Advertisment

ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା: ମନ୍ତ୍ରୀ

ସେପ୍ଟେମ୍ବର ୧୭ରେ ନାମିବିଆରୁ ଆଠଟି ଚିତା ଅଣାଯାଇଥିଲା।

author-image
Tapas Behera
Cheetah

Cheetah

ଆସନ୍ତା ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଆସିବେ। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ଏହା କହିଛନ୍ତି। ଉଚ୍ଚାଭିଳାଷୀ ଚିତା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆଠଟି ଚିତା ଅଣାଯାଇଥିଲା।

Advertisment

ବର୍ତ୍ତମାନ କୁନୋରେ ଥିବା ଆଠଟି ଚିତା ପ୍ରତି ତିନି-ଚାରି ଦିନରେ ଗୋଟିଏ ଶିକାର କରୁଥିବା ଏବଂ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଅଧିକାରୀମାନେ କହିଛନ୍ତି। ବିଶ୍ୱର ୭୦୦୦ ଚିତା ମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ବୋତସ୍ୱାନା ରେ ବାସ କରନ୍ତି। ଆସିବାକୁ ଥିବା ୧୨ଟି ଚିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦକ୍ଷିଣ ଆଫ୍ରିକାରୁ ୮ ହଜାର ୨୫୦ କିଲୋମିଟର ଅତିକ୍ରମ କରି ଚିତାଗୁଡ଼ିକୁ ଭାରତ ଅଣାଯିବ ।

ଏସବୁ ଚିତାକୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ । ଏହା ଦ୍ୱାରା ଦେଶରେ ମୋଟ୍ ଚିତା ସଂଖ୍ୟା ୨୦ରେ ପହଞ୍ଚିବ । ପୂର୍ବରୁ ୮ ଚିତା ନାମିବ୍ୟାରୁ ଭାରତ ଆସିଥିଲେ । ଦକ୍ଷିଣ ଆଫ୍ରିକାରୁ ଆସୁଥିବାରୁ ଚିତା ଶୁକ୍ରବାର ସଂଧ୍ୟାରେ ନୂଆ ଠିକଣା ଅଭିମୁଖେ ଯାତ୍ରା କରିବେ । ଶନିବାର ସକାଳେ ମଧ୍ୟପ୍ରଦେଶ ଗ୍ୱାଲିୟରସ୍ଥିତ ବାୟୁସେନା ଘାଟିରେ ପହଞ୍ଚିବେ । ଏହାର ୩୦ ମିନିଟ୍ ପରେ ହେଲିକପ୍ଟର ଯୋଗେ ପ୍ରାୟ ୧୬୫ କିଲୋମିଟର ଦୂର କୁନୋ ପାର୍କକୁ ନିଆଯିବ । ପୂର୍ବାହ୍ନ ୧୨ଟାରେ ପାର୍କରେ ପହଞ୍ଚିବା ପରେ ଅଧଘଣ୍ଟା ପରେ ସେମାନଙ୍କୁ ସଙ୍ଗରୋଧ କରାଯିବ ପାର୍କରେ ୧୨ଟି ଚିତା ପାଇଁ ୧୦ଟି ବାଡ଼ ସ୍ଥାପନ କରାଯାଇଛି ।

Advertisment
India