ବିଜେଡିର ନିର୍ବାଚନ ଖର୍ଚ୍ଚ ୨୨୮ କୋଟି, ବଢ଼ିଛି ୧୮୦୦%

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୯ ସାଧାରଣ ନିର୍ବାଚନରେ ୨୨୭ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନବେଳେ ଦଳକୁ ବିଭିନ୍ନ ମାଧ୍ୟମରେ ମୋଟ ୭୪.୭୦କୋଟି ଟଙ୍କାର ଚାନ୍ଦା ମିଳିଛି। ତେବେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ୧୨.୬୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏଥର ପ୍ରାୟ ୧୮୦୦% ଅଧିକ ଅର୍ଥ ଖର୍ଚ୍ଚ କରିଛି। ବିଜେଡି ଚଳିତ ନିର୍ବାଚନ ଜିତିବା ପାଇଁ ହାତଖୋଲା ଅର୍ଥ ଖର୍ଚ୍ଚ କରିଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ିଛି। […]

naveen

naveen

Manoranjan Sial
  • Published: Thursday, 05 September 2019
  • Updated: 05 September 2019, 06:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୯ ସାଧାରଣ ନିର୍ବାଚନରେ ୨୨୭ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନବେଳେ ଦଳକୁ ବିଭିନ୍ନ ମାଧ୍ୟମରେ ମୋଟ ୭୪.୭୦କୋଟି ଟଙ୍କାର ଚାନ୍ଦା ମିଳିଛି। ତେବେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ୧୨.୬୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏଥର ପ୍ରାୟ ୧୮୦୦% ଅଧିକ ଅର୍ଥ ଖର୍ଚ୍ଚ କରିଛି। ବିଜେଡି ଚଳିତ ନିର୍ବାଚନ ଜିତିବା ପାଇଁ ହାତଖୋଲା ଅର୍ଥ ଖର୍ଚ୍ଚ କରିଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ିଛି।

ବିଜେଡିକୁ ଏବେ ୨୫.୭୯ କୋଟି ଟଙ୍କା ବାକି ଶୁଝିବାକୁ ଥିବାବେଳେ ଦଳର ବ୍ୟାଙ୍କ ଆକାଉଣ୍ଟରେ ୮୮.୫୭ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ତେବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ଖର୍ଚ୍ଚ କରିଥିବା ମୋଟ ୨୨୮ କୋଟି ଟଙ୍କା ମଧ୍ୟରୁ ମାତ୍ର ୩୪.୦୫ କୋଟି ଟଙ୍କା ନିଜର ପ୍ରାର୍ଥୀମାନଙ୍କ ନିମନ୍ତେ ଖର୍ଚ୍ଚ କରିଛି। ବାକି ସମସ୍ତ ଅର୍ଥ ଦଳର ଷ୍ଟାର ପ୍ରଚାର, ବିଜ୍ଞାପନ, ପ୍ରଚାର ସାମଗ୍ରୀ, ସାଧାରଣ ସଭା ଓ ର‌୍ୟାଲି, ଏଲଇଡି ଭ୍ୟାନ୍ ଓ ‘ମୋ ଘରେ ନବୀନ-ହୋଲୋଗ୍ରାମ’ ଆଦି ବାବଦରେ ଖର୍ଚ୍ଚ କରିଛି।

ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ପୂର୍ଣ୍ଣାଙ୍ଗ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଅନୁସାରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ ନଗଦ ୧୧୮୨ ଟଙ୍କା ସହ ଦଳର ବ୍ୟାଙ୍କ ଆକାଉଣ୍ଟରେ ମୋଟ ୨୪୧.୬୬ କୋଟି ଟଙ୍କା ଜମା ଥିଲା। ନିର୍ବାଚନ ଅବଧି ମାର୍ଚ୍ଚ ୧୮ରୁ ମେ’ ୨୭ ତାରିଖ ମଧ୍ୟରେ ଦଳକୁ ବିଭିନ୍ନ ସଂସ୍ଥାଠୁ ମୋଟ ୭୪.୭୦ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ମିଳିଛି। ଏଥିରେ ଇଲେକ୍ଟ୍ରୋରାଲ ବଣ୍ଡରେ ୪୪.୫୦ କୋଟି ଟଙ୍କା, ପ୍ରୋଗେସିଭ୍ ଇଲେକ୍ଟ୍ରୋରାଲ ଟ୍ରଷ୍ଟଠୁ ୨୫.୨୮ କୋଟି ଟଙ୍କା, ଏବି ଜେନେରାଲ ଇଲେକ୍ଟ୍ରୋରାଲ ଟ୍ରଷ୍ଟଠୁ ୨ କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ଚେକ୍ ମାଧ୍ୟମରେ ୨.୯୧ କୋଟି ଟଙ୍କା ମିଳିଛି।

ତେବେ ଦଳ ଗତ ନିର୍ବାଚନରେ ଷ୍ଟାର କ୍ୟାମ୍ପେନର ବାବଦରେ ୧୧.୫୨ କୋଟି ଟଙ୍କା, ସୋସିଆଲ ମିଡିଆ ସମେତ ଗଣମାଧ୍ୟମରେ ବିଜ୍ଞାପନ ବାବଦରେ ୭୧.୨୬ କୋଟି ଟଙ୍କା, ହୋର୍ଡିଂ-ପୋଷ୍ଟର ଓ ବ୍ୟାନର ବାବଦରେ ୧୪.୫୮ କୋଟି ଟଙ୍କା, ର‌୍ୟାଲି ଓ ଶୋଭାଯାତ୍ରା ବାବଦରେ ୧୬.୮୬ କୋଟି ଟଙ୍କା, ନବୀନ ମୋ’ ଘରେ ହୋଲୋଗ୍ରାମ ବାବଦରେ ୨୦ କୋଟି ଟଙ୍କା ସମେତ ଅନ୍ୟାନ୍ୟ ପ୍ରଚାର ମାଧ୍ୟମ ପାଇଁ ୪୫.୦୨ କୋଟି ଟଙ୍କା ଖର୍ଚ୍ଚ କରିଛି। ପ୍ରାର୍ଥୀମାନଙ୍କୁ ୩୩.୭୧ କୋଟି ଟଙ୍କା ଆରଟିଜିଏସ୍ ମାଧ୍ୟମରେ ଦେଇଥିବାବେଳେ ସେମାନଙ୍କ ପ୍ରଚାର ନିମନ୍ତେ ବାକି ପ୍ରାୟ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଏତେ ଅର୍ଥ ଖର୍ଚ୍ଚ କରିଥିବା ସତ୍ତ୍ୱେ ଦଳ ପାଖରେ ଏବେ ବି ପ୍ରାୟ ୮୮ କୋଟି ଟଙ୍କା ବଳକା ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos