Advertisment

ଟ୍ୱିଟରର 'ତଥ୍ୟ ହଟାଇବା' ଅନୁରୋଧକାରୀଙ୍କ ତାଲିକାରେ ୫ମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ନିଜର ସଦ୍ୟତମ ସ୍ୱଚ୍ଛତା ରିପୋର୍ଟ ଜାରି କରିଛି। ଏଥିରୁ ଜଣାପଡ଼ିଛି ଯେ, ସ୍ଥାନୀୟ ନିୟମ ଆଧାରରେ ଟ୍ୱିଟର ଏବଂ ପେରିସ୍କୋପରେ ତଥ୍ୟ ଅପସାରଣ କରିବାକୁ ସର୍ବାଧିକ ଅନୁରୋଧ କରିଥିବା ଦେଶଗୁଡ଼ିକ ତାଲିକାରେ ଭାରତ ୫ମ ସ୍ଥାନରେ ରହିଛି। ୨୦୧୯ ଜୁଲାଇରୁ ଡିସେମ୍ବର ମାସର ତଥ୍ୟ ଉପରେ ଏହି ରିପୋର୍ଟ ଆଧାରିତ। ସୂଚନା ଯେ, ଉକ୍ତ ୬ ମାସ ଅବଧି ଭିତରେ ଟ୍ୱିଟର ନିୟମାବଳୀ କାର‌୍ୟ୍ୟକାରିତା ପରିସଂଖ୍ୟାନ, ଟ୍ୱିଟରରେ ଦେଶଗୁଡ଼ିକ ଦ୍ୱାରା କଣ୍ଟେଣ୍ଟ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଟ୍ୱିଟରର 'ତଥ୍ୟ ହଟାଇବା' ଅନୁରୋଧକାରୀଙ୍କ ତାଲିକାରେ ୫ମ ସ୍ଥାନରେ ଭାରତ

twitter

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ନିଜର ସଦ୍ୟତମ ସ୍ୱଚ୍ଛତା ରିପୋର୍ଟ ଜାରି କରିଛି। ଏଥିରୁ ଜଣାପଡ଼ିଛି ଯେ, ସ୍ଥାନୀୟ ନିୟମ ଆଧାରରେ ଟ୍ୱିଟର ଏବଂ ପେରିସ୍କୋପରେ ତଥ୍ୟ ଅପସାରଣ କରିବାକୁ ସର୍ବାଧିକ ଅନୁରୋଧ କରିଥିବା ଦେଶଗୁଡ଼ିକ ତାଲିକାରେ ଭାରତ ୫ମ ସ୍ଥାନରେ ରହିଛି। ୨୦୧୯ ଜୁଲାଇରୁ ଡିସେମ୍ବର ମାସର ତଥ୍ୟ ଉପରେ ଏହି ରିପୋର୍ଟ ଆଧାରିତ।

Advertisment

ସୂଚନା ଯେ, ଉକ୍ତ ୬ ମାସ ଅବଧି ଭିତରେ ଟ୍ୱିଟର ନିୟମାବଳୀ କାର‌୍ୟ୍ୟକାରିତା ପରିସଂଖ୍ୟାନ, ଟ୍ୱିଟରରେ ଦେଶଗୁଡ଼ିକ ଦ୍ୱାରା କଣ୍ଟେଣ୍ଟ ହଟାଇବା ନେଇ ଆଇନଗତ ଦାବି, କପିରାଇଟ୍ସ ଟେକଡାଉନ ନୋଟିସ୍ ଏବଂ ଆକାଉଣ୍ଟ ତଥ୍ୟ ପ୍ରଦାନ ଭଳି ଅନେକ ମାତ୍ରାରେ ଅନୁରୋଧ ଟ୍ୱିଟର ହସ୍ତଗତ ହୋଇଛି। ତେବେ ଏଭଳି ଅନୁରୋଧ ବିଭିନ୍ନ ଦେଶର ସରକାର, ଆଇନପ୍ରଣୟନକାରୀ ସଂସ୍ଥା ଏବଂ ଟ୍ୱିଟରର ଥାର୍ଡ ପାର୍ଟି ପକ୍ଷରୁ କରାଯାଇଥିବା ଜଣାପଡ଼ିଛି।

ଏହି ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି, ଟ୍ୱିଟରରୁ ସୂଚନା ପାଇବା ପାଇଁ ସର୍ବାଧିକ ଅନୁରୋଧ ଭାରତ ସରକାର କରିଛନ୍ତି। ଟ୍ୱିଟର କହିଛି, ଗତ (୨୦୧୯ ଜାନୁୟାରୀ-ଜୁନ୍) ରିପୋର୍ଟ ତୁଳନାରେ କଣ୍ଟେଣ୍ଟ ହଟାଇବା ନେଇ ବିଶ୍ୱ ସ୍ତରରେ ଆଇନଗତ ଦାବି ଏଥର ପ୍ରାୟ ୪୭% ବୃଦ୍ଧି ଘଟିଛି।

Advertisment

୨୦୧୯ ଜୁଲାଇ-ଡିସେମ୍ବର ମଧ୍ୟରେ ଆକାଉଣ୍ଟ ତଥ୍ୟ ଜାଣିବାକୁ ସାରା ବିଶ୍ୱରୁ ୭୩,୬୫୮ଟି ଅନୁରୋଧ ଟ୍ୱିଟରକୁ ହସ୍ତଗତ ହୋଇଛି, ଯାହାର ୩% ଅର୍ଥାତ ୩,୨୬୪ଟି ଅନୁରୋଧ କେବଳ ଭାରତରୁ କରାଯାଇଛି। ତେବେ ଟ୍ୱିଟର ଏବଂ ପେରିସ୍କୋପରୁ କଣ୍ଟେଣ୍ଟ ଅପସାରଣ କରିବା ବା ହଟାଇବା ଏବଂ ସ୍ଥାନୀୟ ନିୟମ ଆଧାରରେ କଣ୍ଟେଣ୍ଟ ହଟାଇବା ଲାଗି ଅନ୍ୟାନ୍ୟ ଅନୁରୋଧ ମାନ କରିଥିବା ଦେଶଗୁଡ଼ିକ ତାଲିକାରେ ସର୍ବାଗ୍ରେ ଜାପାନ ୪୫%, ରୁଷ୍ ୨୨%, ତୁର୍କୀ ୧୯%, ଦକ୍ଷିଣ କୋରିଆ ୫% ଏବଂ ଭାରତ ୩% ରହିଛି।

ଟ୍ବିଟର କହିଛି, ବିଶ୍ୱ ସ୍ତରରେ ଆକାଉଣ୍ଟ ତଥ୍ୟଭିତ୍ତିକ ଅନୁରୋଧ ୨୧% ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେବେ କେବଳ ଭାରତରୁ ୭୮୯ଟି ଆକାଉଣ୍ଟ ତଥ୍ୟ ଅନୁରୋଧ ଟ୍ୱିଟରକୁ କରାଯାଇଛି। ସେହିପରି ୭୮୨ଟି ଲିଗାଲ କଣ୍ଟେଣ୍ଟ ରିମୁଭାଲ୍ ଅର୍ଥାତ୍ ଆଇନଗତ ବିଷୟବସ୍ତୁ ହଟାଇବା ଅନୁରୋଧ କେବଳ ଭାରତ ପକ୍ଷରୁ କରାଯାଇଛି। ବିଶ୍ୱ ସ୍ତରରେ ଟ୍ୱିଟରକୁ ୨୭,୫୩୮ ଲିଗାଲ କଣ୍ଟେଣ୍ଟ ରିମୁଭାଲ ରିକ୍ୱେଷ୍ଟ କରାଯାଇଥିବା ବେଳେ, ଯାହାର ଅନୁପାତ ହାର ପ୍ରାୟ ୩୪.୭%।

ଟ୍ୱିଟର ଅନୁଯାୟୀ, ଭାରତ ପକ୍ଷରୁ କରାଯାଇଥିବା ଅନୁରୋଧ ମଧ୍ୟରେ ୨୪୧୫ଟି ରୁଟିନ୍ (ବିଶ୍ୱ ସ୍ତରରେ ଏହା ୩୮,୮୩୫), ୩୬୯ଟି ଏମରଜେନ୍ସି (ବିଶ୍ୱ ସ୍ତରରେ ଏହା ୯,୮୭୦) ଏବଂ ୪୮୦ଟି କମ୍ବାଇନଡ୍ (ବିଶ୍ୱ ସ୍ତରରେ ଏହା ୨୪,୯୫୩) ଅନୁରୋଧ ରହିଛି। ୨୭,୦୦ଟି କେବଳ ଲିଗାଲ ଡିମାଣ୍ଡ ରହିଛି ବୋଲି ଟ୍ୱିଟର ପ୍ରକାଶ କରିଛି।

ଉକ୍ତ ଅବଧି ମଧ୍ୟରେ ଟ୍ୱିଟର ୨.୯ ନିୟୁତ କଣ୍ଟେଣ୍ଟକୁ ହଟାଇଥିବା ବେଳେ ୮.୭୨ ଲକ୍ଷ ଆକାଉଣ୍ଟକୁ ରିଭ୍ୟୁ କରି ସସପେଣ୍ଡ୍ କରିଛି। ରିପୋର୍ଟ ଅବଧିରେ ଟ୍ୱିଟରର 'ଘୃଣ୍ୟ ଆଚରଣ ନୀତି' ଉଲ୍ଲଂଘନ କରୁଥିବା ଆକାଉଣ୍ଟ ସଂଖ୍ୟାରେ ୫୪% ବୃଦ୍ଧି ଦେଖିବାକୁ ମିଳିଥିଲା ବୋଲି ଟ୍ୱିଟର କହିଛି। ରିପୋର୍ଟ ଅନୁଯାୟୀ, ଟ୍ୱିଟରର 'ଅପବ୍ୟବହାର ନୀତି'ର ଉଲ୍ଲଂଘନ ପାଇଁ ୯୫% ଅଧିକ ଆକାଉଣ୍ଟ ବିରୁଦ୍ଧରେ ପଦକ୍ଷେପ ନିଆଯାଇଛି।

Twitter India