କାର୍ରୁ ବାହାରିଲା ପୁଳା ପୁଳା ବିଦେଶୀ ମଦ
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କାର୍ ଭିତରୁ ବାହାରିଲା ପୁଳା ପୁଳା ବିଦେଶୀ ମଦ, ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ଆଜି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ଯୋଡ଼ାକୁଦରଠାରେ ହୋଇଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ମଦ ଭର୍ତ୍ତି ଏକ କାର୍ ଜବତ ହୋଇଥିଲା। ଚୋରା ଏବଂ ବେଆଇନ ମଦ ଚାଲାଣ ଅଭିଯୋଗରେ ରାଉରକେଲା ଜଲଦା ଅଞ୍ଚଳର ଦୁଇଜଣ ମଦ ବେପାରୀ ଅନୀଲ କୁମାର ସାହୁ , ପ୍ରମୋଦ କୁମାର ସନ୍ୟାଲ ଏବଂ ଜଡାକୁଦର ଅଂଚଳର ରାଏନା ହାରୋଙ୍କୁ ଗିରଫ କରାଯାଇଛି।
କାର୍ରେ ୧୪୦ ପେଟିରେ ୧୨୬୦ ଲିଟରର ବିଦେଶୀ ମଦ ଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ମଦ ବେପାରୀଙ୍କ ନାମରେ ପୂର୍ବରୁ ମଧ୍ୟ ଚୋରା ମଦ କାରବାରରେ ସମ୍ପୃକ୍ତି ମାମଲା ରହିଛି। ଏହି ଚୋର ମଦ କାରବାର କରୁଥିବା ବେପାରୀମାନେ ନିୟମିତ ଭାବେ ଝାଡ଼ଖଣ୍ଡ , ଏବଂ ଛତିଶଗଡ଼ରୁ ମଦ ଆଣି ଓଡ଼ିଶାରେ ବିକ୍ରି କରୁଥିବା ଜଣା ପଡିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।