୧୧ ଓଭରରେ ମ୍ୟାଚ୍ ଜିତିଗଲା ଭାରତ, ଏସିଆ କପ୍ ଫାଇନାଲରେ ପହଞ୍ଚିଲା

ସ୍ମୃତି ମନ୍ଧାନା ୨୮ଟି ବଲ୍‌ରୁ ୫୫ ରନ୍ କରି ଅପରାଜିତ ରହିଥିଲେ।

Team India

ପଡ଼ିଆରେ ଭାରତୀୟ ମହିଳା ଦଳ

Jitendra Garnayak
  • Published: Friday, 26 July 2024
  • Updated: 26 July 2024, 05:39 PM IST

Sports

Latest News

ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍‌ର ଫାଇନାଲରେ ପହଞ୍ଚିଯାଇଛି ଭାରତୀୟ ମହିଳା ଦଳ। ଆଜି ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ୪ ଓଭରରେ ୧୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ରେଣୁକା ସିଂହଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଛି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ୮୧ ରନ୍‌ର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ ନହରାଇ ୧୧ ଓଭରରେ ହାସଲ କରି ନେଇଥିଲା ଭାରତୀୟ ମହିଳା ଦଳ। ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଯଥାକ୍ରମେ ୫୫ ଓ ୨୬ ରନ୍ କରି ଅପରାଜିତ ରହିଥିଲେ।  

ମନ୍ଧାନା ୩୯ଟି ବଲ୍‌ରୁ ୯ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୫ ରନ୍ କରିଥିବା ବେଳେ ଶେଫାଳି ବର୍ମା ୨୮ଟି ବଲ୍‌ରୁ ୨ଟି ଚୌକା ସହାୟତାରେ ୨୬ ରନ୍ କରିଥିଲେ। ବାଂଲାଦେଶର କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା। ସେମାନଙ୍କ ମଧ୍ୟରୁ କେହି ଭାରତର ଏହି ଓପନିଂ ଯୋଡ଼ିଙ୍କୁ ଭାଙ୍ଗି ପାରି ନଥିଲେ। 

Also Read

ଅନ୍ୟପକ୍ଷରେ ବାଂଲାଦେଶ ତରଫରୁ ଅଧିନାୟିକା ନିଗାର ସୁଲତାନା ଓ ଶୋରନା ଅଖତରଙ୍କୁ ଛାଡ଼ି ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ବ୍ୟାଟର ଏକ ଅଙ୍କ ପାର କରି ପାରି ନଥିଲେ। ନିଗାର ସୁଲତାନା ୫୧ଟି ବଲ୍‌ରୁ ୩୨ ନ୍ କରିଥିବା ବେଳେ ଶୋରନା ଅଖତର ୧୮ଟି ବଲ୍‌ରୁ ୧୯ ରନ୍ କରିଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ ୬ ଜଣ ୬, ୪, ୮,୧,୧ ଓ ୫ ରନ୍ କରିଥିଲେ। ନାହିଦା ଅଖତର ଖାତା ଖୋଲି ପାରି ନଥିବା ବେଳେ ଶୋରନା ଅଖତର ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ନବମ ଥର ପାଇଁ ଫାଇନାଲରେ ଭାରତ

ମହିଳା ଏସିଆ କପ୍‌ରେ ଭାରତୀୟ ଦଳ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦଳ ୭ ଥର ଏସିଆ କପ୍ ଚାମ୍ପିୟନ ହୋଇଛି। କେବଳ ୨୦୧୮ରେ ଦଳ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା। ୨୦୦୪ରୁ ମହିଳା ଏସିଆ କପ୍ ଆରମ୍ଭ ହୋଇଥିଲା। ପ୍ରଥମେ ଏଥିରେ ଦିନିକିଆ ଫର୍ମାଟରେ ଖେଳ ହେଉଥିଲା। ୨୦୧୨ରୁ ଏଥିରେ ଟି୨୦ ଫର୍ମାଟରେ ଖେଳ ହୋଇଆସୁଛି।

ଚଳିତ ଏସିଆ କପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ସେମାନଙ୍କ ମଧ୍ୟରୁ ଯେଉଁ ଦଳ ଜିତିବ, ସେହି ଦଳ ସହିତ ଆସନ୍ତା ରବିବାର ଫାଇନାଲ ମ୍ୟାଚ୍ ଖେଳିବ ଭାରତ। ପୂର୍ବରୁ ଏସିଆ କପ୍‌ର ଫାଇନାଲରେ ଶ୍ରୀଲାଙ୍କାକୁ ୫ ଥର ହରାଇ ଚାମ୍ପିୟନ ହୋଇଥିଲା ଭାରତ। ସେହିପରି ୨ଟି ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା ଭାରତୀୟ ଦଳ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story