ଚୀନ୍ ସୀମାରେ ଏଲଏସିରେ ଅଭ୍ୟାସ ବେଳେ ବଡ଼ ଅଘଟଣ। ଜମ୍ମୁ କଶ୍ମୀର ଲଦାଖରେ ନଦୀରେ ବୁଡ଼ିଲା ଭାରତୀୟ ସେନାର ଟ୍ୟାଙ୍କ। ଫଳରେ ଏଥିରେ ୫ ଜଣ ଯାବାନରେ ସହିଦ ହୋଇଥିବା ସୂଚନା ମିଳିଛି।
ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ମୃତକଙ୍କ ଭିତରେ ଅଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
There were five soldiers in the tank at the time of the incident including one JCO and 4 Jawans. One person has been located while the search for others is still going on: Defence Officials
— ANI (@ANI) June 29, 2024
କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଟାଙ୍କଟି ହେଉଛି T-72। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ୟାଙ୍କ ଏକ ଟ୍ରେନିଂ ମିଶନରେ ଥିଲା, ଯେଉଁଥିରେ ଏକ ନଦୀ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଗତ ରାତି ଗୋଟାଏ ବେଳେ ଦୌଲତ ବେଗ ଓଲଡି ଅନ୍ତର୍ଗତ ବୋଧି ନଦୀରେ ବୁଡ଼ି ଯାଇଥିଲା ସେନାର ଗୋଟିଏ T-72 ଟ୍ୟାଙ୍କ। ସେନା ପକ୍ଷରୁ ବୋଧି ନଦୀରେ ଅଭ୍ୟାସ ଚାଲିଥିଲା। ଏତିକି ବେଳେ ହଠାତ୍ ମାଡି ଆସିଥିଲା ପାଣି। ବଢି ପାଣିରେ ବୁଡ଼ି ଯାଇଥିଲା T-72 ଟ୍ୟାଙ୍କ। ଏହି ଟ୍ୟାଙ୍କରେ ୫ ଜଣ ଯବାନ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।