ନୂଆ ଏବେ ବିଜେଡି ତୁଣ୍ଡ, ପୁରୁଣାମାନେ ହେଲେ ଭାଣ୍ଡ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପ୍ରାୟ ବର୍ଷକରୁ କମ୍ ବ୍ୟବଧାନରେ ବିଜେଡି ପୁଣିଥରେ ନିଜର ମିଡିଆ ଟିମର ପୁନର୍ଗଠନ କରିଛି। ୨୯ ଜଣିଆ ମିଡିଆ ଟିମରେ ହାତଗଣତି ୪-୫ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ନବାଗତ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳର ଇତିହାସ-ଭୂଗୋଳ ସହ ଜଡ଼ିତ ନଥିବା ଜଣାପଡ଼ିଛି। ଗଣମାଧ୍ୟମରେ ଦୀର୍ଘବର୍ଷର ଅଭିଜ୍ଞତା ଥିବା ଗିରିଧାରୀ ମହାନ୍ତିଙ୍କୁ ଦଳର ଜାତୀୟ ମୁଖପାତ୍ର ପଦରୁ ବିଦା କରାଯାଇଥିବାବେଳେ ପ୍ୟାନେଲିଷ୍ଟ ତାଲିକାରେ ଏଭଳି ନେତାମାନଙ୍କୁ ସ୍ଥାନ ମିଳିଛି ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ […]

bjd

bjd

Manoranjan Sial
  • Published: Wednesday, 04 September 2019
  • Updated: 04 September 2019, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପ୍ରାୟ ବର୍ଷକରୁ କମ୍ ବ୍ୟବଧାନରେ ବିଜେଡି ପୁଣିଥରେ ନିଜର ମିଡିଆ ଟିମର ପୁନର୍ଗଠନ କରିଛି। ୨୯ ଜଣିଆ ମିଡିଆ ଟିମରେ ହାତଗଣତି ୪-୫ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ନବାଗତ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳର ଇତିହାସ-ଭୂଗୋଳ ସହ ଜଡ଼ିତ ନଥିବା ଜଣାପଡ଼ିଛି। ଗଣମାଧ୍ୟମରେ ଦୀର୍ଘବର୍ଷର ଅଭିଜ୍ଞତା ଥିବା ଗିରିଧାରୀ ମହାନ୍ତିଙ୍କୁ ଦଳର ଜାତୀୟ ମୁଖପାତ୍ର ପଦରୁ ବିଦା କରାଯାଇଥିବାବେଳେ ପ୍ୟାନେଲିଷ୍ଟ ତାଲିକାରେ ଏଭଳି ନେତାମାନଙ୍କୁ ସ୍ଥାନ ମିଳିଛି ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ସମ୍ପୂର୍ଣ୍ଣ ନବାଗତ। ବିଜେଡିର ଏହି ତାଲିକାକୁ ନେଇ ଏବେ ଦଳ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ୨୯ ଜଣିଆ ମିଡିଆ ଟିମରେ ୬ ଜଣ ସାଂସଦ ଓ ମାତ୍ର ୩ ଜଣ ବିଧାୟକଙ୍କୁ ସ୍ଥାନ ମିଳିଛି। ଦଳର ଜାତୀୟ ମୁଖପାତ୍ର ଟିମରେ ୪ ଜଣ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଲୋକସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ ସତ୍ୟନାରାୟଣ ସାହୁ ସାମିଲ ଅଛନ୍ତି। ତେବେ ଜାତୀୟ ମୁଖପାତ୍ର ଟିମରେ ଥିବା ଅମର ଓ ସତ୍ୟ ନାରାୟଣଙ୍କ ସଂପର୍କ ବେଶି ଦିନର ନୁହେଁ। ଏମାନେ ପ୍ରାୟ ବର୍ଷେ ତଳେ ଦଳରେ ମିଶିଛନ୍ତି। ସସ୍ମିତଙ୍କୁ ଛାଡ଼ିଲେ ଜାତୀୟ ଟିମରେ ଥିବା ବାକି ନେତାମାନେ ସହଜରେ ଉପଲବ୍ଧ ମଧ୍ୟ ହୁଅନ୍ତି ନାହିଁ। ଦଳ ପ୍ରଥମଥର ପାଇଁ ଜାତୀୟ ମୁଖପାତ୍ର ଭାବେ ୫ ଜଣଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି। ସେହିପରି ରାଜ୍ୟ ବ୍ୟାପାରରେ ମୁଖପାତ୍ର ଟିମରେ ଥିବା ୧୪ ଜଣଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅଣଦେଖା ହୋଇଥିବା ପ୍ରଶାନ୍ତ ନନ୍ଦଙ୍କ ସମେତ ଦେବୀ ଓ ପ୍ରତାପଙ୍କୁ ହିଁ ପୁଣିଥରେ ସ୍ଥାନ ମିଳିଛି।

ପୂର୍ବରୁ ଦଳର ମିଡିଆ ପ୍ୟାନେଲିଷ୍ଟ ଥିବା ବ୍ୟୋମକେଶ ରାୟ, ସୁବାସ ସିଂହ ଓ ସୁଲତା ଦେଓଙ୍କୁ ଏଥର ମୁଖପାତ୍ର ଭାବେ ସ୍ଥାନ ମିଳିଛି। ତେବେ ଗତବର୍ଷ ଅକ୍ଟୋବର ମାସରେ ମୁଖପାତ୍ର ଭାବେ ସ୍ଥାନ ପାଇଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବାଶୀଷ ସାମନ୍ତରାୟ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ନନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଏଥର ବାଦ୍ ଦିଆଯାଇଥିବାବେଳେ ଅମର ଶତପଥୀ, ଶଶିଭୂଷଣ ବେହେରା ଓ ସଞ୍ଜୟ ଦାସବର୍ମାଙ୍କ ଭଳି ଦଳର ଆଗଧାଡ଼ିର ନେତାଙ୍କୁ ବି ସ୍ଥାନ ମିଳିନି। ଯଦିଓ ଏହି ନେତାମାନେ ଗଣମାଧ୍ୟମ ସହ ସୁସମ୍ପର୍କ ରଖି ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ଓ ଗଣମାଧ୍ୟମ ସହଜରେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କଠୁ ଦଳର ମତାମତ ପାଇ ପାରୁଥିଲା।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଦଳର ଯେଉଁ ୧୦ ଜଣ ନେତାଙ୍କୁ ଏବେ ମିଡିଆ ପ୍ୟାନେଲିଷ୍ଟ ତାଲିକାରେ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରୁ କେବଳ ମିହିର ମହାନ୍ତିଙ୍କୁ ବାଦ୍ ଦେଲେ ଅନ୍ୟମାନେ ପ୍ରାୟତଃ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ସେତେଟା ଅଭିଜ୍ଞ ନୁହଁନ୍ତି। ମିଡିଆ ସଂଯୋଜକ ଦାୟିତ୍ୱରେ ଥିବା ସାଂସଦ ସସ୍ମିତ ପାତ୍ରଙ୍କ ମାଧ୍ୟମରେ ହିଁ ସେମାନେ ପରିଚାଳିତ ହେବେ ବୋଲି ସ୍ପଷ୍ଟ ସନ୍ଦେଶ ଦିଆଯାଇଛି।

ଏହି ମିଡିଆ ଟିମରେ ଜଣେ ବି ମନ୍ତ୍ରୀଙ୍କୁ ସାମିଲ କରାଯାଇନଥିବା ବେଳେ ଦଳର ସାଧାରଣ ସମ୍ପାଦକ(ମିଡିଆ ବ୍ୟାପାର) ମାନସ ମଙ୍ଗରାଜଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ତା’ଛଡ଼ା ରାଜ୍ୟ ସ୍ତରରେ ମୁଖପାତ୍ର ଭାବେ ବରିଷ୍ଠ ନେତା ପ୍ରତାପ ଦେବ, ଦେବୀ ମିଶ୍ର ଓ ପ୍ରଶାନ୍ତ ନନ୍ଦଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ଗଣମାଧ୍ୟମରେ କୌଣସି ପ୍ରସଙ୍ଗରେ ମତାମତ ଦେବା ପାଇଁ ତାଙ୍କୁ ଏବେ ନିଜଠୁ ବହୁ କନିଷ୍ଠ ତଥା ମିଡିଆ ସଂଯୋଜକ ସସ୍ମିତ ପାତ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ‘ଆଲୋ ସଖି ଆପଣା ମହତ ଆପେ ରଖି’ ନ୍ୟାୟରେ ଏହି ନେତାମାନେ ଗଣମାଧ୍ୟମରେ ବୟାନ ଦେବାରୁ ନିଜକୁ ବିରତ ରଖିବେ। କାରଣ ଦଳର ଯେକୌଣସି ପ୍ରସଙ୍ଗରେ ଗଣମାଧ୍ୟମକୁ କ’ଣ ବୟାନ ଦିଆଯିବ ତାହା କେବଳ ସସ୍ମିତଙ୍କ ପାଖକୁ ତୃତୀୟ ମହଲାରୁ ଆସିବ ବୋଲି ଏହି ନବଘୋଷିତ ତାଲିକାରୁ ଜଳଜଳ ଜଣାପଡ଼ୁଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story