ଜନଶୁଣାଣି ଫେଲ୍:୨୫ହଜାର ପଡ଼ିରହିଥିଲା, ପାଣ୍ଡିଆନଙ୍କୁ ମିଳିଲା ଆଉ ୧୮ହଜାର, ଲୋକଙ୍କ ଆବେଦନ ନୁହେଁ ନେତାଙ୍କ ତାଲିକାକୁ ମଞ୍ଜୁରୀ

ରାଜ୍ୟ ସରକାରଙ୍କ ପାଖରେ ଏବେବି ୨୫ହଜାରରୁ ଅଧିକ ଅଭିଯୋଗ ପଡ଼ି ରହିଥିବାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅସନ୍ତୋଷ ବ୍ୟକ୍ତ କରି ସଚିବ ଓ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଛନ୍ତି ।

CM and 5T Secretary PhotoTwitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନ

Ordigital Desk
  • Published: Wednesday, 12 July 2023
  • Updated: 12 July 2023, 08:49 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଭବ୍ୟ ଜିଲ୍ଲା ଗସ୍ତ ଓ ପ୍ରକଳ୍ପ ଘୋଷଣା ଆଦି କାର୍ଯ୍ୟକ୍ରମକୁ ବିରୋଧୀ ଦଳଙ୍କ ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କର ସ୍ୱର ବଦଳିଛି । ପାଣ୍ଡିଆନଙ୍କ ଜିଲ୍ଲା ଓ ବ୍ଲକ ଗସ୍ତକୁ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ଜନଶୁଣାଣି କାର୍ଯ୍ୟକ୍ରମ ଭାବେ ସରକାର ଅଭିହିତ କରିବା ସହ ଏପର୍ଯ୍ୟନ୍ତ ୨୦ଟି ଜିଲ୍ଲା ଗସ୍ତବେଳେ ସାଧାରଣ ଲୋକଙ୍କ ୧୮ହଜାର ଅଭିଯୋଗ ମିଳିଛି ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରି ସୂଚନା ଦେବାପରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି ।

ଏପଟେ ରାଜ୍ୟ ସରକାରଙ୍କ ପାଖରେ ଏବେବି ୨୫ହଜାରରୁ ଅଧିକ ଅଭିଯୋଗ ପଡ଼ି ରହିଥିବାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅସନ୍ତୋଷ ବ୍ୟକ୍ତ କରି ସଚିବ ଓ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଛନ୍ତି । ଜିଲ୍ଲା ଗସ୍ତ ସମୟରେ ସାଧାରଣ ଲୋକେ ଦେଉଥିବା ସିଧାସଳଖ ଅଭିଯୋଗ ଉପରେ ୭ଦିନ ମଧ୍ୟରେ ଖୁସି ଖବର ମିଳିବ ବୋଲି ପାଣ୍ଡିଆନ୍ କହୁଥିଲେ ମଧ୍ୟ ବାସ୍ତବରେ ସମ୍ପୃକ୍ତ ଜିଲ୍ଲାର ବିଜେଡି ବିଧାୟକମାନେ ଦେଉଥିବା ତାଲିକା ଆଧାରରେ ପ୍ରକଳ୍ପଗୁଡ଼ିକ ମଞ୍ଜୁର ହେଉଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜନଶୁଣାଣି କାର୍ଯ୍ୟକ୍ରମ ବୋଲି ଚିତ୍ରଣ କରାଯିବାକୁ ନେଇ ରାଜନୀତି ଜୋର୍ ଧରିଛି ।

ମିଳିଥିବା ସୂଚନା ଅନୁସାରେ, ‘ମୋ ସରକାର’ ଅଧୀନରେ ଜନଶୁଣାଣି ଅଭିଯୋଗ ଆସିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିବା ସହ ତାଙ୍କ କାର୍ଯ୍ୟାଳୟର ଅଫିସରମାନେ ଜିଲ୍ଲା ଓ ବ୍ଲକକୁ ଯାଇ ଜନଶୁଣାଣି କରି ୧୮ହଜାର ପିଟିସନ ବା ଅଭିଯୋଗ ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି । ତେବେ ପ୍ରତ୍ୟେକ ସୋମବାର ଜିଲ୍ଲାସ୍ତରରେ ଏସପି ଓ ଜିଲ୍ଲାପାଳ ମିଳିତ ଅଭିଯୋଗ ଶୁଣାଣି କରୁଥିବାବେଳେ ରାଜ୍ୟସ୍ତରରେ ବିଭାଗୀୟ ମୁଖ୍ୟମାନେ ମଧ୍ୟ ସିଧାସଳଖ ଅଭିଯୋଗ ଶୁଣୁଛନ୍ତି । ଏହାବ୍ୟତୀତ ଇ-ଅଭିଯୋଗ ପୋର୍ଟାଲ( ୨୦୨୧  ନଭେମ୍ବର ୧ରୁ ଜନଶୁଣାଣି ପୋର୍ଟାଲ) ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସାଧାରଣ ଲୋକେ ଅଭିଯୋଗ କରିବାର ସୁଯୋଗ ରହିଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଫିସରଙ୍କୁ ସିଧାସଳଖ ଲିଖିତ ଅଭିଯୋଗ, ଇ-ମେଲ୍‌, ହ୍ୱାଟସଅପ, ଚିଠି, ମୋବାଇଲ ଆପ୍  ଓ ୱେବସାଇଟ୍ ମାଧ୍ୟମରେ ଇ-ଅଭିଯୋଗ(ଜନଶୁଣାଣି ପୋର୍ଟାଲ) କରୁଥିବା ସାଧାରଣ ଲୋକଙ୍କର ପ୍ରାୟ ୨୫ହଜାରରୁ ଅଧିକ ଅଭିଯୋଗର ଶୁଣାଣି ନହୋଇ ପଡ଼ିରହିଛି । ଯାହାକୁ ନେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କ୍ଷୁବ୍ଧ ହେବା ସହ ତ୍ୱରିତ୍ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଗତ ଏପ୍ରିଲ ମାସରେ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ୨୫ହଜାରରୁ ଅଧିକ ଅଭିଯୋଗର ଶୁଣାଣି ନହୋଇ ପଡ଼ିରହିଥିବାବେଳେ ପଂଚାୟତିରାଜ ବିଭାଗରେ ୬୩୧୮ଟି, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୩୬୫୦ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣରେ ୨୩୦୫ଟି, ଉଚ୍ଚଶିକ୍ଷାରେ ୧୧୧୪ଟି, ନଗର ଉନ୍ନୟନରେ ୧୨୨୩ଟି, ଗୃହ ବିଭାଗରେ ୧୦୭୪ଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୮୭୭ଟି, ରାଜସ୍ୱ ଓ ବିପର୍ଯ୍ୟୟରେ ୬୮୮ଟି, ସାଧାରଣ ପ୍ରଶାସନରେ ୭୩୮ଟି ଆଦି ଅଭିଯୋଗର ଶୁଣାଣି ନହୋଇ ପଡ଼ିରହିଛି । ଏମିତି କି ମାର୍ଚ୍ଚ ମାସରେ ପଂଚାୟତିରାଜ ବିଭାଗକୁ ମିଳିଥିବା ୨୪୨୩ଟି ଅଭିଯୋଗରୁ ମାତ୍ର ୭୮୭ଟିର ସମାଧାନ ହୋଇପାରିଛି । ସେହିପରି ମାର୍ଚ୍ଚ ମାସରେ ନଗର ଉନ୍ନୟନ ବିଭାଗକୁ ମିଳିଥିବା ଲୋକଙ୍କ ୨୦୩ଟି ଅଭିଯୋଗରୁ ୨୬ଟିର ସମଧାନ ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗରେ ୩୧୯ରୁ ମାତ୍ର ୬୦ଟି, ଶକ୍ତି ବିଭାଗରେ ୧୩୨ରୁ ୪୨ଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୧୭ରୁ ୧୬ଟି, ଉଚ୍ଚଶିକ୍ଷାରେ ୧୫୧ରୁ ୧୫ଟି, ଜଙ୍ଗଲ ଓ ପରିବେଶରେ ୬୦ରୁ ୩ଟି, ଗୃହରେ ୪୮୧ରୁ ୧୧୬ଟି ଓ କୃଷି ବିଭାଗରେ ୩୫୧ରୁ ମାତ୍ର ୧୩୪ଟି ଅଭିଯୋଗର ଶୁଣାଣି ଶେଷ ହୋଇଛି ।

ସରକାରୀସ୍ତରରେ ନିୟମିତ ଜନଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବାବେଳେ  ଭୁବନେଶ୍ୱରସ୍ଥିତ ନିଜ ଅଭିଯୋଗ ପ୍ରକୋଷ୍ଠକୁ ଦୀର୍ଘ ୪ବର୍ଷ ଧରି ବନ୍ଦ କରି ରଖିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ କାର୍ଯ୍ୟାଳୟର ଅଫିସରମାନଙ୍କୁ ଜିଲ୍ଲା ଗସ୍ତରେ ପଠାଇ ଜନଶୁଣାଣି କରୁଛନ୍ତି ବୋଲି ସୂଚନା ଦେବାକୁ ବିରୋଧୀ ସହଜରେ ହଜମ କରିପାରୁନାହାନ୍ତି । କାରଣ ଶ୍ରୀ ପାଣ୍ଡିଆନ ଏପର୍ଯ୍ୟନ୍ତ ୨୦ଟି ଜିଲ୍ଲା ଗସ୍ତରେ ଯାଇ ଯେଉଁ ଜନଶୁଣାଣି (ବିରୋଧୀଙ୍କ ଭାଷାରେ ରାଜନୀତିକ ଜନସଭା) କରିଛନ୍ତି ସେଠାରୁ ବି ୧୮ହଜାର ଅଭିଯୋଗ ମିଳିଛି । ତେବେ ନିଜ ଗସ୍ତବେଳେ ସାଧାରଣ ଲୋକ ନିଜ ଗାଁର ମଠ,ମନ୍ଦିର,ମସଜିଦ୍ ଓ ଗୀର୍ଜା ଆଦି କାର୍ଯ୍ୟ ପାଇଁ ଦେଇଥିବା ଆବେଦନର ନିଶ୍ଚିତ ସମାଧାନ ୭ଦିନ ମଧ୍ୟରେ ମିଳିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନଥିବା ଜଣାପଡ଼ିଛି ।

Also Read

ସାଧାରଣ ଲୋକଙ୍କର ଆବେଦନ ପରିବର୍ତ୍ତେ ବିଜେଡି ବିଧାୟକମାନଙ୍କଠୁ ସମାନ୍ତରାଳ ତାଲିକା ମାଗି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଉଛି । ଉଦାହରଣ ସ୍ୱରୂପ ଜୁନ୍ ୨୯ ଓ ୩୦ତାରିଖରେ ଶ୍ରୀ ପାଣ୍ଡିଆନ ଜଗତସିଂହପୁର ଜିଲ୍ଲା ଗସ୍ତରେ ୭ଦିନ ମଧ୍ୟରେ ସମାଧାନ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କେବଳ କଥାରେ ରହିଯାଇଛି । ଓଲଟା ଜିଲ୍ଲାର ୪ଜଣ ବିଜେଡି ବିଧାୟକ ଦେଇଥିବା ପ୍ରକଳ୍ପ ତାଲିକା ଆଧାରରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୬କୋଟି ଟଙ୍କାର ୨୯୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି । ତେଣୁ ଶ୍ରୀ ପାଣ୍ଡିଆନ ଜିଲ୍ଲା ଗସ୍ତବେଳେ ସାଧାରଣ ଲୋକମାନେ ଯେଉଁ ଅଭିଯୋଗ ବା ସମସ୍ୟା ତାଙ୍କ ଦୃଷ୍ଟିକୁ ଆଣିଥିଲେ ତାହା କେବଳ ସେମାନଙ୍କୁ ଭଣ୍ଡେଇବା ବା ଧର୍ମକୁ ଆଖିଠାର ମାରିବା ସଦୃଶ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବାସ୍ତବରେ ରାଜ୍ୟର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ସେହି ଅଭିଯୋଗ ତା’ ବାଟରେ ରହୁଛି । ୨୦୦୮ ମସିହାରୁ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାର ମାନସିକତା ମୁଖ୍ୟମନ୍ତ୍ରୀଙ୍କର ନାର୍ହି ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି , ପାଣ୍ଡିଆନଙ୍କ ଗସ୍ତବେଳେ ଜିଲ୍ଲାରେ ଯେଉଁ ଭବ୍ୟ କାର୍ଯ୍ୟକ୍ରମ ହେଉଛି ଜନଶୁଣାଣି ନୁହେଁ  ତାହା ଜନସଭା । ୪ବର୍ଷ ଧରି ଜନଶୁଣାଣି କରୁନଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବେ କାହିଁକି ଲୋକଦେଖାଣିଆ ଶୁଣାଣି କରୁଛି । ଆଜି ପର୍ଯ୍ୟନ୍ତ ମନ୍ତ୍ରୀ ଓ ସଚିବମାନେ କ’ଣ ଜନଶୁଣାଣି କରୁନଥିଲେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେଡି କିନ୍ତୁ ଏହାର ସିଧାସଳଖ ଉତ୍ତର ନଦେଇ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ କାମରେ ପ୍ରତିଯୋଗିତା ହେବା ଦରକାର ବୋଲି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story