ଦୁଇଦିନରେ ଦୁଇଟି ସର୍ଭେ ରିପୋର୍ଟ: ନବୀନଙ୍କ ଲୋକପ୍ରିୟତା ଖସୁଛି, ସିଟ୍ ବି ହେବ ହାତଛଡ଼ା

ଜାତୀୟସ୍ତରର ଏହି ଦୁଇଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଦ୍ୱାରା ନିକଟରେ କରାଯାଇଥିବା ଏହି ସର୍ଭେ ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

BJD PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Thursday, 08 February 2024
  • Updated: 08 February 2024, 10:17 PM IST

Sports

Latest News

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଛି । ୨୦୨୪ ସାଧାରଣ ନିର୍ବାଚନରେ ନବୀନଙ୍କ ବିଜେଡି ହାତରୁ କିଛି ସିଟ୍ ଛଡ଼ାଇ ନେବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଗରେ ନବୀନ ଫିକା ପଡ଼ିବେ, ଆଉ ହାତରୁ ୧-୨ଟି ଲୋକସଭା ସିଟ୍ ହାତଛଡ଼ା ହେବ ବୋଲି ଦେଶର ଦୁଇଟି ପ୍ରମୁଖ ଜାତୀୟ ଗଣମାଧ୍ୟମ ସଂସ୍ଥା ଗତ ଦୁଇଦିନ ମଧ୍ୟରେ ଜାରି କରିଥିବା ସେମାନଙ୍କ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି । ତେବେ କାହିଁକି ନବୀନଙ୍କ ଲୋକପ୍ରିୟତା ଖସୁଛି, କ’ଣ ରହିଛି କାରଣ ତାକୁ ନେଇ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଜାରି ରହିଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଢ଼େଇ ମାସ ବାକି ଥିବାବେଳେ ଏହି ସର୍ଭେ ରିପୋର୍ଟ ବିଜେଡି ପାଇଁ ଚିନ୍ତା ବଢ଼ାଇଛି ।

ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡ଼େ ପକ୍ଷରୁ ଆଜି ଜାରି ‘ମୁଡ୍ ଅଫ ଦି ନେସନ’ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାର ଭୋଟରମାନେ ଲୋକସଭା ନିର୍ବାଚନରେ ନବୀନଙ୍କ ତୁଳନାରେ ମୋଦିଙ୍କ ଉପରେ ଅଧିକ ଭରସା କରିଛନ୍ତି । ଯଦି ଏବେ ନିର୍ବାଚନ ହୁଏ ତା’ହେଲେ ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୧ଟି ବିଜେପିକୁ ଓ ୧୦ଟି ବିଜେଡିକୁ ମିଳିବ । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟ ଖାତା ଖୋଲିପାରିବ ନାହିଁ । ବିଜେପି ସପକ୍ଷରେ ୪୦%, ବିଜେଡି ସପକ୍ଷରେ ୪୧ ପ୍ରତିଶତ ଓ କଂଗ୍ରେସ ମେଂଟ ସପକ୍ଷରେ ୧୨ ପ୍ରତିଶତ ଭୋଟ ପଡ଼ିବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ୧୨ଟି, ବିଜେପିକୁ ୮ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିଥିଲା । ଆଉ ଆଗାମୀ ନିର୍ବାଚନରେ ବିଜେଡି ହାତରୁ ଗୋଟିଏ ସିଟ୍ ଓ ପ୍ରାୟ ୨ ପ୍ରତିଶତ ଭୋଟର ଦୂରେଇଯିବେ । ବିଜେଡିକୁ ୪୩ ପ୍ରତିଶତ ବଦଳରେ ୪୧ ପ୍ରତିଶତ ଭୋଟ୍ ମିଳିବ । ସେହିପରି ବିଜେପିକୁ ୩୮% ବଦଳରେ ୪୦ପ୍ରତିଶତ ଭୋଟ୍ ମିଳିବ । ଆଉ ବିଜେପି ଏହି ୨ ପ୍ରତିଶତ ଅଧିକ ଭୋଟ୍ ସହ ନିଜର ଲୋକସଭା ସିଟ୍ ସଂଖ୍ୟା ୮ରୁ ୧୦କୁ ବଢ଼ାଇବାରେ ସକ୍ଷମ ହେବ । ସେହିପରି କଂଗ୍ରେସ ନିଜର ଗୋଟିଏ ସିଟ୍ ହରାଇବ ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟର ଭୋଟ୍ ହାର ୧୪ରୁ ୧୨ପ୍ରତିଶତକୁ କମିବ ବୋଲି ସର୍ଭେ କହିଛି ।

Also Read

ସେହିପରି ଟାଇମ୍ସନାଓ ସର୍ଭେ ରିପୋର୍ଟ ଅନୁସାରେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୧ଟି, ବିଜେଡିକୁ ୯ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ । ବିଜେପି ସପକ୍ଷରେ ୪୪.୮%, ବିଜେଡିକୁ ୪୦.୪% ଓ କଂଗ୍ରେସ ମେଂଟକୁ ୯.୬% ଭୋଟ୍ ମିଳିବ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୪୮ପ୍ରତିଶତ ଥିବାବେଳେ ୨୮ପ୍ରତିଶତ ମୋଦି ସରକାରର ଯୋଜନାକୁ ଲୋକେ ପସନ୍ଦ କରୁଛନ୍ତି । ଉଭୟକୁ ମିଶାଇଲେ ଓଡ଼ିଶାରେ ମୋଦିଙ୍କ ପ୍ରତି ୭୬ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ୪୩ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଓ ମାତ୍ର ୨୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ୩୧ ପ୍ରତିଶତ ଲୋକ ଆଂଶିକ ସନ୍ତୁଷ୍ଟ ।

ଜାତୀୟସ୍ତରର ଏହି ଦୁଇଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଦ୍ୱାରା ନିକଟରେ କରାଯାଇଥିବା ଏହି ସର୍ଭେ ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଯଦିଓ ବିଜେଡି ରାଜ୍ୟ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ସରକାର ଗଢ଼ିବ ବୋଲି ଆକଳନ କରାଯାଉଛି ତଥାପି ଲୋକସଭା ସିଟ୍ ହାତରୁ ଖସିବା ବିଜେଡି ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି । ବିଜେଡିର ପୋଷ୍ଟରବଏ ତଥା ଟ୍ରମ୍ପକାର୍ଡ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସର ପ୍ରଭାବ କାଳେ ବିଧାନସଭା ନିର୍ବାଚନରେ ଅନୁଭୂତ ହେବ ତାକୁ ନେଇ ବିଜେଡି ଶିବିର ଏବେ ଆଶଙ୍କିତ ।

ତେବେ କ୍ରମାଗତ ଲୋକପ୍ରିୟତା ଶୀର୍ଷରେ ରହୁଥିବା ନବୀନଙ୍କ ଲୋକପ୍ରିୟତା ହ୍ରାସ ପଛରେ ଗୋଟିଏ ନୁହେଁ ଏକାଧିକ କାରଣ ରହିଥିବା ନେଇ ରାଜନୀତିକ ମହଲରେ ଚର୍ଚ୍ଚା ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୯ ସାଧାରଣ ନିର୍ବାଚନରେ ନବୀନ ନିଜର ପଂଚମ ପାଳି ସରକାର ଗଢ଼ିବା ପରଠୁ ସାଧାରଣ ଲୋକଙ୍କଠୁ ଦୂରେଇ ଯାଇଛନ୍ତି । ନବୀନଙ୍କ ନାଁରେ ସରକାର ଚାଲିଛି ସତ, କିନ୍ତୁ ନବୀନ ଏହି ପାଂଚ ବର୍ଷ ମଧ୍ୟରେ ଖୁବ୍ କମ୍ ଦିନ(୧୦୦ଦିନରୁ ବି କମ) ନିଜ ସଚିବାଳୟସ୍ଥିତ ଅଫିସକୁ ଯାଇଛନ୍ତି । ସର୍ବସାଧାରଣରେ ବିଶେଷ ଦୃଶ୍ୟମାନ ହୋଇନାହାନ୍ତି । ନବୀନଙ୍କ ବିଜେଡି ଯେଉଁ ଆଂଚଳିକବାଦ ଓ ଓଡ଼ିଶାର ସ୍ୱାର୍ଥ କଥା କହି ରାଜ୍ୟର ହକ୍ ପାଇଁ ରାଜରାସ୍ତାରେ ଲଢ଼େଇ କରୁଥିଲା, ବିଜେଡି ବିଗତ ୫ବର୍ଷରେ ସେଥିରୁ ଓହରି ଯାଇଛି ।

କେନ୍ଦ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ରାସ୍ତାକୁ ଓହ୍ଲାଇବା ଏହି ବିଗତ ୫ବର୍ଷ ମଧ୍ୟରେ ଦେଖିବାକୁ ମିଳିନି । ପୂର୍ବରୁ ବିଭିନ୍ନ କାରଣରୁ କେନ୍ଦ୍ର ବିରୁଦ୍ଧରେ ବିଜେଡି ରାଜରାସ୍ତାରେ ରାଜନୀତିକ ଲଢ଼େଇ କରୁଥିଲା ।

ସେହିପରି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ଉପରେ ପଡ଼ି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ ଦେବା ମଧ୍ୟ ବିଜେଡିକୁ ମହଙ୍ଗା ପଡ଼ିଛି । ଲୋକେ ନବୀନଙ୍କ ମାଧ୍ୟମରେ ବିଜେପିକୁ ସମର୍ଥନ କରିବା ବଦଳରେ ସିଧାସଳଖ ସମର୍ଥନ ଦେବାକୁ ଏବେ ଉଚିତ୍ ମଣିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story