ଚାଷ ଜମି କିଣିବା ଉପରେ ଲାଗିଥିବା କଟକଣାକୁ ଉଠାଦେଲେ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାର ମଙ୍ଗଳବାର ବିବାଦୀୟ ଜମି ସଂସ୍କାର(ସଂଶୋଧିତ) ଆକ୍ଟ ବିଧାନ ପରିଷଦରେ ପାସ୍‌ କରାଇ ଦେଇଛନ୍ତି। ବିଲ୍‌ ପାସ୍‌ ବେଳେ ବିଜେପିକୁ ବିରୋଧୀ ଜେଡିଏସ୍‌ ପୂର୍ଣ୍ଣ ସମର୍ଥନ କରିଛି। ପୂର୍ବରୁ ଜମି ଆଇନରେ ହେଉଥିବା ସଂଶୋଧନକୁ ଜେଡିଏସ ବିରୋଧ କରୁଥିଲା। ହେଲେ ବିଧାନ ପରିଷଦରେ ଦଳର ୧୧ଟି ଭୋଟ ବିଲ୍‌ ସପକ୍ଷରେ ପଡ଼ିବାରୁ ସରକାର ବେଶ ସହଜରରେ ଏହାକୁ ପାରିତ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଆଇନ ୩୭:୨୧ ଭୋଟରେ ଅନୁମୋଦନ ଲାଭ […]

fg

fg

Hemant Lenka
  • Published: Wednesday, 09 December 2020
  • Updated: 09 December 2020, 02:18 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାର ମଙ୍ଗଳବାର ବିବାଦୀୟ ଜମି ସଂସ୍କାର(ସଂଶୋଧିତ) ଆକ୍ଟ ବିଧାନ ପରିଷଦରେ ପାସ୍‌ କରାଇ ଦେଇଛନ୍ତି। ବିଲ୍‌ ପାସ୍‌ ବେଳେ ବିଜେପିକୁ ବିରୋଧୀ ଜେଡିଏସ୍‌ ପୂର୍ଣ୍ଣ ସମର୍ଥନ କରିଛି। ପୂର୍ବରୁ ଜମି ଆଇନରେ ହେଉଥିବା ସଂଶୋଧନକୁ ଜେଡିଏସ ବିରୋଧ କରୁଥିଲା। ହେଲେ ବିଧାନ ପରିଷଦରେ ଦଳର ୧୧ଟି ଭୋଟ ବିଲ୍‌ ସପକ୍ଷରେ ପଡ଼ିବାରୁ ସରକାର ବେଶ ସହଜରରେ ଏହାକୁ ପାରିତ କରିବାକୁ ସକ୍ଷମ ହୋଇଛନ୍ତି।

ଏହି ଆଇନ ୩୭:୨୧ ଭୋଟରେ ଅନୁମୋଦନ ଲାଭ କରିଛି। ଭୋଟିଂ ବେଳେ କଂଗ୍ରେସର ୯ ସଦସ୍ୟ ବିଧାନ ପରିଷଦରେ ଅନୁପସ୍ଥିତ ରହିଥିଲେ। କଂଗ୍ରେସ କହିଛି ଯେ ଏହି ଆଇନ ଗ୍ରାମାଞ୍ଚଳ ଅର୍ଥନୀତିକୁ ଧ୍ୱଂସ କରିଦେବ। କର୍ଣ୍ଣାଟକା ବିଧାନ ପରିଷଦରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିନାହିଁ। ତେଣୁ ଦଳକୁ ଜେଡିଏସ୍‌ର ସମର୍ଥନ ଜରୁରୀ ଥିଲା। ୭୫ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ବିଜେପିର ୩୧, କଂଗ୍ରେସର ୨୮ ଓ ଜେଡିଏସ୍‌ର ୧୪ ଜଣ ସଦସ୍ୟ ରହିଛନ୍ତି।

ସେପ୍ଟେମ୍ବର ମାସରେ କର୍ଣ୍ଣାଟକା ବିଧାନସଭାରେ ଏହି ବିଲ୍‌ ପାସ୍‌ ହୋଇ ଆଇନରେ ପରିଣତ ହୋଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକମାନେ ବିଲର କପିକୁ ଚିରିବା ସହ ଗୃହରୁ ବାହାରି ଯାଇଥିଲେ। ଚାଷୀଙ୍କୁ କ୍ଲୀତଦାସ କରି ରଖିବାକୁ ବିଜେପି ଏହି ଆଇନ ପ୍ରଣୟନ କରିଥିବା କଂଗ୍ରେସ କହିଥିଲା।

ଜମି ସଂସ୍କାର ଆଇନ ଅନୁଯାୟୀ, ଏଣିକି ଚାଷୀଙ୍କ ଠାରୁ ଜମି କିଣିବା ବେଳେ ଶିଳ୍ପସଂସ୍ଥାଗୁଡ଼ିକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକ ନିଜର ଅଭିବୃଦ୍ଧି ପାଇଁ ଚାଷୀମାନଙ୍କ ଠାରୁ ସିଧାସଳଖ ଜମି କିଣିପାରିବେ। ଏନେଇ କର୍ଣ୍ଣାଟକା ସରକାର ଜମି ସଂସ୍କାର ଆଇନ ୧୯୬୧ରେ ସଂଶୋଧନ କରିଛନ୍ତି।

ପୂର୍ବ ଆଇନ ବଳରେ ଶିଳ୍ପ ସଂସ୍ଥାଗୁଡ଼ିକ କେବଳ ସରକାରୀ ଏଜେନ୍ସି ଦ୍ୱାରା ହିଁ ଚାଷୀଙ୍କ ଠାରୁ ଜମି କିଣି ପାରୁଥିଲେ। ଏଥିସହ ଏକାଧିକ ସର୍ତ୍ତ ରହୁଥିଲା। ହେଲେ ଏବେ ଆଉ ଏହି କଟକଣା ରହିବ ନାହିଁ। ଶିଳ୍ପସଂସ୍ଥା ଗୁଡ଼ିକ ନିଜ ଇଚ୍ଛାରେ ଚାଷୀଙ୍କୁ ମନାଇ ଜମି ଦଖଲ କରିପାରିବେ।

 

ଆଗକୁ ପଢନ୍ତୁ : ଆକାଶଙ୍କ ସହ ଫ୍ଲାଇଟରେ ଉଡ଼ିଥିଲେ କି? ପ୍ରଶ୍ନରେ ଚିହିଁକି ଉଠିଲେ ଅରୂପ

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos