ରେଢାଖୋଲ (ରମାକାନ୍ତ ମହାନନ୍ଦ): ନବବିବାହିତା ମହିଳା ହେଲେ ଲୁଟର ଶିକାର। ମନ୍ଦିରରୁ ଦର୍ଶନ ସାରି ବାହାରୁ ଥିବା ବେଳେ ହଠାତ୍ ଦୁର୍ବୃତ୍ତ ଆସି ମହିଳାଙ୍କ ଠାରୁ ସୁନାଗହଣା ଲୁଟି ନେଇ ଚାଲିଗଲେ। ଆଜି ଏମିତି ଲୁଟ୍ ଦେଖିବାକୁ ମିଳିଛି ରେଢାଖୋଲ ଥାନା ଅନ୍ତର୍ଗତ ମହୁଲମୁଣ୍ଡା ଗାଁରେ।
ଗାଁର ଦିଲ୍ଲୀପ ପ୍ରଧାନ ତାଙ୍କର ନନବିବାହିତା ପତ୍ନୀଙ୍କ ସହ ପାଖରେ ଥିବା କଦଳୀଗଡ଼ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିରରୁ ଦର୍ଶନ ସାରି ଦମ୍ପତି ବାହାରକୁ ଆସିଥିଲେ। ହେଲେ ଏହି ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ ପାଖକୁ ଆସି ବନ୍ଧୁକ ଦେଖାଇ ଥିଲେ। ଦୁର୍ବୃତ୍ତ ବନ୍ଧୁକ ଦେଖାଇ ନବବିବାହିତା ମହିଳାଙ୍କ ଠାରୁ ସୁନା ଗହଣା ଲୁଟି ନେଇଥିଲା।
ମହିଳାଙ୍କ ଠାରୁ ସୁନା ହାର ଲୁଟିବା ପରେ ଦୁର୍ବୃତ୍ତ ବାଇକରେ ସେଠାରୁ ଫେରାର୍ ହୋଇଯାଇଥିଲେ। ଲୁଟର ଶିକାର ହୋଇଥିବା ନବ ଦମ୍ପତି ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ସମ୍ବଲପୁରରେ ସୁନା ଦୋକାନରେ ଫୁଟିଲା ଗୁଳି
ମୋଟ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଦୋକାନ ଭିତରକୁ ପ୍ରବେଶ କରିଥିଲେ।

Miscellaneous
ଆସନ୍ତାକାଲି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା
ସକାଳ ୬ଟା’ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

Miscellaneous
ବୋରୱେଲରେ ଫିଙ୍ଗି ଦିଆଯାଇଥିବା ନବଜାତ ଶିଶୁ ଉଦ୍ଧାର
ପାଖାପାଖି ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳାଯାଇଥିଲା। ପାଣି ନଆସିବାରୁ ଅଧାରେ ବନ୍ଦ ରଖାଯାଇଥିଲା।

Accident
ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଟମାଟୋ ବୋହି ନେଲେ ଲୋକେ
ଦୁର୍ଘଟଣା ହୋଇଥିବା ଟ୍ରକରୁ ସ୍ଥାନୀୟ ଲୋକେ ବସ୍ତା, ବ୍ୟାଗ ଓ ଗାମୁଛାରେ ଟମାଟୋ ବୋହି ନେଇଯାଉ ଥିବା ଦେଖିବା ମିଳିଛି।