ପୁଣି ଖୋଜା ପଡ଼ିଲେ ସଞ୍ଜୟ, ପତିଆରା ବଢ଼ୁଛି

ଦୁଇବର୍ଷ ଧରି କୋଣଠେସା କରି ରଖିବା ପରେ ସଞ୍ଜୟଙ୍କୁ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା ।

Sanjay Dasbarma

ସଞ୍ଜୟ ଦାସବର୍ମା

Ordigital Desk
  • Published: Friday, 09 February 2024
  • Updated: 09 February 2024, 09:29 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମାଙ୍କୁ ଆଗକୁ ଆଣିଛି । ତାଙ୍କୁ ଆଜି ଦଳରେ ମୁଖପାତ୍ର ଦାୟିତ୍ୱ ଦେଇ ସଂଗଠନରେ ତାଙ୍କର ପତିଆରା ପୁଣି ବଢ଼ୁଥିବାର ସନ୍ଦେଶ ଦେଇଛି ବିଜେଡି । ଦୀର୍ଘ ପ୍ରାୟ ଦୁଇବର୍ଷ ଧରି କୋଣଠେସା କରି ରଖିବା ପରେ ସଞ୍ଜୟଙ୍କୁ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ଭଦ୍ରକ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳରେ ପୁରୁଣା କର୍ମୀ-ନେତାଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାପାଇଁ ସଞ୍ଜୟଙ୍କୁ ଦଳ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ।

ସୂଚନା ଅନୁସାରେ, ସଞ୍ଜୟ ବିଜେଡି ପାଇଁ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ପରିଚାଳନାରେ ଯେଭଳି ସକ୍ରିୟ ଭୂମିକା ତୁଲାଇଥିଲେ ଏବେ ପୁଣିଥରେ ସେହି ସମାନ ଢଙ୍ଗରେ ତାଙ୍କର ପତିଆରା ବଢ଼ାଇବାକୁ ବିଜେଡି ପଦକ୍ଷେପ ନେଇଛି । ବିଶେଷକରି ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇବାକୁ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସର୍ଭେ ରିପୋର୍ଟ ଏବେ ବିଜେଡିକୁ ବ୍ୟାକଫୁଟରେ ରଖିଛି । ରାଜ୍ୟରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହରୀ ବଳବତ୍ତର ରୁହେ, ତା’ହେଲେ ପଶ୍ଚିମ ଓଡ଼ିଶା ଭଳି ବିଜେଡିର ଗଡ଼ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବି ତା’ର ପ୍ରତିକୂଳ ପ୍ରଭାବ ଅନୁଭୂତ ହେବ । ଆଉ ଉପକୂଳ ଓଡ଼ିଶାରେ ଯଦି ଭୋଟ ବିଭାଜନ ହୁଏ ତା’ର ସିଧାସଳଖ କ୍ଷତି ବିଜେଡିକୁ ହେବ । ତେଣୁ ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ, ପୁରୁଖା ନେତା ଓ କର୍ମୀମାନଙ୍କୁ ଅଣଦେଖା ଏବଂ ରାଜ୍ୟ ବିଜେପିର କ୍ରମାଗତ କଠୋର ଆଭିମୁଖ୍ୟକୁ ମୁକାବିଲା କରିବା ପାଇଁ ଦଳ ଏବେ ସଞ୍ଜୟଙ୍କ ଉପରେ ଭରସା କରି ତାଙ୍କୁ ଆଗକୁ ଆଣିଛି । ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଦାୟିତ୍ୱରେ ଥିବା ସଞ୍ଜୟଙ୍କୁ ଆଜି ମୁଖପାତ୍ର ଦେଇଛି ।

Also Read

ପୂର୍ବରୁ ଭଦ୍ରକ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ସଞ୍ଜୟଙ୍କୁ ମିଳିଥିଲା । ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଭଦ୍ରକର ଧାମନଗର ବିଧାନସଭା ଉପନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ନିର୍ବାଚନ ପରିଚାଳନାଗତ ତ୍ରୁଟି ଓ ଅପରିପକ୍ୱ ନେତାମାନଙ୍କ ଉପରେ ଭରସା ଯୋଗୁ ଦଳକୁ ଏହି ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ଖୋଦ୍ ଦଳୀୟ ନେତୃତ୍ୱ ଅନୁଭବ କରିଛନ୍ତି । ଭଦ୍ରକ ମଧ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା । ତେଣୁ ସେଠାରେ ଦଳର ସଂଗଠନ ଦାୟିତ୍ୱ ସଞ୍ଜୟଙ୍କ ଉପରେ ନ୍ୟସ୍ତ କରିଥିବା ବିଜେଡି ଆଜି ଦଳର ମୁଖପାତ୍ର ଦାୟିତ୍ୱ ଦେଇଛି ।  ସଞ୍ଜୟଙ୍କୁ ଦଳ ଗତ ନଭେମ୍ବରରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲେ ମଧ୍ୟ ସେ ରାଜ୍ୟସ୍ତରରେ ସାଂଗଠନିକ କାର୍ଯ୍ୟରେ ବେଶୀ ସକ୍ରିୟ ହୋଇପାରିନଥିଲେ । ସମ୍ଭବତଃ ଦଳୀୟ ମୁଖପାତ୍ର ଦାୟିତ୍ୱ ଦେଇ ତାଙ୍କୁ  ତୁଷ୍ଟୀକରଣ ପାଇଁ ଦଳ ପ୍ରୟାସ କରୁଥିବା ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ପୁରୀ ଜିଲ୍ଲାରେ ବିଜେପିର ବଢ଼ୁଥିବା ପ୍ରଭାବର ମୁକାବିଲା ପାଇଁ ମଧ୍ୟ ବିଜେଡି ଏବେ ସଞ୍ଜୟଙ୍କ ଉପରେ ଭରସା କରିଛି । ମହେଶ୍ୱର ମହାନ୍ତି ଓ ପ୍ରଦୀପ ମହାରଥୀଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ହରାଇବା ପରେ ପୁରୀ ଜିଲ୍ଲାରେ ବିଜେଡି ଏବେ ସାଂଗଠନିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଛି । ସଞ୍ଜୟଙ୍କ ବିନା ପୁରୀ ଜିଲ୍ଲାରେ ସଂଗଠନକୁ କ୍ରିୟାଶୀଳ କରିବାର ସମ୍ଭାବନା କ୍ଷୀଣ ଥିବାରୁ ବିଜେଡି ଏବେ ତାଙ୍କୁ ଅଧିକ ସୁରକ୍ଷିତ ଆସନରୁ ଲଢ଼ିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଯାହାଫଳରେ ସେ ଜିଲ୍ଲାର ଅନ୍ୟ ବିଧାନସଭା ଆସନରେ ମଧ୍ୟ ସକ୍ରିୟ ସାଂଗଠନିକ ଭୂମିକା ତୁଲାଇ ପାରିବେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ସଞ୍ଜୟ ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମଗିରି ଆସନରୁ ପରାଜିତ ହେବାପରେ ଦଳର ଏକମାତ୍ର ପରାଜିତ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସହ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେଇଥିଲା । ମାତ୍ର ୨୦୨୨ ଜୁନ୍ ମାସରେ ତାଙ୍କୁ ଏହି ପଦରୁ ହଟାଇ ଦେଇଥିଲା । ୨୦୨୧ ଜୁନ୍ ମାସରେ ବି ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇବା ପରେ ଦଳ ତାଙ୍କୁ କୋଣଠେସା କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story