ଓଡ଼ିଶା ଆକାଶରେ ଧୂମକେତୁ; ନାଁ ରହିଛି C-2022-E3

ଜାନୁଆରୀ ୩୦, ୩୧ ଓ ଫେବ୍ରୁଆରୀ ୧ ଓ ୨ ତାରିଖରେ ଏହାକୁ ଖାଲି ଆଖିରେ ଦେଖାଦେଇପାରେ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

C-2022-E3 PhotoRakesh Roul

ଓଡ଼ିଶା ଆକାଶରେ ଦେଖାଯାଉଥିବା ଧୂମକେତୁ

Manoranjan Sial
  • Published: Tuesday, 24 January 2023
  • Updated: 24 January 2023, 07:10 PM IST

Sports

Latest News

ଆକାଶରେ ଦେଖାଦେଲା ଧୂମକେତୁ। ନାଁ ତା’ର ରହିଛି C-2022-E3। ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଏହି ଧୂମକେତୁ ଦେଖା ହେଉଛି। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୫୦ ହଜାର ବର୍ଷ ପରେ ଏହି ଧୂମକେତୁଟି ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହୋଇଥିବାରୁ ଏହା ଦୃଶ୍ୟମାନ ହେଉଛି। ସେହିପରି ଜାନୁଆରୀ ୩୦, ୩୧ ଓ ଫେବ୍ରୁଆରୀ ୧ ଓ ୨ ତାରିଖରେ ଏହାକୁ ଖାଲି ଆଖିରେ ଦେଖାଦେଇପାରେ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଭାଇରାଲ ହେଉଥିବା ଫଟୋଟି ଫଟୋଗ୍ରାଫର ରାକେଶ ରାଉଳ ନିଜ ଟେଲି ଲେନସରେ କଏଦ ହୋଇଛି। 

ଆକାଶରେ ଦୃଶ୍ୟମାନ ହେଉଥିବା ଧୂମକେତୁକୁ ନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ଯେଉଁ ଧୂମକେତୁ ଦେଖାଦେଉଛି, ତା’ର ନାଁ ହେଉଛି C/2022-E3। ଯେତେବେଳେ ଗୋଟିଏ ଧୂମକେତୁ ଆବଷ୍କାର ହୋଇଥାଏ, ପ୍ରଥମେ ତାକୁ କ୍ୟାଟେଗୋରୀ A, B, C କରାଯାଇଥାଏ। ସେହି ଦୃଷ୍ଟିରୁ ଏହି ଧୂମକେତୁକୁ ପ୍ରଥମେ C ଦିଆଯାଇଛି। ଯେହେତୁ ଏହା ୨୦୨୨ ମସିହାରେ ଆବିଷ୍କୃତ ହୋଇଥିଲା, ସେଥିପାଇଁ C-୨୦୨୨ ରଖାଯାଇଛି। E3 ହେଉଛି ଗୋଟିଏ ନମ୍ୱର। E3ର ଅର୍ଥ ହେଉଛି, ସେହି ମାସ କେତୋଟି ଧୂମକେତୁ ଆବିଷ୍କୃତ ହୋଇଛନ୍ତି। ତା’ ହାଛଡ଼ା ଯେଉଁ ବୈଜ୍ଞାନିକ ବା ଅନୁଷ୍ଠାନ ଆବିଷ୍କାର କରିଥାଆନ୍ତି, ତା’ର ନାଁଟି ମଧ୍ୟ ଯୋଡ଼ି ଦିଆଯାଇଥାଏ। ଯେମିତି ଏହି ଧୂମକେତୁ ସହିତ ଯୋଡ଼ି ଦିଆଯାଇଛି ZWT। ZWT ହେଉଛି ଗୋଟିଏ ସଂସ୍ଥା, ଯିଏ ଏହି ଧୂମକେତୁକୁ ଆବିଷ୍କାର କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

Also Read

ସେ ଆହୁରି କହିଛନ୍ତି, ଜାନୁଆରୀ ଶେଷ ଓ ଫେବ୍ରୁଆରୀ ୧ ବା ୨ ତାରିଖ ବେଳକୁ ଏହି ଧୂମକେତୁ ଖାଲି ଆଖିରେ ଦେଖାଯିବ। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଦୂରବେକ୍ଷଣ ଯନ୍ତ୍ର ବା ବଡ଼ ବାୟାନୋକୋଲାର ସାହାଯ୍ୟରେ ଦେଖି ହେଉଛି। ଉତ୍ତର-ପୂର୍ବ ଆକାଶ, ଯେଉଁଠି ଆକାଶ ପୂରା ଆଲୋକମୁକ୍ତ ରହିଛି, ସେହି ସବୁ ଅଞ୍ଚଳକୁ ଅନାଇଲେ ଦେଖାଯିବ। ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ସ୍ପଷ୍ଟ ଭାବେ ଦେଖାଯିବାର ସମ୍ଭାବନା ରହିଛି। ଯେତେବେଳେ ତାର ମ୍ୟାଗ୍ନିଚ୍ୟୁଟ୍‌ ୬ ପାଖାପାଖି ରହିବ। ଯଦି ଖାଲି ଆଖିରେ ଦେଖାଯିବ, ତା’ହେଲେ ୪ରୁ ୫ ଘଣ୍ଟା ଧରି ଦେଖାଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

ଧୂମକେତୁ ସମ୍ପର୍କରେ ପ୍ରଚାର ହେଉଥିବା ଗୁଜବକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରତିବର୍ଷ ୨୦ରୁ ୨୫ଟି ଧୂମକେତୁ ପୃଥିବୀର ନିକଟତର ହୋଇଥାଆନ୍ତି। ସେମାନେ ଯେତେବେଳେ ସୂର୍ଯ୍ୟ ନିକଟର ହୁଅନ୍ତି, ସେତେବେଳେ ତାଙ୍କର ଗୋଟିଏ ବଡ଼ ଲାଞ୍ଜ ସୃଷ୍ଟି ହୋଇଥାଏ। ଆଉ ଧୂମକେତୁ ଗୁଡ଼ିକ ଆକାର ଛୋଟ ହୋଇଥିବାରୁ ସବୁବେଳେ ଖାଲି ଆକାଶରେ ଦେଖାଦିଅନ୍ତି ନାହିଁ। 

ଯେଉଁ ଗୁଡ଼ିକ ପୃଥିବୀର ନିକଟର ହୁଅନ୍ତି ଓ ସେମାନଙ୍କ ଆକାର ବଡ଼ ହୋଇଥାଏ, ସେମାନେ ଖାଲି ଆଖିରେ ଦେଖାଦିଅନ୍ତି। ଯେମିତି ୨୦୦୫ ମସିହାରେ ହାଲ୍‌ବପ୍‌ ନାମକ ଗୋଟିଏ ଧୂମକେତୁକୁ ଖାଲି ଆଖିରେ ଦେଖାଦେଇଥିଲା। ସେହିପରି ୨୦୨୦ ମସିହାରେ ନ୍ୟୁଆଇଜ୍‌ ନାମକ ଏକ ଧୂମକେତୁ ଦେଖାଦେଇଥିଲା। ଏବେ ଦେଖାଦେଉଥିବା ଧୂମକେତୁ ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ ୫୦ ହଜାର ବର୍ଷ ନେବ। ତା’ର ଅର୍ଥ ଏହି ଧୂମକେତୁ ୫୦ ହଜାର ବର୍ଷରେ ଥରେ ଦେଖାଦେଇଥାଏ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story