ପିସିସି ସାଂଗଠନିକ କାର୍ଯ୍ୟକ୍ରମ ନେଇ ନିରଞ୍ଜନ-ଜିତେନ୍ଦ୍ର ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସର ବିପର୍ଯ୍ୟସ୍ତ ସ୍ଥିତି ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦଳର ଗୋଟିଏ ବୃହତ୍ ଗୋଷ୍ଠୀ ଖୋଲାଖୋଲି ସମାଲୋଚନା ଓ ବିରୋଧ କରୁଥିବାବେଳେ ଖୁବଶୀଘ୍ର ସାଂଗଠନିକ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ନିମନ୍ତେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ପିସିସି ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ଓ […]

niranjan

niranjan

Manoranjan Sial
  • Published: Saturday, 14 September 2019
  • Updated: 14 September 2019, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସର ବିପର୍ଯ୍ୟସ୍ତ ସ୍ଥିତି ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦଳର ଗୋଟିଏ ବୃହତ୍ ଗୋଷ୍ଠୀ ଖୋଲାଖୋଲି ସମାଲୋଚନା ଓ ବିରୋଧ କରୁଥିବାବେଳେ ଖୁବଶୀଘ୍ର ସାଂଗଠନିକ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ନିମନ୍ତେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ପିସିସି ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ଓ ଜିତେନ୍ଦ୍ରଙ୍କ ମଧ୍ୟରେ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସାଂଗଠନିକ କାର୍ଯ୍ୟକ୍ରମ ଓ ଦଳର କିଛି ବିଶୃଙ୍ଖଳିତ ନେତାମାନଙ୍କ ଆଚରଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ନିରଞ୍ଜନ ଓଡ଼ିଶା ଫେରି ଖୁବଶୀଘ୍ର ଦଳର ଦୁଇ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସମେତ ବରିଷ୍ଠ ନେତାମାନଙ୍କ ଏକ ବୈଠକ ଡାକି ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରିବେ।

ରାଜ୍ୟରେ ଆସନ୍ତା ୨୦ରୁ ୩୦ତାରିଖ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ଓ ବ୍ଲକସ୍ତରୀୟ ନେତାମାନଙ୍କ ସମେତ ପିସିସି ସଭ୍ୟମାନେ ସାମିଲ ହେବେ। ଏହି ପିସିସି ପ୍ରତିନିଧି କର୍ମଶାଳାରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ବିଷୟରେ ଆଲୋଚନା ହେବ।

ଏହାପରେ ଦଳ ପକ୍ଷରୁ ଅକ୍ଟୋବର ୨ରୁ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପଦଯାତ୍ରା ଆୟୋଜନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଅକ୍ଟୋବରରେ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ବୁଥସ୍ତରରେ ନୂଆ ସଭ୍ୟ ସଂଗ୍ରହ ଉପରେ ଦଳ ଏଥର ଗୁରୁତ୍ୱ ଦେବ। ତେବେ କେବେଠୁ ଏହି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ସେ ନେଇ ଦଳର ନେତାମାନଙ୍କ ସହ ଆଲୋଚନା ପରେ ତାରିଖ ଧାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏସବୁ ବ୍ୟତୀତ ଏଆଇସିସିର ନିର୍ଦ୍ଦେଶରେ ଅକ୍ଟୋବର ୧୫ରୁ ୨୫ତାରିଖ ମଧ୍ୟରେ ରାଜ୍ୟବ୍ୟାପୀ କେନ୍ଦ୍ରର ଏନଡିଏ ସରକାରର ବିଭିନ୍ନ ନୀତି ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଏହା ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ।
ଏସବୁ ପ୍ରସଙ୍ଗ ବ୍ୟତୀତ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ ଗଣମାଧ୍ୟମରେ ଦେଇଥିବା ବୟାନ ପାଇଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story