ନୂଆଦିଲ୍ଲୀ: ଆପଣଙ୍କର ଆୟ ଯଦି ଅଢ଼େଇ ଲକ୍ଷ (୨.୫)ରୁ ଊର୍ଦ୍ଧ୍ୱ ଏବଂ ଆପଣଙ୍କ ଆଧାର ଓ ପାନ୍ ତଥ୍ୟ ଦେଇନାହାନ୍ତି, ଆପଣ ଅଡ଼ୁଆରେ ପଡ଼ିପାରନ୍ତି। ଆପଣଙ୍କ ନିଯୁକ୍ତିଦାତା ଆପଣଙ୍କ ଦରମାରୁ ୨୦% ଟିଡିଏସ୍ ଆକାରରେ କାଟିନେବେ। ଆୟକର ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।
ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ଏହି ନିୟମ ପ୍ରଣୟନ କରିଥିଲା। ଏହା ଗତ ୧୬ ତାରିଖରୁ ଲାଗୁ କରାଯାଇଛି। ଏହା ଅଢ଼େଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ କରୁଥିବା ଲୋକଙ୍କ ପାଇଁ ଲାଗୁ ହେବ।
ଟିଡିଏସ୍ ପେମେଣ୍ଟ ଏବଂ ରାଜସ୍ୱ ଉପରେ ନଜର ରଖିବା ପାଇଁ ଏହି ନିୟମ କରାଯାଇଛି। ୨୦୧୮-୧୯ରେ ଏହି ସେଗମେଣ୍ଟରୁ ୩୭% ରେଭେନ୍ୟୁ ବା ରାଜସ୍ୱ ମିଳିଥିଲା। ୮୬ ପୃଷ୍ଠା ବିଶଷ୍ଟ ସର୍କୁଲାରରେ ସିବିଡିଟି ପକ୍ଷରୁ କୁହାଯାଇଛି, ଧାରା ୨୦୬-ଏଏ ଅନୁଯାୟୀ କର୍ମଚାରୀମାନେ ପାନ୍ ଓ ଆଧାର ତଥ୍ୟ ଦେବାକୁ ବାଧ୍ୟ। ଯଦି ଏପରି କରିବାରେ କର୍ମଚାରୀ ବିଫଳ ହୁଅନ୍ତି ତେବେ ତାଙ୍କ ଦରମାର ଟିକସ ଦର ବା ୨୦% ବା ତାଠାରୁ ଊର୍ଦ୍ଧ୍ୱ ଟଙ୍କା କଟାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Business
ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO
୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।