କେନ୍ଦ୍ରୀୟ ନିୟନ୍ତ୍ରଣମୁକ୍ତ ପାଣ୍ଡିଆନ: ରାଜ୍ୟ ଶାସନରେ ନଂ-୨, ଏବେ ହାଜିରା ଦେବେ ମନ୍ତ୍ରୀ, ମୁଖ୍ୟସଚିବ ଓ ଡିଜିପି

ପାଣ୍ଡିଆନ ସର୍ବଭାରତୀୟ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ମଧ୍ୟ ପ୍ରଶାସକ ଭାବେ ନିଜର କାର୍ଯ୍ୟ ଜାରି ରଖିବେ । ଫରକ୍ କେବଳ ଏତିକି, ତାଙ୍କ ଉପରେ ଆଉ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ପୂର୍ବରୁ ଅଘୋଷିତ ରାଜ୍ୟ ଶାସନରେ ନବୀନଙ୍କ ପରେ ‘ନମ୍ବର-ଟୁ’ ଭାବେ କାର୍ଯ୍ୟ କରୁଥିଲେ । ଏବେ ପ୍ରତ୍ୟକ୍ଷ ଓ ଆନୁଷ୍ଠାନିକ ଭାବେ ‘ନମ୍ବର-ଟୁ’ ଭଳି କାର୍ଯ୍ୟ କରିବେ ।

VK Pandian

ଭି.କେ ପାଣ୍ଡିଆନ୍‌(ଫାଇଲ ଫଟୋ)

Ordigital Desk
  • Published: Tuesday, 24 October 2023
  • Updated: 24 October 2023, 05:55 PM IST

Sports

Latest News

ଚର୍ଚ୍ଚିତ ପ୍ରଶାସକ ଭିକେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ପାଣ୍ଡିଆନ ସକ୍ରିୟ ରାଜନୀତିରେ ସାମିଲ ନହୋଇ ରାଜ୍ୟ ଶାସନର ‘ନମ୍ବର -ଟୁ’ ଭାବେ କାର୍ଯ୍ୟ କରିବେ । କେବଳ ମୁଖ୍ୟମନ୍ତ୍ରୀଙ୍କୁ ହିଁ ରିପୋର୍ଟ କରିବେ । ଗତକାଲି ସରକାରୀ ଚାକିରିରୁ ଅବସର ନେବାପରେ ଆଜି ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଧିବଦ୍ଧ ବିଜ୍ଞପ୍ତିରେ ଏଭଳି ସନ୍ଦେଶ ମିଳିଛି । କେବଳ ସେତିକି ନୁହେଁ, ସର୍ବଭାରତୀୟ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ ଉପରେ ଥିବା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ହଟିଛି । ଆଉ ବିରୋଧୀ ଦଳଗୁଡ଼ିକ ଚାକିରି କଥା କହି ତାଙ୍କ ଚାପ ପକାଇପାରିବେ ନାହିଁ କି ସମାଲୋଚନା ମଧ୍ୟ କରିପାରିବେ ନାହିଁ ।

ରାଜ୍ୟ ଶାସନର ‘ନମ୍ବର-ଟୁ’ ଭାବେ ଏଣିକି ଆନୁଷ୍ଠାନିକ ଭାବେ ମନ୍ତ୍ରୀ, ମୁଖ୍ୟସଚିବ ଓ ଡିଜିପିଙ୍କଠୁ ଆରମ୍ଭ କରି ସମଗ୍ର ଶାସନ କଳ ତାଙ୍କ ପାଖରେ ହାଜିରା ପକାଇବାକୁ ଏକରକମ ବାଧ୍ୟ ହେବେ ।  ନବୀନ ପଟ୍ଟନାୟକ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଫାଇଭ-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଆଳରେ ତାଙ୍କର ସବୁ ବିଭାଗ ଉପରେ ସୁପର ମିନିଷ୍ଟର ଭଳି ନିୟନ୍ତ୍ରଣ ରହିବ ବୋଲି ପାୱାର କରିଡରରେ ଚର୍ଚ୍ଚା ।

ପାଣ୍ଡିଆନ ସର୍ବଭାରତୀୟ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ମଧ୍ୟ ପ୍ରଶାସକ ଭାବେ ନିଜର କାର୍ଯ୍ୟ ଜାରି ରଖିବେ । ଫରକ୍ କେବଳ ଏତିକି, ତାଙ୍କ ଉପରେ ଆଉ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ । ପୂର୍ବରୁ ଅଘୋଷିତ ରାଜ୍ୟ ଶାସନରେ ନବୀନଙ୍କ ପରେ ‘ନମ୍ବର-ଟୁ’ ଭାବେ କାର୍ଯ୍ୟ କରୁଥିଲେ । ଏବେ ପ୍ରତ୍ୟକ୍ଷ ଓ ଆନୁଷ୍ଠାନିକ ଭାବେ ‘ନମ୍ବର-ଟୁ’ ଭଳି କାର୍ଯ୍ୟ କରିବେ । କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ସିଧାଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରି ସେ ସମଗ୍ର ଶାସନ କଳକୁ ନିଜ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ  ରଖିବା ସମ୍ଭବପର ହୋଇପାରିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭଳି ଦରମା ଓ ଭତ୍ତା ଆଦି ମିଶାଇ ପ୍ରାୟ ୯୮ହଜାର ଟଙ୍କା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ।

ତେବେ ନିର୍ବାଚନୀ ବର୍ଷରେ ପାଣ୍ଡିଆନଙ୍କୁ ଗତକାଲି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁମତି ମିଳିବା ପରେ ସେ ପ୍ରତ୍ୟକ୍ଷ ରାଜନୀତିକ ଭୂମିକାରେ ରହିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପାଣ୍ଡିଆନ ସକ୍ରିୟ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ନହୋଇ ପୂର୍ବଭଳି ପ୍ରଶାସକ ହୋଇ ରହିବାର ଗଳାବାଟ ଖୋଜି ଯାଇଛନ୍ତି । ଯେଉଁଠି ତାଙ୍କ ଉପରେ କାହାରି ଆଇନଗତ ନିୟନ୍ତ୍ରଣ ରହିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଓ ତାଙ୍କ ଦ୍ୱାରା ସମ୍ପାଦିତ ହେବାକୁ ଥିବା ପ୍ରତ୍ୟେକ ପ୍ରଶାସନିକ ଓ ଉନ୍ନୟନମୂଳକ କାର୍ଯ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବ । ଅର୍ଥାତ୍ ସେ ଯାହା ନିଷ୍ପତ୍ତି ନେବେ ସେସଂକ୍ରାନ୍ତ ଫାଇଲରେ ତାଙ୍କର ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ରହିବ । ତାଙ୍କ ଉପରେ କୌଣସି ଆଇନଗତ ଅଙ୍କୁଶ ରହିବ ନାହିଁ କିମ୍ବା ସେ କାହାରି ପ୍ରତି ଉତ୍ତରଦାୟୀ ରହିବେ ନାହିଁ । କେବଳ ମୁଖ୍ୟମନ୍ତ୍ରୀ ହିଁ ତାଙ୍କ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ମଙ୍ଗଳବାର ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି, ତାହା ସେଭଳି ସନ୍ଦେଶ ଦେଉଛି । ବିରୋଧୀ କିମ୍ବା ଅନ୍ୟକେହି ସମାଲୋଚନା କରିପାରିବେ ନାହିଁ । ସାମ୍ବିଧାନିକ ବିଧିବ୍ୟବସ୍ଥାରେ ପାଣ୍ଡିଆନଙ୍କୁ ନବୀନ ନୂଆ ନିଯୁକ୍ତି ଦେଇଛନ୍ତି, ଯାହାକୁ ପରବର୍ତ୍ତୀ ସମୟରେ କ୍ୟାବିନେଟରେ ଅନୁମୋଦନ କରାଇ ନେଇପାରନ୍ତି ବୋଲି କୁହାଯାଉଛି ।

ରାଜ୍ୟ ସରକାରଙ୍କ କାଳ୍ପନିକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଫାଇଭ-ଟି’  ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ପାଣ୍ଡିଆନ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ଏହି ଦୁଇ କାର୍ଯ୍ୟକ୍ରମ କେବଳ କଳ୍ପନାପ୍ରସୂତ ଓ ଏପର୍ଯ୍ୟନ୍ତ ‘ଫାଇଭ-ଟି’ କିମ୍ବା ‘ନବୀନ ଓଡ଼ିଶା’ର କୌଣସି ସେକ୍ସନ ନାହିଁ କିମ୍ବା ବିଭାଗ କି ନିର୍ଦ୍ଦେଶାଳୟ ନାହିଁ । ଶାସନ ଚଳାଇବାର କୌଶଳ ‘ଫାଇଭ-ଟି’କୁ ସବୁ ବିଭାଗରେ କାର୍ଯ୍ୟାନ୍ୱୟନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ଏହି ‘ଫାଇଭ-ଟି’ ମାଧ୍ୟମରେ ସବୁ ବିଭାଗ ଉପରେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରହିବ ଓ ସେ ସୁପର ମିନିଷ୍ଟର ଭଳି କାର୍ଯ୍ୟ କରିବାର ଆନୁଷ୍ଠାନିକ ଭାବେ ସୁଯୋଗ ପାଇବେ ।

Also Read

ତା’ଛଡ଼ା ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ ପାଇଁ ‘ନବୀନ ଓଡ଼ିଶା’ର ପରିକଳ୍ପନା  କେବଳ ଏକ କଳ୍ପନାପ୍ରସୂତ । ଏଭଳି କାର୍ଯ୍ୟକ୍ରମ କେବଳ ପଂଚାୟତିରାଜ ବିଭାଗ ମଧ୍ୟରେ ସୀମିତ ଥିଲା, ଯାହା ଏବେ ‘ନୂଆ ଓଡ଼ିଶା’ର ସ୍ୱପ୍ନ ଦେଖାଇ ପ୍ରତ୍ୟେକ ବିଭାଗରେ କାର୍ଯ୍ୟକାରୀ ହେବ । ଆଉ ଭବିଷ୍ୟତରେ ଯେଉଁ ସବୁ ଉନ୍ନୟନ କାର୍ଯ୍ୟ କରାଯିବ ତାହା ଫାଇଭ-ଟି ମଡେଲରେ ‘ନବୀନ ଓଡ଼ିଶା’ ପାଇଁ କରାଯିବ ବୋଲି ସନ୍ଦେଶ ଦିଆଯିବ । ଆଉ ପାଣ୍ଡିଆନ ହିଁ ଏସବୁର ସର୍ବମୟକର୍ତ୍ତା ହେବେ ବୋଲି ଚର୍ଚ୍ଚା ।

ତେବେ ପ୍ରଶ୍ନ ଉଠୁଛି, ପାଣ୍ଡିଆନ ଚାକିରି ଛାଡ଼ିବା ପରେ କାହିଁକି ସକ୍ରିୟ ଓ ପ୍ରତ୍ୟକ୍ଷ ରାଜନୀତିରେ ରହିଲେ ନାହିଁ । ଏଭଳି ପ୍ରଶ୍ନ ମଧ୍ୟ ସ୍ୱାଭାବିକ । ମାତ୍ର ରାଜନୀତିକ ବିଶ୍ଲେଷକଙ୍କ ମତରେ, ପାଣ୍ଡିଆନ ଏବେ ପରଦା ପଛରେ  ବିଜେଡିର ସର୍ବମୟକର୍ତ୍ତା ଭଳି କାର୍ଯ୍ୟ କରୁଛନ୍ତି । ବିଜେଡିରେ ସମସ୍ତ ନିଷ୍ପତ୍ତି ତାଙ୍କର ଓ ନବୀନ କେବଳ ମୋହର ମାରନ୍ତି ବୋଲି ଚର୍ଚ୍ଚା ହୁଏ । ତେଣୁ ସେ ଯେଉଁ ପଦବୀରେ ରହିଲେ ବି ବିଜେଡି ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିପାରିବ । ଏବେ ଯେହେତୁ ସରକାରୀ କଳ ଉପରେ ନିୟନ୍ତ୍ରଣ ଜରୁରୀ ଓ ନବୀନଙ୍କ ପ୍ରତିନିଧି  ଓ ଉତ୍ତରାଧିକାରୀ ଭାବେ ଗୋଟିଏ ଚେହେରାର ଆବଶ୍ୟକତା ଥିଲା । ସେଥିପାଇଁ କେନ୍ଦ୍ର ସରକାରଙ୍କ ଶୃଙ୍ଖଳାରୁ ବାହାରିବା ନିମନ୍ତେ ପାଣ୍ଡିଆନ ଚାକିରି ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟ ଶାସନରେ ଏବେ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟସଚିବ, ଡିଜିପି ଓ ବିଭିନ୍ନ ବିଭାଗର ସଚିବମାନେ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ କରିବାକୁ ବାଧ୍ୟ ହେବେ । ଯଦିଓ ଏବେବି ପରଦା ପଛରେ ସେମାନେ ପାଣ୍ଡିଆନଙ୍କୁ ରିପୋର୍ଟ କରୁଛନ୍ତି କିନ୍ତୁ ଏଣିକି ପ୍ରତ୍ୟକ୍ଷ  ଓ ଆଇନଗତ ଭାବେ କରିବେ । ତାଙ୍କଠୁ ବରିଷ୍ଠ ଆଇଏଏସ୍ ଅଧିକାରୀମାନେ ଅନେକ ସମୟରେ ପାଣ୍ଡିଆନଙ୍କୁ ‘ବସ୍‌’ ଭାବେ ଗ୍ରହଣ କରିବାରେ ପ୍ରଶାସନିକ ବାଧା ରହୁଥିଲା । ଯାହା ଏବେ ଦୂର ହୋଇପାରିଛି । ନବୀନଙ୍କ ପରେ ରାଜ୍ୟ ଶାସନରେ ଦ୍ୱିତୀୟ ବ୍ୟକ୍ତି ଭାବେ ପାଣ୍ଡିଆନ ସମସ୍ତ ସରକାରୀ ନିର୍ଦ୍ଦେଶ ଓ ନିଷ୍ପତ୍ତି ନେଇପାରିବେ । ଆଉ ତାଙ୍କ ନିର୍ଦ୍ଦେଶ ଆଧାରରେ ବି ଆଇନଗତ ଭାବେ ରାଜ୍ୟ ପ୍ରଶାସନ କାର୍ଯ୍ୟ କରିବାକୁ ଏକରକମ ବାଧ୍ୟ ହେବେ ବୋଲି ଜଣାପଡ଼ିଛି ।

ଅବଶ୍ୟ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ହିଁ ପାଣ୍ଡିଆନଙ୍କ ପ୍ରକୃତ ଭୂମିକା କ’ଣ ରହିବ ତାହା ସ୍ପଷ୍ଟ ହୋଇପାରିବ । କିନ୍ତୁ ତା’ପୂର୍ବରୁ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିକ ଭୂମିକାରେ ରହି ବିଜେଡି ପାଇଁ କୌଣସି ସଙ୍କଟର କାରଣ ହେବେନି ବୋଲି ଏବେଠୁ ସ୍ପଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story