ଲକ୍ଷ୍ମୀର ପ୍ରଶ୍ନ; ମୋର ଭୁଲ୍‌ ରହିଲା କେଉଁଠି?

୪ ଭାଇ ଓ ଭଉଣୀଙ୍କ ଅଳି ଅର୍ଦ୍ଦଳି ବୁଝୁଛନ୍ତି। ଠିକ ମାଆ ଭଳି ସେମାନଙ୍କ ଲାଳନ ପାଳନ କରୁଛନ୍ତି।

Laxmi PhotoOR

ଭାଇ ଓ ଭଉଣୀଙ୍କ ଦୁଃଖ ବୁଝୁଛନ୍ତି ଲକ୍ଷ୍ମୀ

Manoranjan Sial
  • Published: Tuesday, 14 February 2023
  • Updated: 14 February 2023, 09:23 PM IST

News Highlights

  • ପାଠ ପଢ଼ା ଛାଡ଼ି ୩ ଭାଇ ଓ ଭଉଣୀଙ୍କ ବୋଝ ମୁଣ୍ଡାଉଛନ୍ତି ଲକ୍ଷ୍ମୀ
  • ବାପା-ମାଆ ବଞ୍ଚିଥିବା ବେଳେ ମିଳୁଥିବା ଚାଉଳ, ଏବେ ମିଳୁନି
  • ଅନାଥ ପିଲାଙ୍କ ଥଇଥାନ ପାଇଁ ନିବେଦନ କଲେ ଗାଁ ଲୋକ

Sports

Latest News

ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ପରିବାର ଓ ସଂସାର କ’ଣ ଜାଣିନଥିଲେ। ଏବେ ମାଆ ରୂପ ନେଇଛନ୍ତି। ୪ ଭାଇ ଓ ଭଉଣୀଙ୍କ ଅଳି ଅର୍ଦ୍ଦଳି ବୁଝୁଛନ୍ତି। ଠିକ ମାଆ ଭଳି ସେମାନଙ୍କ ଲାଳନ ପାଳନ କରୁଛନ୍ତି। ସେମାନଙ୍କ ମୁହଁରେ ଦାନା ଯୋଗାଇ ଦେଉଛନ୍ତି। ଆଉ ନିଷ୍ଠୁର ଏ ଦୈବକୁ ପ୍ରଶ୍ନ ପଚାରୁଛନ୍ତି, ମୋର ଭୁଲ ରହିଲା କେଉଁଠି? ମୋଠାରୁ କାହିଁକି ଛଡ଼ାଇନେଲ ମୋ’ ଶୈଶବ? କେବେ ଦୂର ହେବ ମୋର ଦୁଃଖ? ମୁଁ କେବେ ସ୍କୁଲ୍‌କୁ ଫେରିବି?

ମାଲକାନଗିରି ଜିଲ୍ଲା ନିଲିଗୁଡା ପଞ୍ଚାୟତ ଧରମପାଲ୍ଲୀ ଗାଁର ଶୁକ୍ରା ମାଡ଼ି। ପରିବାର କହିଲେ ପତ୍ନୀ ମୁକେ ଓ ୬ ପୁଅ ଝିଅ। କାମଦାମ କରି ଚଳୁଥିଲେ ଶୁକ୍ରା। ନିଜ ରୋଜଗାରରୁ ଯାହା ସଞ୍ଚୟ କରି ରଖିଥିଲେ, ସେଥିରେ ଦୁଇ ବଡ଼ ଝିଅଙ୍କ ବାହାଘର କରାଇ ଦେଇଥିଲେ। ଦୁଇ ଝିଅ ବାହା ହୋଇ ଶାଶୂ ଘରକୁ ଚାଲିଥିବା ପରେ ୪ ପୁଅ ଓ ଝିଅଙ୍କୁ ନେଇ ଦୁଃଖେ ଶୁଖେ ରହୁଥିଲେ ଶୁକ୍ରା। ହେଲେ ତାଙ୍କର ଏ ଖୁସି ଦେଖିପାରିଲା ନାହିଁ ଦୈବ। ଅବେଳରେ ତାଙ୍କୁ ନେଇ ଗଲା। ତାଙ୍କ ପଛେ ପଛେ ପତ୍ନୀ ମୁକେ ମଧ୍ୟ ଅଫେରା ରାଇକୁ ଚାଲିଗଲେ।

Also Read

Malkangiriସାନ ଭାଇକୁ କୋଳରେ ବସାଇ ଖୁଆଇ ଦେଉଛନ୍ତି ଲକ୍ଷ୍ମୀ

ଦୁଇ ବର୍ଷ ତଳେ ଶୁକ୍ରା ଓ ମୁକେ ଆଗପଛ ହୋଇ ଚାଲିଗଲେ। ବାହା ହୋଇଥିବା ଦୁଇ ଭଉଣୀ ଧରା ଛୁଆଁ ଦେଲେନାହିଁ। ସେମାନେ ବା କ’ଣ କରିବେ? ଅଭାବୀ ତେଲ ଲୁଣର ସଂସାର ଭିତରେ ସେମାନେ ମଧ୍ୟ ଘାଣ୍ଟି ହେଉଛନ୍ତି। ଏପରି ସ୍ଥିତି ୪ ଭାଇ ଓ ଭଉଣୀଙ୍କୁ କେମିତି ପୋଷିବେ? ଯେଉଁଥିପାଇଁ ୩ ପିଲାଙ୍କ ବୋଝ ପଡ଼ିଲା ୧୩ ବର୍ଷର ଲକ୍ଷ୍ମୀ ମାଡିଙ୍କ ଉପରେ। କତାମାଟେରୁ ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଲକ୍ଷ୍ମୀ ଘରକୁ ପଳାଇ ଆସିଥିଲେ। ବାପା-ମାଆଙ୍କ ପରି ୪ ପିଲାଙ୍କ ଲାଳନ ପାଳନ କରିବାରେ ଲାଗି ପଡ଼ିଲେ।

ରୋଗ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ଦିବ୍ୟାଙ୍ଗ ତାନା କ୍ରିଷ୍ଣା ମାଡି(୯ ବର୍ଷ)ଙ୍କ ସେବା କରିବାରେ ଲାଗି ପଡ଼ିଛନ୍ତି। ତା’ସହ ୬ ବର୍ଷୀୟ ଦୀପ୍ତି ମାଡି ଓ ୫ ବର୍ଷୀୟ ରାମକୃଷ୍ଣ ମାଡିଙ୍କ ମୁହଁରେ ଦାନା ଦେଉଛନ୍ତି। ବାପାମାଆ ଆରପାରିକୁ ଚାଲିଯିବା ପରେ ଗାଁର ଜଣେ ବଦାନ୍ୟ ବ୍ୟକ୍ତି ଇରମା ମାଡକାମି ପିଲାଙ୍କ ମାମୁର ପରିଚୟ ଦେଇ ସହଯୋଗ କରୁଛନ୍ତି। ଏଥିସହ ଗାଁ ଲୋକ ମଧ୍ୟ ସହାୟତା ଦେଉଛନ୍ତି। ହେଲେ ଏହି ସାହାଯ୍ୟ କେତେଦିନ? କିଏ ତେକେଦିନ ଏହି ୪ ଅନାଥ ପିଲାଙ୍କୁ ଖାଇବାକୁ ଦେବେ? ବାପାମାଆ ବଞ୍ଚିଥିବା ବେଳେ ଯେଉଁ ସରକାରୀ ଚାଉଳ ମୁଠାକ ମିଳୁଥିଲା, ତାହା ଏବେ ମିଳୁନାହିଁ। କେବଳ ଭିନ୍ନକ୍ଷମ ଭାଇର ମାସିକ ଭତ୍ତା ବାବଦକୁ ମାସକୁ ୭୦୦ ଟଙ୍କା ମିଳୁଛି। ସେଥିରେ ୪ ପ୍ରାଣୀ କୁଟୁମ୍ୱ ଚଳିବା କଷ୍ଟକର। ଯେନତେନ ମାଗି ଜାଚି ସାନ ଭାଇ ଓ ଭଉଣୀଙ୍କ ମୁହଁରେ ଦାନା ଦେଉଛନ୍ତି ଲକ୍ଷ୍ମୀ।

Malkangiriବଡ଼ ଭାଇର ସେବା କରୁଛନ୍ତି ସାନ ଭାଇ ଓ ଭଉଣୀ

ଗାଁ ଲୋକଙ୍କ କହିବା ଅନୁସାରେ ଅନାଥ ପିଲାଙ୍କ ବିଷୟରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଣିଥିଲେ ମଧ୍ୟ ବନ୍ଦ କରାଯାଇଥିବା ଚାଉଳ ଯୋଗାଇବାର ବ୍ୟବସ୍ଥା କରୁନାହାନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ଦେବା ଦରକାର। ଏଥିସହ ୪ ଅନାଥ ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଥଇଥାନ କରାଯିବାକୁ ଦାବି କରିଛନ୍ତି ଗାଁ ଲୋକ।

ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ କହିଛନ୍ତି, ପିଲାମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ। ସେମାନଙ୍କ ଥଇଥାନର ବ୍ୟବସ୍ଥା କରାଯିବ କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story