ବାରୁଦଗଦାରେ ବିଜେଡି, କଡ଼ ଲେଉଟାଇବ କି ୩୦ବର୍ଷ ତଳର ଇତିହାସ

ମେଂଟ ଆଲୋଚନା ଫେଲ୍ ମାରିବା ପରେ ବିଜେଡି ରଣନୀତିକାରଙ୍କୁ ଶକ୍ତ ଧକ୍କା ଲାଗିଛି।

CM PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 25 March 2024
  • Updated: 25 March 2024, 09:26 PM IST

Sports

Latest News

ପ୍ରଥମ ପର୍ଯ୍ୟାୟରେ ୧୮ଜଣ ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି କରି ବିଜେପି ଓଡ଼ିଶାରେ ଏକ ବଡ଼ ଲଢ଼େଇ ପାଇଁ ସଜବାଜ ହେଉଥିବାର ସ୍ପଷ୍ଟ ସଙ୍କେତ ଦେଇଛି। ବିଜେପି ନିଜର ଏହି ହେଭିୱେଟ୍ ନେତାମାନଙ୍କୁ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଏବେ ଶାସକ ବିଜେଡିର ମୁଣ୍ଡବ୍ୟଥା ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଲୋକସଭା ମଇଦାନକୁ ଓହ୍ଲାଇଥିବା ବିଜେପିର ହେଭିୱେଟ୍ ନେତାମାନଙ୍କୁ ଟକ୍କର ଦେବା ପାଇଁ ବିଜେଡି ପାଖରେ ଏବେ ଯୋଗ୍ୟ ପ୍ରାର୍ଥୀଙ୍କ ମରୁଡ଼ି ଦେଖାଦେଇଛି। ବିଶେଷକରି ରାଜ୍ୟତମାମ ଦଳୀୟ ସଂଗଠନରେ ଲାଗି ରହିଥିବା ତୀବ୍ର ଅସନ୍ତୋଷ, ଗୋଷ୍ଠୀକନ୍ଦଳ ଓ ସମାନ୍ତରାଳ ସଂଗଠନ ଯୋଗୁ ବିଜେଡିକୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା ଜଣାପଡ଼ିଛି।

ବିଜେପି ସହ ନିର୍ବାଚନୀ ମେଂଟ କରି ବିଜେଡି ନିଜର ଏହି ସାଂଗଠନିକ ଅସନ୍ତୋଷ ଓ ଛକାପଞ୍ଝାକୁ ଚାପି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା,ମାତ୍ର ଶେଷମୁହୂର୍ତ୍ତରେ ମେଂଟ ଫେଲ୍ ମାରିବାରୁ ବିଜେଡି ରଣନୀତିକାରଙ୍କ ସବୁ ଅଙ୍କ ଏପଟସେପଟ ହୋଇଯାଇଛି। କଟକରୁ କୋରାପୁଟ, ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ସମ୍ବଲପୁର ସବୁଠି ବିଜେଡି ସଂଗଠନର ପୁଞ୍ଜିଭୂତ ଅସନ୍ତୋଷ ଏବେ ବାରୁଦଗଦା ଭଳି ହୋଇଛି। ଖାସ୍ ଏହି କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ପିତା ବିଜୁ ପଟ୍ଟନାୟକଙ୍କ ୧୯୯୫ ମସିହା ନିର୍ବାଚନୀ ଫଳାଫଳ ଦଶା ଭୋଗିବାକୁ ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ମେଂଟ ଆଲୋଚନା ଫେଲ୍ ମାରିବା ପରେ ବିଜେଡି ରଣନୀତିକାରଙ୍କୁ ଶକ୍ତ ଧକ୍କା ଲାଗିଛି। ଆଉ ସେମାନଙ୍କର ସବୁ ଅଙ୍କ ଏପଟସେପଟ ହୋଇଯାଇଛି। ଆଗୁଆ ନିର୍ବାଚନ କଥା କହି ୨୦୨୩ ରଥଯାତ୍ରା ବେଳଠୁ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିବା ବିଜେଡି ଏବେ ବିକଟାଳ ସାଂଗଠନିକ ସ୍ଥିତି ଓ ଦଳୀୟ ଅନ୍ତଃକନ୍ଦଳକୁ ନେଇ ବ୍ୟାକଫୁଟରେ। ଦୀର୍ଘଦିନ ଧରି ସଂଗଠନରେ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶମିତ କରିବା ପାଇଁ କିମ୍ବା ଅସନ୍ତୁଷ୍ଟ ନେତା-କର୍ମୀଙ୍କୁ ବୁଝାଇବା ଦିଗରେ ଦଳ କୌଣସି ଆଖିଦୃଶିଆ କାର୍ଯ୍ୟ କରିନି। ଯେଉଁଥିପାଇଁ ଏବେ ଦଳର ସାଂଗଠନିକ ଅସନ୍ତୋଷ ଏକ ବାରୁଦଗଦା ଭଳି ହୋଇଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ୍ତରାଳ ସଂଗଠନ ଓ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ବିଜେଡି ଏବେ ଭାଗଭାଗ ହୋଇ ରହିଛି।

ବିଜେପି କାନ୍ଧରେ ଲାଉ ହୋଇ ବିଜେଡି ଚଳିତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଥିଲା। ଗତ ଅକ୍ଟୋବର ମାସରୁ ବିଜେଡି ନେତୃତ୍ୱ ରାଜ୍ୟରେ ବିଜେପି ସହ ମେଂଟକୁ ନେଇ ଆଶାବାଦୀ ଥିଲେ। ମାତ୍ର ତାହା ଶେଷମୁହୂର୍ତ୍ତରେ ଫେଲ୍ ମାରିଲା। ଯେଉଁଥିପାଇଁ ଏବେ ବିଜେଡି ନିଜର ଏହି ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଥିବା ଉଗ୍ର କନ୍ଦଳ ଓ ଅସନ୍ତୋଷକୁ ଦୂର କରିବାର କିଛି ବି ଫର୍ମୂଲା ପାଉନଥିବା ଜଣାପଡ଼ିଛି। ଯଦିଓ ଇତିମଧ୍ୟରେ ବିଜେଡି ୧୭ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକର ନେତାମାନଙ୍କୁ ନବୀନ ନିବାସ ଡାକି ସମୀକ୍ଷା କରିଛି। ମାତ୍ର ତାହା କେବଳ ଧର୍ମକୁ ଆଖିଠାର ସଦୃଶ।

ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଡକାଯାଉଥିବାରୁ କିଏ ଟିକେଟ୍ ପାଇବ ଓ କାହାର ଟିକେଟ୍ କଟିବ ସେ ନେଇ ମଧ୍ୟ ନେତାମାନେ ଆଶଙ୍କାରେ ରହିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାଗୁଡ଼ିକର ସାଂଗଠନିକ ସ୍ଥିତି କିମ୍ବା ସମାନ୍ତରାଳ ସଂଗଠନ କରୁଥିବା ନେତାମାନଙ୍କ ସମ୍ପର୍କରେ ବି ପଦୁଟିଏ ଆଲୋଚନା ହେଉନି। ତେଣୁ ବିଜେଡି ନେତୃତ୍ୱଙ୍କ ଏଭଳି ଆଚରଣ ଏବେ ଦଳର ପୁରୁଖା ଓ ଟିକେଟ୍ ଆଶାୟୀ ନେତାମାନଙ୍କୁ କ୍ଷୁବ୍ଧ କରିଛି।

Also Read

ଏପଟେ ବିଜେପି ଯେଉଁ ରଣନୀତି ସହ ରାଜ୍ୟରେ ଏକ ବଡ଼ ଲଢ଼େଇ ପାଇଁ ସଜବାଜ ହେଉଛି ତାକୁ ଟକ୍କର ଦେବା ଭଳି ବିଜେଡି ଏବେ ପ୍ରାୟତଃ ସକ୍ଷମ ସ୍ଥିତିରେ ନାହିଁ। ଦଳର ଭୋଟବ୍ୟାଙ୍କ ଥିବା ମହିଳା ଏସଏଚଜିକୁ ହାତେଇ ଆଗାମୀ ନିର୍ବାଚନରେ ଭୋଟ୍ ନେବା ମଧ୍ୟ ବିଜେଡି ପାଇଁ କଷ୍ଟକର ହେବ। ଦଳୀୟ କନ୍ଦଳ ଯୋଗୁ ବିଜେଡିର ଅସନ୍ତୋଷ ଭୋଟଗୁଡ଼ିକ ବିଜେପି ସପକ୍ଷରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ‘ଘରପଛେ ପୋଡ଼ୁ ମୂଷା ମରୁ’ ନ୍ୟାୟରେ ବିଜେଡି ନେତାମାନେ ଏବେ ନିଜ ଦଳର ଶତ୍ରୁମାନଙ୍କୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କର ଅଭିଯୋଗ-ଆପତ୍ତି ଶୁଣିବା କିମ୍ବା ସେସବୁର ସମାଧାନ ଦିଗରେ ଦଳ ଆନ୍ତରିକତା ଦେଖାଉନଥିବାରୁ ନିର୍ବାଚନରେ ବିଜେଡି ନେତୃତ୍ୱଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦଳର ଅସନ୍ତୁଷ୍ଟ ନେତାମାନେ ଚାହିଁ ରହିଛନ୍ତି।

ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ଋତୁରେ ବି ଲୋକଲୋଚନରୁ ବି ଦୂରେଇ ରହିଛନ୍ତି। ଦଳୀୟ ନେତାମାନଙ୍କର ସହ ନବୀନ କରୁଥିବା ସମୀକ୍ଷା ବୈଠକର ଫଟୋଚିତ୍ର ମଧ୍ୟ ଗଣମାଧ୍ୟମକୁ ଆସୁନି। ନବୀନଙ୍କ ଅନୁପସ୍ଥିତି ବି ଏବେ ବିଜେପି ପାଇଁ ପାୱାରପ୍ଲସ୍ ପାଲଟିଛି। ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ହାୱା ଥାଇ ମଧ୍ୟ ଦଳୀୟ କନ୍ଦଳ ଓ କିଛି ନିର୍ଦ୍ଦିଷ୍ଟ ନେତାମାନଙ୍କ ଅର୍ନ୍ତଘାତୀ କାର୍ଯ୍ୟଯୋଗୁ ଜନତା ଦଳ ପୁଣିଥରେ ସରକାରକୁ ଫେରି ପାରିନଥିଲା। ଏବେ ଅନୁରୂପ ସ୍ଥିତି ଓଡ଼ିଶାରେ ଦେଖାଦେବାର ଆଶଙ୍କା ଉପୁଜିଛି। ଦଳରେ ମାଳମାଳ ନେତା ନିଜର ଗୁରୁତ୍ୱ ବୃଦ୍ଧି ଓ ନିଜ ଦଳୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଅର୍ନ୍ତଘାତୀ କାର୍ଯ୍ୟ କରିବା ଚକ୍କରରେ ରହିଛନ୍ତି।

ବିଜେଡିରେ ରାଜ୍ୟତମାମ ସାଂଗଠନିକ ପୁଞ୍ଜିଭୂତ ଅସନ୍ତୋଷ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେଇପାରେ। ଏସବୁ ଖବର ବିଜେଡି ନେତୃତ୍ୱ ଓ ଦଳୀୟ ରଣନୀତିକାରଙ୍କ ପାଖରେ ଥିଲେ ମଧ୍ୟ ଦଳ କାହିଁକି ସାଂଗଠନିକ ସ୍ଥିତିକୁ ସଜାଡ଼ିବାକୁ ଉଦ୍ୟମ କରୁନି ତାହା ବି ଅସ୍ପଷ୍ଟ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଏପଟେ ବିଜେପି ରାଜ୍ୟରେ ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି। କଟକ, ଯାଜପୁର ଓ କନ୍ଧମାଳକୁ ବାଦ୍ ଦେଇ ଦଳ ନିଜର ହେଭିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସମେତ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ଅନନ୍ତ ନାୟକ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ ଆଦି ନେତାଙ୍କୁ ଲୋକସଭା ମଇଦାନରେ ପ୍ରାର୍ଥୀ କରିଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୮ଟି ଲୋକସଭା ଆସନ ଜିତିଥିବାବେଳେ ଗତଥର ତୁଳନାରେ ଏହି ସଂଖ୍ୟା ୨ଗୁଣରୁ ଅଧିକ ହେବ ବୋଲି ଦଳ ଆଶା ରଖିଛି। ବିଜେପିର ଏହି ନେତାମାନଙ୍କୁ ଟକ୍କର ଦେବା ପାଇଁ ବିଜେଡି ଏପର୍ଯ୍ୟନ୍ତ ଜିତିବା ସମ୍ଭାବନା ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ ମଧ୍ୟ କରିପାରିନି। ବିଜେଡିରେ ଉଗ୍ର ସାଂଗଠନିକ କନ୍ଦଳ ଦେଖି ବିଜେପିର ଏହି ହେଭିୱେଟ୍ ନେତାମାନଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବାକୁ ମଧ୍ୟ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀମାନେ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story