Advertisment

ଛତିଶଗଡ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱ ଭୂଷଣ ହରିଚନ୍ଦନ

ରାୟପୁରର ରାଜଭବନରେ ଏକ ଭବ୍ୟ ସମାରୋହରେ ବିଶ୍ୱ ଭୂଷଣ ଶପଥ ଗ୍ରହଣ କରିଛନ୍ତି।

author-image
Tapas Behera
undefined

biswa bhusan harichandan

ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଛତିଶଗଡର ନବମ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଧାନୀ ରାୟପୁରର ରାଜଭବନରେ ଏକ ଭବ୍ୟ ସମାରୋହରେ ବିଶ୍ୱ ଭୂଷଣ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ୱାମୀ ରାଜ ଭବନର ଦରବାର ହଲରେ ଶ୍ରୀ ହରିଚନ୍ଦନଙ୍କୁ ଶପଥ ପାଠ କରାଇଥିଲେ। ରାଜ୍ୟପାଳ ହରିଚନ୍ଦନ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ।

Advertisment

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜ୍ୟ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ , ଛତିଶଗଡ ବିଜେପି ସଭାପତି ଅରୁଣ ସାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ, ରାଜ୍ୟସଭାରେ ବିରୋଧୀ ଦଳର ନେତା ନାରାୟଣ ଚାନ୍ଦେଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ହରିଚନ୍ଦନ ୨୪ ଜୁଲାଇ ୨୦୧୯ରୁ ୨୨ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଓ୍ୱିକିଙ୍କ ପରେ ହରିଚନ୍ଦନ ଏହି ମର୍ଯ୍ୟଦାଜନକ ପଦରେ ଅଭିଷିକ୍ତ ହୋଇଛନ୍ତି। ଅନୁସୂୟା ଓ୍ୱିକି ବଦଳି ହୋଇ ମଣିପୁର ରାଜ୍ୟପାଳ ଭାବେ ଗତକାଲି ଶପଥ ନେଇଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନ ୧୯୩୪ ଅଗଷ୍ଟ ୩ରେ  ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ରାଜନୀତିର ପରିଚିତ ଚେହେରା ବିଶ୍ୱଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ ହୋଇ ଜେଲ ଯାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଭୁବନେଶ୍ୱର ଆସନରୁ ୩ଥର ଏହିଭଳି ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ହରିଚନ୍ଦନ ବିଭିନ୍ନ ସରକାରରେ ବରିଷ୍ଠ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ପ୍ରଥମ ଥର ଗୃହକୁ ନିର୍ବାଚିତ ହେବା ପରେ ୧୯୭୭ରେ ସେ ଖାଦ୍ୟଯୋଗାଣ, ଆଇନ, ଶ୍ରମ ଓ ନିଯୁକ୍ତି, ସଂସ୍କୃତି ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଶ୍ରୀ ହରିଚନ୍ଦନ ଆଇନ, ମତ୍ସ୍ୟ ଓ ପଶୁସଂପଦ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା ଓ ମାନସୀ ଭଳି ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

Advertisment
India