌୍‍ ଅଧିକାରୀ ନିହାର ରଞ୍ଜନ ହୋତା ଓ ଅରବିନ୍ଦ ବେହେରା, ଲେଖକ ଓ ପ୍ରଶାସକ ଦେବ ପ୍ରସାଦ ଦାଶ, ଆୟକର ବିଭାଗ ସହକାରୀ କମିଶନର ତନୁଶ୍ରୀ ରାୟ, ଆୟକର ବିଭାଗ ଯୁଗ୍ମ କମିଶନର ଆଶୁତୋଷ ପ୍ରଧାନ, ପ୍ରଶାସକ ହେମବତୀ ପାତ୍ର, ପ୍ରଫେସର ସୀମା ମଲ୍ଲିକ ପ୍ରମୁଖ ମଧ୍ୟ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷର ‘ବିବେକାନନ୍ଦ ପଣ୍ଡା ସ୍ମାରକୀ ସମାଜସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଗୀତା ମିଶ୍ରଙ୍କୁ ‘ବରିଷ୍ଠ ନାଗରିକ’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଦିଲୀପ ମିଶ୍ର ଓ ତାଙ୍କ ପତ୍ନୀ ମିନତି ତ୍ରିପାଠୀଙ୍କୁ ‘ବରିଷ୍ଠ ନାଗରିକଙ୍କ ସେବା ସମ୍ମାନ’ ପ୍ରଦାନ କରାଯାଇଛି।

ଏହି ସମାରୋହରେ ବିବେକାନନ୍ଦ ପଣ୍ଡାଙ୍କ ପିତା ଶ୍ରୀ ଲକ୍ଷ୍ମୀଧର ପଣ୍ଡା ସଂଯୋଜନା କରିଥିବା ବେଳେ ଶ୍ରୀମତୀ ପ୍ରଜ୍ଞାଧାରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story