ସାଲେପୁର: କଟକ ଜିଲ୍ଲା ସାଲେପୁର ଆଜାଦ୍ ବଜାରର ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ ଅଭିଯୋଗ ପରେ ଆରମ୍ଭ ହୋଇଛି ପୋଲିସ ଖୋଳତାଡ଼। ବିଧିବଦ୍ଧ ଭାବେ ଥାନାରେ ଏତଲା ଦାୟର ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତନାଘନା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ଆକ୍ରମଣର କାରଣ ଏବଂ ଅଭିଯୁକ୍ତ ସଂପର୍କରେ କୌଣସି ଟେର୍ ପାଇନି ପୋଲିସ। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ସଂପୃକ୍ତ ଯୁବତୀ ଜଣକ କମ୍ପ୍ୟୁଟର୍ କ୍ଲାସ୍ ଯାଉଥିବାବେଳେ ଏକ ଯୁବକ ବାଇକ୍ରେ ଆସି ତାଙ୍କ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲା। ଫଳରେ ଯୁବତୀଙ୍କ ବେକ, ଗାଲ ଓ ଦୁଇ ହାତ ପୋଡିଯାଇଥିବା ଜଣାପଡ଼ିଛି। ତାଙ୍କୁ ବର୍ତ୍ତମାନ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜୁବାବୁଙ୍କୁ ଭୁଲିଗଲା ବିଜେଡି: ଭୟରେ ଆତ୍ମସର୍ମପଣ, କାହିଁକି ସାମର୍ଥ୍ୟ ଦେଖାଇପାରିଲାନି ଦଳ
ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ଓ ୯୦ ପ୍ରତିଶତ ପଂଚାୟତସମିତି ଓ ୭୫ ପ୍ରତିଶତରୁ ଅଧିକ ପଂଚାୟତକୁ ନିଜ ଦଖଲରେ ରଖିଥିବା ବିଜେଡି ଗୁରୁବାର ସମ୍ପୂର୍ଣ୍ଣ ଭାବେ ବିଜେପି ସରକାର ପାଖରେ ଆତ୍ମସର୍ମପଣ କରିଛି । ବିଜୁଙ୍କ ଆଦର୍ଶ କଥା କହି ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥାରୁ ବିଜୁ ପଟ୍ଟନାୟକଙ୍କ ସବୁ ଛାପ ହଟାଇ ଦେବାକୁ ବିଜେପି ସରକାର କରିଥିବା ରଣନୀତିକୁ ଭେଦ କରିବାରେ ବିଜେଡି ସଫଳ ହୋଇପାରିନି । ଓଲଟା ଦଳ ଅଜଣା ଭୟରେ ଆତ୍ମସର୍ମପଣ କରିଦେଇଛି ।

Politics
ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ: ଏଣିକି ଅଙ୍ଗନୱାଡ଼ି ସୁପରଭାଇଜର ଚାକିରି ପାଇଁ ସ୍ନାତକ ଡିଗ୍ରୀ, ଅନୁସୂଚିତ ଜନଜାତି ବିଭାଗରେ ୨୪ଟି ନୂଆ ପଦବୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅବକାରୀ ବିଭାଗର ୨ଟି ପ୍ରସ୍ତାବ ସମେତ ଜଳସମ୍ପଦ, ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ମହିଳା ଓ ଶିଶୁବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Politics
ପାଣ୍ଡିଆନଙ୍କୁ ନେଇ ପୁଣି ଝଡ଼: ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ , ବିବାଦରେ କୋର ଟିମ୍
ବିଜେଡିର ନିର୍ବାଚନୀ ପରାଜୟ ପରେ ପାଣ୍ଡିଆନ ଓ ତାଙ୍କ ଟିମ୍ (ବବି,ମାନସ ମଙ୍ଗରାଜ ଓ ଅଫିସର ଟିମ)ଙ୍କ ପ୍ରତି ଦଳୀୟ ମହଲରେ ତୀବ୍ର ଆକ୍ରୋଶ ଲାଗି ରହିବାରୁ ଦେବୀ ମିଶ୍ରଙ୍କୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା । ବିଗତ ୯ମାସ ଧରି ଦେବୀ ଦଳର ଆଗଧାଡ଼ିର ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଦେବଙ୍କୁ ଧରି ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ନେତାମାନେ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କ ସହ ସମନ୍ୱୟ ରକ୍ଷା କରି ଦଳକୁ ଏକଜୁଟ ରଖିବାକୁ ପ୍ରୟାସ କରୁଥିବାବେଳେ ପାଣ୍ଡିଆନ-ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ ଯୋଗୁ ବିଜେଡିରେ ଅରାଜକତାର ମାହୋଲ୍ ଥମିବାର ନାଁ ଧରୁନି ।

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Sports
କେଉଁ ଅନଲାଇନ୍ ଗେମ୍ ବୈଧ?
ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି। ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି।